VK Pandian: ବିଜେଡିରେ ଯୋଗଦେଲେ ନବୀନଙ୍କ ‘ଶିଷ୍ୟ’ କାର୍ତ୍ତିକ
Advertisement

VK Pandian: ବିଜେଡିରେ ଯୋଗଦେଲେ ନବୀନଙ୍କ ‘ଶିଷ୍ୟ’ କାର୍ତ୍ତିକ

ଅତ୍ୟନ୍ତ ଚତୁରତା ଓ ସମ୍ଭ୍ରମତାର ସହ ଶ୍ରୀ ପାଣ୍ଡିଆନ୍‍ ଏହାକୁ ପରିଚାଳନା କରି ଆଜି ରାଜ୍ୟବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହାକୁ ଭିତ୍ତିକରି ସେ ଦଳରେ ନବୀନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି।

VK Pandian: ବିଜେଡିରେ ଯୋଗଦେଲେ ନବୀନଙ୍କ ‘ଶିଷ୍ୟ’ କାର୍ତ୍ତିକ

VK Pandian Join BJD: ଭୁବନେଶ୍ୱର: ଦଶହରାରେ ଚାକିରି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟା ଗ୍ରହଣ କରିଥିବା ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ବିଜେଡିରେ ଯୋଗଦେଇଛନ୍ତି। ସେ ଏଣିକି ବିଧିବଦ୍ଧ ଭାବେ ବିଜୁ ଜନତା ଦଳର ଉପ ମୁଖ୍ୟ ହୋଇ ସଭାପତି ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ସେ ଦଳକୁ ୨୦୨୪ ନିର୍ବାଚନ ଲାଗି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି।

କାର୍ତ୍ତିକ ପୂର୍ଣ୍ଣମୀ ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅଧ୍ୟକ୍ଷତାରେ ଏଥିଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନେତାମାନେ ନବୀନ ନିବାସରେ ଯୋଗ ଦେଇଥିଲେ। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଦାସଙ୍କ ସମେତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ସମୀର ଦାଶ, ବିକ୍ରମ ଆରୁଖ, ସାଂସଦ ପିନାକୀ ମିଶ୍ର, ମାନସ ମଙ୍ଗରାଜ  ପ୍ରମୁଖ ଯୋଗ ଦେଇଥିଲେ। ସକାଳ ୧୦ଟାରେ ବୈଠକ ବସିଥିଲା। ଏହାପରେ ଶ୍ରୀ ପାଣ୍ଡିଆନ୍‍ ଯୋଗ ଦେଇଥିବା ସୂଚନା ଦିଆଯାଇଛି। 

fallback

ମୁଖ୍ୟମନ୍ତ୍ରୀ ଏବଂ ଦଳର ସଭାପତିଙ୍କ ଆାଶୀର୍ବାଦରେ ତାଙ୍କ ପାଦ ଛୁଇଁ ଭି କାର୍ତ୍ତିକେୟ ପାଣ୍ଡିଆାନ ଆଜି ଦଳରେ ସାମଲ୍‍ ହୋଇଛନ୍ତି ବୋଲି ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ପାଣ୍ତଡିଆନ୍‍ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ସକାଳ ୧୦ଟା ୧୫ ମିନିଟରେ ଦଳରେ ସାମଲ୍‍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅମସରରେ ତାଙ୍କୁ ଆଶୀର୍ବାଦ ଦେଇ ତାଙ୍କର ପ୍ରଶାସନିକ ଓ ରାଜନୀତିକ  ଦକ୍ଷତା ଦଳକୁ ଅଧିକ ସହାୟକ ହେବ ବୋଲି କହିଛନ୍ତି। ଯେମିତି ସେ ଗଲା ୧୩-୧୪ ବର୍ଷ ଧରି କାମ କରି ଆସିଛନ୍ତି ସେମିତି ଦଳ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ତାଙ୍କର ବିସ୍ତୃତ ପ୍ରଶାସନିକ ଓ ରାଜନୀତିକ ଅଭିଜ୍ଞତା ଦଳ ପାଇଁ ସମ୍ପତ୍ତି ହେବ। ଆମେ ଅେନକ ସଫଳତା ପାଇବୁ। ସମସ୍ତ ବରିଷ୍ଠ ନେତା ଏଥିରେ ଖୁସି ବ୍ୟକ୍ତ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ବିଭିନ୍ନ ପଦପଦବୀରେ ଥିବା ବେଳେ ସେ ଓଡ଼ିଶା ବିକାଶ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପନ୍ନ କରିଛନ୍ତି। ଏହା ଦଳ ପାଇଁ ଶକ୍ତି ହେବ ବୋଲି କହିଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। 

