CHSE: ଯୁକ୍ତ ଦୁଇ ଫିଜିକ୍ସରେ ଗ୍ରେସ୍ ମାର୍କ ଦିଆଯିବ
Advertisement
Article Detail0/zeeodisha/odisha2131826

CHSE: ଯୁକ୍ତ ଦୁଇ ଫିଜିକ୍ସରେ ଗ୍ରେସ୍ ମାର୍କ ଦିଆଯିବ

CHSE: ସିଏଚଏସଇ (CHSE) ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୃଟି ହୋଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ବିକାର କରିଛନ୍ତି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ କୁମାର ନାୟକ କହିଛନ୍ତି ଯେ... ପଢନ୍ତୁ ପୂରା ଖବର...

CHSE: ଯୁକ୍ତ ଦୁଇ ଫିଜିକ୍ସରେ ଗ୍ରେସ୍ ମାର୍କ ଦିଆଯିବ

CHSE: ସିଏଚଏସଇ (CHSE) ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୃଟି ହୋଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ବିକାର କରିଛନ୍ତି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ କୁମାର ନାୟକ କହିଛନ୍ତି ଯେ, ପ୍ରଶ୍ନପତ୍ରରେ ଆଉଟ ଅଫ ସିଲାବସ ନୁହେଁ ବରଂ ଚଏସ୍‌ ଡେଫିସିଟ ସମସ୍ୟା ଥିଲା । ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାଙ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । ମାତ୍ର ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ । ସେପଟେ, ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଗୋଟିଏ କି ଦୁଇଟି ନୁହେଁ, ଫିଜିକ୍ସ ସିଲାବସ ବାହାରୁ ୨୭ ମାର୍କର ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଥିଲା।

ପ୍ରଶ୍ନପତ୍ରରେ ୧୯ ମାର୍କର ଚଏସ ଡେଫିସିଟ ସମସ୍ୟା ରହିଛି । ପିଲାଙ୍କୁ ୧୯ ମାର୍କର ଗ୍ରେସ ମାର୍କ ମିଳିବ ନାହିଁ । କେବଳ ଯେଉଁ ପିଲା ସମ୍ପକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ସେ କହିଛନ୍ତି । କିନ୍ତୁ ଯେଉଁମାନେ ଉତ୍ତର ଲେଖି ନାହାଁନ୍ତି ନ ଥିବେ ସେମାନଙ୍କୁ କୌଣସି ପ୍ରକାର ଗ୍ରେସ ମାର୍କ ମିଳିବ ନାହିଁ ବୋଲି କହିଛନ୍ତି ସିଏଚଏସଇ କର୍ତ୍ତୃପକ୍ଷ।  ତେଣୁ, ସବୁ ପିଲାଙ୍କୁ ସମାନ ଗ୍ରେସ ମାର୍କ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରାଯାଇଛି। 

ଚଳିତ ମାସ ଫେବୃଆରୀ ୧୭ ତାରିଖରୁ ଯୁକ୍ତ ଦୁଇ କଳା  (Plus Two Arts) ଓ ବାଣିଜ୍ୟ ପରୀକ୍ଷା (Plus Two  Commerce Exam) ଆରମ୍ଭ ହୋଇଛି। ଏହି ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି । ଅନ୍ୟପଟେ, ଧନ୍ଦାମୂଳକରେ ବି ୫ ହଜାର ୭୯୨ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।  ତେବେ,ଏହାର ଦିନକ ପୂର୍ବରୁ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଛି ।  ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି, ଯେ ଚଳିତ ବର୍ଷର ଯୁକ୍ତ ଦୁଇ ରେଜଲ୍ଟ ଏଥର ଖୁବଶିଘ୍ର ପ୍ରକାଶ ପାଇବ ବୋଲି ସିଏଚଏସସି(CHSE) ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି।