Weather Forecast: ପାଣିପାଗ ବିଭାଗର ସତର୍କବାଣୀ, ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା !
Advertisement

Weather Forecast: ପାଣିପାଗ ବିଭାଗର ସତର୍କବାଣୀ, ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା !

Weather News: ଆଗାମି ୪ଦିନ ପର୍ଯ୍ୟନ୍ତ ଗରମରୁ ମିଳିବ ଆଶ୍ୱସ୍ତି । ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନ ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ପୂର୍ବାନୁମାନ କରିଛି ।

ଆସନ୍ତାକାଲି ତଥା ୧୭ ମାର୍ଚ୍ଚ (ରବିବାର) ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଅନେକ ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, କଟକ, ଭଦ୍ରକ, ବରଗଡ଼, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଏବଂ ମୟୂରଭଞ୍ଜ । ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ସେହିପରି ୧୮ ମାର୍ଚ୍ଚ (ସୋମବାର) ଦିନ ଅନେକ ସ୍ଥାନରେ ମଧ୍ୟ ବର୍ଷା ଏବଂ ଘଡଘଡି ହୋଇପାରେ । ପୂର୍ବାନୁମାନ ଅନୁଯାୟୀ, ଝାରସୁଗୁଡ଼ା, ସୁନ୍ଦରଗଡ଼,ଦେବଗଡ଼, କେନ୍ଦୁଝର, ଢ଼େଙ୍କାନଳ, ଅନୁଗୋଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ  ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼ ଏବଂ ସମ୍ୱଲପୁର ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

୧୯ ମାର୍ଚ୍ଚ (ମଙ୍ଗଳବାର) ଦିନ ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କଟକ, ବୌଦ୍ଧ, ଅନୁଗୋଳ ଏବଂ ଦେବଗଡ଼ରେ ଅଧିକ ବର୍ଷା (୭ରୁ ୧୧ ସେଣ୍ଟିମିଟର) ହୋଇପାରେ । ଏଥିସହ ବାଲେଶ୍ୱର, ମୟୂରଭଞ୍ଜ, ସୋନପୁର, ସମ୍ୱଲପୁର, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଭଦ୍ରକ,  କେନ୍ଦୁଝର, ରାୟଗଡ଼ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ବଜ୍ରପାତ ହେବା ନେଇ ଆକଳନ କରାଯାଇଛି । ଏହିସବୁ ଜିଲ୍ଲା ଗୁଡିକ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨୦ ମାର୍ଚ୍ଚ (ବୁଧବାର) ଦିନ ମଧ୍ୟ ବାଲେଶ୍ୱର, ଭଦ୍ରକ ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାରେ ବଜ୍ରପାତ ହୋଇପାରେ ବୋଲି ଆକଳନ କରାଯାଇଛି । ଏସବୁ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Also Read- ନକ୍ସଲ କ୍ୟାମ୍ପରେ ଯବାନଙ୍କ ଚଢାଉ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

Also Read- Petrol Price: ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଏବଂ କଳାପାଣି ଦ୍ୱୀପରେ ପେଟ୍ରୋଲ ୧୫ଟଙ୍କା ହ୍ରାସ