Chaitra Parva: ଏହି ଦିନ ଅନୁଷ୍ଠିତ ହେବ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବର ପ୍ରଥମ ପାଳି
Advertisement
Article Detail0/zeeodisha/odisha2152329

Chaitra Parva: ଏହି ଦିନ ଅନୁଷ୍ଠିତ ହେବ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବର ପ୍ରଥମ ପାଳି

Chaitra Parva 2024: ଆସନ୍ତା ୨୬ରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପ୍ରଥମ ପାଳି ଚୈତ୍ର ପର୍ବ ଅନୁଷ୍ଠିତ ହେବ । ପରେ ଏପ୍ରିଲ ୨, ୯, ୧୬, ଓ ୨୩ରେ ଅନ୍ୟ ୪ ପାଳି ଅନୁଷ୍ଠିତ ହେବ ।

Chaitra Parva: ଏହି ଦିନ ଅନୁଷ୍ଠିତ ହେବ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବର ପ୍ରଥମ ପାଳି

Chaitra Parva 2024: ଆସନ୍ତା ୨୬ରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପ୍ରଥମ ପାଳି ଚୈତ୍ର ପର୍ବ ଅନୁଷ୍ଠିତ ହେବ । ପରେ ଏପ୍ରିଲ ୨, ୯, ୧୬, ଓ ୨୩ରେ ଅନ୍ୟ ୪ ପାଳି ଅନୁଷ୍ଠିତ ହେବ । ଚଳିତ ବର୍ଷ ମୁଣ୍ତନ ସକାଶେ ବିଗତ ବର୍ଷ ଭଳି ୪ ଗୋଟି ସ୍ଥାନ ସହ ଆଉ ୨ଟି ସ୍ଥାନ କରାଯିବ । ନଦୀ କୂଳରେ ଭକ୍ତମାନେ କିଭଳି ସୁବିଧାରେ ଗାଧୋଇବା ସହିତ ଜଳ ଉଠାଇ ପାରିବେ ସେନେଇ ବ୍ୟବସ୍ଥା କରାଯିବ । ଏହାସହ ଆଲୋକୀକରଣ ଉପରେ ମଧ୍ଯ ଗୁରୁତ୍ବ ଦିଆଯିବ । ଏହାସହ ତିନିଟୋ ସ୍ଥାନରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା କରାଯିବ ।

ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ୬ଟି ବସ୍ ନିୟୋଜିତ ହୋଇଥିବା ସ୍ଥାନରେ ଚଳିତ ବର୍ଷ ୨୦ରୁ ୨୫ଟି ବସ ନେଇ ବ୍ୟବସ୍ଥା କରାଯିବ । ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ କହିଛନ୍ତି, ପ୍ରବଳ ଜନଗହଳିକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯିବ। ଯାତାୟତ, ଭକ୍ତଙ୍କ ବସିବା ଲାଗି ବ୍ୟବସ୍ଥା, ଆଲୋକୀକରଣ ସହ ବିଭିନ୍ନ ପ୍ରକାର ସୁବ୍ୟବସ୍ଥା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Also Read- Electoral Bonds Case: ଆଜି ଇଲେକ୍ଟୋରାଲ ବଣ୍ତ ତଥ୍ୟ ପ୍ରଦାନ ନେଇ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ସହ ନବ ନିର୍ମିତ ସ୍ଥାୟୀ ଶୌଚାଳୟ ଗୁଡ଼ିକ ଜନସାଧାରଣ ଯେପରି ବ୍ୟବହାର କରିବେ ସେନେଇ ବ୍ୟବସ୍ଥା କରାଯିବ । ମନ୍ଦିରର ସାଜସଜ୍ଜା, ଦୈନିକ ପୂଜା ବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟର ମାନ ଯାଞ୍ଚ, ସଫେଇ କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯିବ । ମନ୍ଦିର ପଠା କଡ଼ରେ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ ।