Amritpal Singh NSA: ଅମୃତପାଲ ସିଂହ ବିରୋଧରେ ଲାଗିଛି ଏନଏସଏ; ଲଢିପାରିବ କି ନିର୍ବାଚନ?
Advertisement
Article Detail0/zeeodisha/odisha2226082

Amritpal Singh NSA: ଅମୃତପାଲ ସିଂହ ବିରୋଧରେ ଲାଗିଛି ଏନଏସଏ; ଲଢିପାରିବ କି ନିର୍ବାଚନ?

Khadoor Sahib Lok Sabha Seat: ପଞ୍ଜାବ ଖଡୁର ସାହିବ ଆସନରୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ ଅମୃତପାଲ ସିଂହ।

 
 

Amritpal Singh NSA: ଅମୃତପାଲ ସିଂହ ବିରୋଧରେ ଲାଗିଛି ଏନଏସଏ; ଲଢିପାରିବ କି ନିର୍ବାଚନ?

will amritpal singh contest in lok Sabha election 2024: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଖଲିସ୍ତାନ ସମର୍ଥକ ତଥା "ୱାରିସ୍ ପଞ୍ଜାବ ଦେ" ସଙ୍ଗଠନ ମୁଖ୍ୟ ଅମୃତପାଲ ସିଂହ।  ଯିଏ  ୨୦୨୪ ଲୋକସଭା ନିର୍ବାଚନରେ ପଞ୍ଜାବ ଖଡୁର ସାହିବ ଲୋକସଭା ଆସନରୁ ଜଣେ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅମୃତପାଲ ସିଂହଙ୍କ ଓକିଲ ତାଙ୍କୁ ଭେଟିବା ପରେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଥିଲେ। ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଲାଗୁ କରାଯାଇଛି। ସେ ବର୍ତ୍ତମାନ ଆସାମର ଡିବ୍ରୁଗଡ଼ କେନ୍ଦ୍ରୀୟ କାରଗାରରେ ଅଛି। ଅମୃତପାଲ ସିଂହଙ୍କ ଏହି ଘୋଷଣା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି।

ପ୍ରଶ୍ନ ହେଉଛି ଜଣେ ବ୍ୟକ୍ତି ଯାହା ବିରୋଧରେ ଏନଏସଏ ଭଳି ଆଇନ ଲାଗିବା ସହ ଜେଲ୍ ରେ ଅଛନ୍ତି, କ'ଣ ସେ ନିର୍ବାଚନ ଲଢିପାରିବେ? ଅମୃତପାଲ ସିଂହ ପଞ୍ଜାବ ଖଡୁର ସାହି ଆସନରୁ ୨୦୨୪ ଲୋକସଭା ନିର୍ବାଚନରେ  ଜଣେ ସ୍ୱାଧିନ ପ୍ରାର୍ଥୀ ଭାବ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଯଦିଓ ତାଙ୍କ ବିରୋଧରେ ଅନେକ ମାମଲା ପଞ୍ଜୀକୃତ ହୋଇଛି। ଏପରିକି ତାଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଲାଗୁ କରାଯାଇଛି।  

ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଏନଏସଏ; ସେ ଲଢିପାରିବେ କି ନିର୍ବାଚନ?
ଭାରତୀୟ ସମ୍ବିଧାନର ଧାରା ୮୪-ଏ ନିର୍ବାଚନରେ ​​କିଏ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥାଏ। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (ଏନଏସଏ) ୧୯୮୦, ହେଉଛି ଦେଶର ସୁରକ୍ଷା ପାଇଁ ସରକାରଙ୍କୁ ଅଧିକ କ୍ଷମତା ଦେବା ସହିତ ଜଡି଼ତ ଏକ ନିୟମ। ଯାହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କାହାକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥାଏ।  ପ୍ରଶ୍ନ ହେଉଛି ଯେ ଯେଉଁ ବ୍ୟକ୍ତିଙ୍କୁ ଏନଏସଏ ଅଧିନରେ ଗିରଫ କରାଯାଇଛି ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ? 

Also Read: Who is Amritpal Singh: କିଏ ଏହି ଅମୃତପାଲ ସିଂହ? ଯିଏ ଲଢିବେ ଲୋକସଭା ନିର୍ବାଚନ

ଏହି ମାମଲାରେ ମଧ୍ୟ ଅନ୍ୟ ଏକ କଥା ସାମ୍ନାକୁ ଆସିଛି। ୨୦୧୩ ଲୋକ ପ୍ରତିନିଧିତ୍ୱ (ସଂଶୋଧନ ଏବଂ ବୈଧତା) ଅଧିନିୟମ ଅନୁଯାୟୀ ଜେଲ୍ ରେ ରହିଥିଲେ ମଧ୍ୟ ଜଣେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଅର୍ଥାତ୍ ଯେକୌଣସି କଏଦୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଯଦି ଜଣେ ବ୍ୟକ୍ତିଙ୍କୁ ଏନଏସଏ ଅଧିନରେ ଗିରଫ କରାଯାଇଛି  ତାହେଲେ ସେ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ହେଉଛି ଅଧିକ କ୍ଷମତା ଦେବା ସହିତ ଜଡି଼ତ ଏକ ନିୟମ। ଯାହା ମାଧ୍ୟମରେ ସରକାର ଯଦି ଅନୁଭବ କରନ୍ତି ଯେ ଦେଶର ସୁରକ୍ଷା ପ୍ରତି କେହି ବିପଦ ସୃଷ୍ଟି କରୁଛନ୍ତି, ତାହେଲେ ସରକାରଙ୍କୁ ଏହି ଆଇନ ଅନୁଯାୟୀ ତାଙ୍କୁ ଗିରଫ କରିପାରିବେ। ଏହାର ଅର୍ଥ ହେଉଛି ପ୍ରାରମ୍ଭରେ ସେ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି। ଏଭଳି ପରିସ୍ଥିତିରେ ସେ ନିଶ୍ଚିତ ଭାବେ ଜେଲ୍ ରେ ଥାଇ ମଧ୍ୟ ନିର୍ବାଚନ ଲଢିପାରିବେ।

ଗତ ବର୍ଷ ଫେବୃଆରୀ ମାସରେ ଖଲିସ୍ତାନ ସମର୍ଥକ ତଥା "ୱାରିସ୍ ପଞ୍ଜାବ ଦେ" ସଙ୍ଗଠନ ମୁଖ୍ୟ ଅମୃତପାଲ ସିଂହଙ୍କ ସମର୍ଥକ ଅଜନାଲା ଥାନାରେ ହଙ୍ଗାମା କରିଥିଲେ। ଯେତେବେଳେ ଉତ୍ତେଜନା ବଢିଥିଲା, ସେତେବେଳେ ସରକାର ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଅମୃତପାଲ ସିଂହଙ୍କ ଅନେକ ସହଯୋଗୀଙ୍କୁ ଗିରଫ କରାଯାଇଥିଲ। ହେଲେ ସେ ଫେରାର ହୋଇଯିବା ସହ ସରକାରଙ୍କୁ ଚ୍ୟାଲେଞ୍ଜ କରି ଚାଲିଥିଲେ। ତାଙ୍କ ଉପରେ ଏନଏସଏ ମଧ୍ୟ ଲଗା ଯାଇଥିଲ। ପରେ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ଆସାମ ଡିବ୍ରୁଗଡ଼ କେନ୍ଦ୍ରୀୟ କାରାଗାରରେ ଅଛନ୍ତି।