ଶ୍ରୀ ପାଣ୍ଡିଆନ୍‍ ହେଉଛନ୍ତି ୨୦୦୦ ମସିହାର ଆଇଏଏସ୍‍ ଅଧିକାରୀ। ଓଡ଼ିଶା ରାଜନୀତିକରେ ଚହଳ ପକାଇଥିବା ଏହି ଅଧିକାରୀ ଦଶହରା ଦିନ ସେ ଚାକିରି ଛାଡ଼ି ବିରୋଧିଙ୍କୁ ନୀରବ କରିଥିଲେ। ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସେ ଶାସକ ଦଳ ବିଜେଡିରେ ଯୋଗ ଦେଇ ସମ୍ପୂର୍ଣ୍ଣ ଭାବେ ରାଜନେତାର ପରିଚୟ ସୃଷ୍ଟି କରିଛନ୍ତି।  

ନବୀନ ନିବାଶରେ ଏହି ମିଶ୍ରଣ ପର୍ବ ପରେ ଭିକେ ପାଣ୍ଡିଆନା ଶଙ୍ଖ ଭବନ ଗସ୍ତ କରିବେ। ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ରହିଛି। 
୨୦୧୯ ନିର୍ବାଚନ ବେଳେ ଦଳ ଯେଉଁଭଳି ସଙ୍କଟ ଦେଇ ଗତି କରୁଥିଲା, ସେ ସମୟରେ ଶ୍ରୀ ପାଣ୍ଡିଆନ୍‍ ଅଘୋଷିତ ନେତୃତ୍ୱ ନେଇ ଦଳକୁ ପୁଣିଥରେ କ୍ଷମତାପନ୍ନ କରିଥିବା ଚର୍ଚ୍ଚା ହୋଇଛି। ସେବେଠାରୁ ନବୀନଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ କାର୍ତ୍ତିକେୟଙ୍କ ଉପରେ ରହି ଆସିଛି। ଏପରିକି ସରକାରଙ୍କୁ ଜନଗଣରେ ନୂଆ ପରିୟ ଦେବା ଲାଗି  ଉଦ୍ଦିଷ୍ଟ  ପଞ୍ଚମ ପାଳିରେ ମୋ ସରକାର, ୫-ଟି ରୂପାନ୍ତରଣ ଅଭିଯାନକୁ କାର୍ଯ୍ୟକାରୀ କରିବାରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହାବଳରେ ରାଜ୍ୟର ବିଭିନ୍ନ ସ୍କୁଲ୍‍, ଧର୍ମାନୁଷ୍ଠାନର ରୂପାନ୍ତରଣ ହୋଇପାରିଛି। ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା, ନିଜେ ବିଭିନ୍ନ ସଂଗଠନ ସହ ମିଶି ସରକାରଙ୍କ ତରଫରୁ ତାଙ୍କ ସମସ୍ୟା ସମାଧାନ କରିବା ଆଦି ବିଭିନ୍ନ ପଦକ୍ଷେପରେ ସେ ସଫଳ ନେତୃତ୍ୱ ନେଉଥିବା ଚର୍ଚ୍ଚା ହୋଇଛି। ଏହି ସଫଳତାକୁ ନେଇ  ବିଜେଡି ଏଥର ନିର୍ବାଚନ ଲଢ଼ିବ ବୋଲି ଯୋଜନା କରିଛି। ଅର୍ଥାତ୍‍ ଏଥର ନିର୍ବାଚନ ରଣନୀତିର ମୁଳଦୂଆ ୨୦୧୯ ମସିହାରେ ହିଁ ପୋତାଯାଇଥିଲା। ଅତ୍ୟନ୍ତ ଚତୁରତା ଓ ସମ୍ଭ୍ରମତାର ସହ ଶ୍ରୀ ପାଣ୍ଡିଆନ୍‍ ଏହାକୁ ପରିଚାଳନା କରି ଆଜି ରାଜ୍ୟବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହାକୁ ଭିତ୍ତିକରି ସେ ଦଳରେ ନବୀନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି।