Geeta Meheta: ଆଜି ହେବ ଶେଷକୃତ୍ୟ, ବିଦେଶରୁ ଫେରି ମୁଖାଗ୍ନି ଦେବେ ପୁଅ
Advertisement
Article Detail0/zeeodisha/odisha1876455

Geeta Meheta: ଆଜି ହେବ ଶେଷକୃତ୍ୟ, ବିଦେଶରୁ ଫେରି ମୁଖାଗ୍ନି ଦେବେ ପୁଅ

Geeta Meheta: ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା (Geeta Mehta) । ସୋମବାର ଦିନ ନୂଆ ଦିଲ୍ଲୀରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ତେବେ ଭଉଣୀଙ୍କ ଶେଷ ଦର୍ଶନ ପାଇଁ ରବିବାର ଦିନ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୌ(ସୋସିଆଲ ମିଡିଆ)

Geeta Meheta Pass Away: ଶନିବାର ଦିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଖ୍ୟାତ ଲେଖିକା ଓ ସାମ୍ବାଦିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Pattnaik) ଭଉଣୀ ଗୀତା ମେହେଟ୍ଟା (Geeta Mehta) । ସୋମବାର ଦିନ ନୂଆ ଦିଲ୍ଲୀରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ତେବେ ଭଉଣୀଙ୍କ ଶେଷ ଦର୍ଶନ ପାଇଁ ରବିବାର ଦିନ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଗୀତା ମେହେଟ୍ଟାଙ୍କ (Geeta Mehta) ପାର୍ଥିବ ଶରୀରକୁ ୩, ଏ.ପି.ଜେ କଲାମ ମାର୍ଗ ସ୍ଥିତ ତାଙ୍କ ପୈତୃକ ବାସଭବନରେ ରଖାଯାଇଛି । ରବିବାର ଦିନ ଭଉଣୀଙ୍କ ଶେଷ ଦର୍ଶନ ଲାଗି ଦିଲ୍ଲୀରେ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିଜେଡ଼ି ସାଂସଦ ପିନାକୀ ମିଶ୍ର ମଧ୍ଯ ଗୀତାଙ୍କ ଶେଷ ଦର୍ଶନ କରିଥିଲେ । ସୋମବାର ଦିନ ଗୀତାଙ୍କ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଆମେରିକାରୁ ଫେରିବା ପରେ ଶେଷକୃତ୍ୟ ସଂପନ୍ନ ହେବ ।

ବିଜୁ ପଟ୍ଟନାୟକଙ୍କ (Biju Pattnaik) ଏକ ମାତ୍ର ଝିଅ ଥିଲେ ଗୀତା ମେହେଟ୍ଟା। ୧୯୪୩ ମସିହାରେ ଦିଲ୍ଲୀ ଠାରେ ଜନ୍ମଗ୍ରହଣ କରିଥିବା ଗୀତା ଭାରତ ଓ ବ୍ରିଟେନ ସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ । ପ୍ରଖ୍ୟାତ ଲେଖିକା ହେବା ସହ ଏକାଧାରାରେ ସେ ଥିଲେ ଜଣେ ସାମ୍ବାଦିକା, ଫିଲ୍ମ ନିର୍ଦ୍ଦେଶିକା ଓ ବୃତ୍ତିଚିତ୍ର ନିର୍ମାତା । ଜଣେ ସୁଲେଖିକା ଭାବେ ସେ ସାରା ବିଶ୍ବରେ ପରିଚିତ ଥିଲେ । ୧୯୭୯ ମସିହାରେ ତାଙ୍କର ପ୍ରଥମ ପୁସ୍ତକ କର୍ମ କୋଲା (Karma Cola) ପ୍ରକାଶ ପାଇଥିଲା । ୨୦୦୬ ମସିହାରେ ପ୍ରକାଶ ପାଇଥିବା ଇଟରନାଲ ଗଣେଶ (The Eternal Ganesha) ତାଙ୍କର ଶେଷ ପୁସ୍ତକ ଥିଲା । ୧୯୬୫ ମସିହାରେ ସେ ଆମେରିକାର ପ୍ରଖ୍ୟାତ ପ୍ରକାଶକ ସ୍ୱର୍ଗତ ସୋନି ମେହେଟ୍ଟାଙ୍କୁ ବିବାହ କରିଥିଲେ । ପରେ ୧୯୭୦ ମସିହାରେ ସେ ଆମେରିକାର ଟେଲିଭିଜନ୍ ଚ୍ୟାନେଲ ଏନସିବି ପାଇଁ ଯୁଦ୍ଧ ରିପୋର୍ଟିଂ କରିଥିଲେ । ୨୦୦୯ ମସିହାରେ ସ୍ବାମୀ  ସୋନି ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିଲା । ଗୀତା ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ବି ସେ ପ୍ରତ୍ୟକ୍ଷ ଭାବେ ରାଜନୀତିଠାରୁ ଦୂରରେ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବରେ ଗୀତା ସାମିଲ ହୋଇଥାଆନ୍ତି । କୁହାଯାଏ, ଭାଇ ନବୀନଙ୍କ ସହ ଗୀତାଙ୍କ ସଂପର୍କ ଅତି ନିବିଡ଼ ଥିଲା ।

ପ୍ରକାଶ ଥାଉ କି, ଆଦିବାସୀଙ୍କ ଜୀବନଶୈଳୀ, ପୋଷାକ, ଅଳଙ୍କାର, ସଂପର୍କରେ ଜାଣିବା ପାଇଁ ସେ ବିଶେଷ ଆଗ୍ରହୀ ଥିଲେ । ୨୦୧୮ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସେ ସୁଦର୍ଶନ ସାହୁଙ୍କ ସଂଗ୍ରହାଳୟ ପରିଦର୍ଶନ କରିବା ସହ ଆଦିବାସୀ ଅଳଙ୍କାର କିଣିଥିଲେ । ତେବେ ଗୀତା ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତେବେ ଆଜି ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଦିଲ୍ଲୀ ପହଁଞ୍ଚିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

Also Read-Weather Update: ଆସୁଛି ଲଘୁଚାପ! ପ୍ରବଳ ବର୍ଷା ଯୋଗୁଁ ଫିକା ପଡ଼ିବ ଗଣେଷ ପୂଜା