ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର
Advertisement
Article Detail0/zeeodisha/odisha2116492

ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର

ଖଲିପତ୍ର ତିଆରି ପାଇଁ ମାଆଙ୍କ ସହିତ ଦଦରାଲୁଣ୍ଡା ସ୍ଥିତ ଜଙ୍ଗଲକୁ ଯାଇଥିଲେ ସ୍ୱପ୍ନା । ପତ୍ର ତୋଳି ସାରିବା ପରେ ତାକୁ ଘରକୁ ଆଣିବା ପାଇଁ ବିଡା ବାନ୍ଧୁଥିବା ସମୟରେ ହଠାତ୍ ସ୍ୱପ୍ନାଙ୍କ ପେଟରେ ଏକ ଗୁଳି ବାଜିଥିଲା । ନିଜର କଷ୍ଟ ସମ୍ପର୍କରେ ମାଆଙ୍କୁ ଜଣାଇଥିଲେ ସ୍ୱପ୍ନା । ଲୋକଙ୍କ ସହଯୋଗରେ ସ୍ୱପ୍ନାଙ୍କ ମାଆ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର

ଗଞ୍ଜାମ: ଜଙ୍ଗଲରେ ପତ୍ର ତୋଳୁଥିଲେ ମହିଳା ସେହି ସମୟରେ ହଠାତ୍ କେଉଁ ଆଡୁ ଏକ ଗୁଳି ଆସି ସିଧା ପେଟରେ ବାଜିଲା । ଫଳରେ ମହିଳାଙ୍କ ପେଟରୁ ପ୍ରଚୁର ରକ୍ତସ୍ରାବ ହେବାରେ ଲାଗିଲା । କିଏ ଗୁଳି ମାଡ କଲା ଜାଣିବା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ ।

ସୂଚନା ମୁତାବକ, ୩୪ ବର୍ଷୀୟା ମହିଳା ସ୍ୱପ୍ନା ସାହୁ ପ୍ରାୟତଃ ଜାଳେଣି ଏବଂ ଜଙ୍ଗଲଜାତ ଜିନିଷ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି । ଆଜି ଖଲିପତ୍ର ତିଆରି ପାଇଁ ମାଆଙ୍କ ସହିତ ଦଦରାଲୁଣ୍ଡା ସ୍ଥିତ ଜଙ୍ଗଲକୁ ଯାଇଥିଲେ ସ୍ୱପ୍ନା । ପତ୍ର ତୋଳି ସାରିବା ପରେ ତାକୁ ଘରକୁ ଆଣିବା ପାଇଁ ବିଡା ବାନ୍ଧୁଥିବା ସମୟରେ ହଠାତ୍ ସ୍ୱପ୍ନାଙ୍କ ପେଟରେ ଏକ ଗୁଳି ବାଜିଥିଲା । ନିଜର କଷ୍ଟ ସମ୍ପର୍କରେ ମାଆଙ୍କୁ ଜଣାଇଥିଲେ ସ୍ୱପ୍ନା । ଲୋକଙ୍କ ସହଯୋଗରେ ସ୍ୱପ୍ନାଙ୍କ ମାଆ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଅନ୍ୟପଟେ, କିଏ ଏବଂ କେଉଁ କାରଣ ପାଇଁ ସ୍ୱପ୍ନାଙ୍କ ଉପରକୁ ଗୁଳି ଚଳାଇଲା ତାହା ଅସ୍ପଷ୍ଟ ରହିଛି । କୁହାଯାଉଛି ଯେ, ହୁଏତ କେହି ଶିକାରୀ ବନ୍ୟ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଗୁଳି ମାଡ କରିଥାଇପାରେ । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read- Mangal Gochar 2024: ଶନିଙ୍କ ରାଶି ମଙ୍ଗଳ ଚଳନ, ଏହି ରାଶିର ଲୋକଙ୍କୁ ମିଳିବ ସବୁ ଖୁସି...