Top 10 News Headlines:ଦଳ ଛାଡ଼ିପାରନ୍ତି ରାଧାରାଣୀ ପଣ୍ଡା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2228078

Top 10 News Headlines:ଦଳ ଛାଡ଼ିପାରନ୍ତି ରାଧାରାଣୀ ପଣ୍ଡା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines:ଦଳ ଛାଡ଼ିପାରନ୍ତି ରାଧାରାଣୀ ପଣ୍ଡା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
H1. ଆଜି ନାମାଙ୍କନ ଭରିବେ ନବୀନ
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ତଥା ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ପାଇଁ ସେ ତାଙ୍କ ନାମାଙ୍କନ ଦାଖଲ କରିବେ। ଏଥିଲାଗି ଦଳ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦୦୦ ମସିହାରୁ ସେ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି। କ୍ରମାଗତ ଭାବେ ୫ଥର ଜିତି ସେ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି। ଏଥର ସେ ଷଷ୍ଠଥର ପାଇଁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଜି ଦିନ ୧୧ଟାରେ ସେ ଛତ୍ରପୁରଠାରେ ଓହ୍ଲାଇ ପ୍ରଥମେ ତାରାତାରିଣୀଙ୍କୁ ଦର୍ଶନ କରିବେ ଓ ଏହାପରେ ସେ ୧୨ଟା ୩୫ ମିନିଟ ସମୟରେ ନାମାଙ୍କନ ଦାଖଲ କରିବେ। 
 
H2. ୨ରେ କଣ୍ଟାବାଞ୍ଜୀରୁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ
ମେ’ ୨ ତାରିଖ ଦିନ ସେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ଆସନ ରାଜନୀତିକ ଦୃଷ୍ଟିକୋଣରୁ ବିଜେଡିକୁ ସହାୟକ ହେବ ବୋଲି ଦଳ ଆଶା କରିଛି।ମେ’ ୪ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଦଳର ମୁଖ୍ୟ ପ୍ରଚାରକ ଭାବେ ସେ ୪ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ ବିଧାନସଭା ମଣ୍ଡଳୀ ଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ।  
 
H3. ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସମନ
ଗୃହମନ୍ତ୍ରୀ ଅମିତ ଶାହଙ୍କ ଭିଡିଓ ଜାଲିଆତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ରେବନ୍ତ ରେଡ୍ଡିଙ୍କୁ ସମନ କରିଛି ଦିଲ୍ଲୀ ପୁଲିସ। ତାଙ୍କୁ ୧ ତାରିଖ ଦିନ ଅର୍ଥାତ୍‍ ବୁଧବାର ଦିନ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ତାଙ୍କୁ ମୋବାଇଲ୍‍ ଫୋନ୍‍ ସହ ହାଜର ହେବାକୁ କୁହାଯାଇଛି। ଶ୍ରୀ ରେଡ୍ଡୀ ତାଙ୍କ ସୋଶାଲ୍‍ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିଲେ। 
 
H4. ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ଆରମ୍ଭ
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ସରି ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଗଲାଣି। କିନ୍ତୁ ୪ଟି ବିଧାନସଭା ଆସନରେ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।ବିଜେଡି ପକ୍ଷରୁ କଟକ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଆସନ ଲାଗି କୌଣସି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ପୂର୍ବଥର ବିଜେଡି ଟିକଟରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏଠାରୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର ସେ ଦଳରୁ ବହିଷ୍କାର ହୋଇଛନ୍ତି। ତାଙ୍କ ବିକଳ୍ପରେ ଦଳକୁ ପ୍ରାର୍ଥୀ ମିଳି ନାହାନ୍ତି। ସେହିପରି ବିଜେପି ପକ୍ଷରୁ ଘସିପୁରା, କଟକ-ବାରବାଟୀ ଓ ବେଗୁନିଆ ବିଧାନସଭା ମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା ବାକି ଅଛି। 
 
H5. ବିମାନବନ୍ଦରରୁ ୨୮ ଲକ୍ଷ ଜବତ
ଚେନ୍ନାଇରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କଠାରୁ ନଗଦ ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ନିର୍ବାଚନ କାର୍ଯ୍ୟ ପାଇଁ ଆସୁଥିବା ସନ୍ଦେହ କରାଯାଇଛି। ୫ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଏଯାଏ ସମୁଦାୟ ୮ କୋଟି ୫୦ ଲକ୍ଷ ଟଙ୍କା ସହ ୨୧୩ କୋଟି ଟଙ୍କା ମୂଲ୍ୟରୁ ଅଧିକ ସାମଗ୍ରୀ  ଜବତ କରଯାଇଛି। 
 
H6. କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା
କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ନିୟମ ଉଲ୍ଲଂଘନ ଅଭିଯୋଗ ଏବଂ ସରକାରୀ ପ୍ରତିପକ୍ଷଙ୍କ ଯୁକ୍ତିକୁ ହାଇକୋର୍ଟ ଶୁଣାଣି କରିଛନ୍ତି। କିନ୍ତୁ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୩ ମସିହାରେ କପନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହାର ଚୂଡ଼ାନ୍ତ ତାଲିକା ୨୦୨୪ରେ ପ୍ରକାଶ ପାଇଥିଲା। ଏହାକୁ ନେଇ ପ୍ରାର୍ଥୀମାନେ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯେଗ କରିଥିଲେ। ହାଇକୋର୍ଟ ମଧ୍ୟ ଏହାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରକୁ ଆଙ୍ଗୁଠି ଦେଖାଇଥିଲେ। ହେଲା ସରକାରୀ ପ୍ରତିପକ୍ଷଙ୍କୁ ଯୁକ୍ତିକୁ ଆଧାର କରି ହାଇକୋର୍ଟ ଏହି ରାୟ ବିରୁଦ୍ଧରେ ଆସିଥିବା ସମସ୍ତ ଅିଭଯୋଗକୁ ଏକାଠି କରି ଶୁଣାଣି ଶେଷ କରିଛନ୍ତି। 
 
H7. ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ
ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ। ଏଥିରେ ଆଉଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ କଳ ପକ୍ଷରୁ କୁହାଯାଇଚି। ଏହାଦ୍ୱାରା ମୃତ୍ୟୁ ସଂଖ୍ରା ୨ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୫୭ ଜଣ ତାତି ଯୋଗୁ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ଏଥିରେ ସର୍ବାଧିକ ସୁନ୍ଦରଗଡ଼ରୁ ରହିଛନ୍ତି। 
 
H8. ଆସନ୍ତା ୩ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
ଆସନ୍ତା ୩ ତାରିଖରେ ପୁଣିଥେ ଆସିବେ ରାହୁଲ ଗାନ୍ଧି। ସେ ରାୟଗଡ଼ାଠାରେ ନିର୍ବାଚନ ପ୍ରଚାର କରିବେ। ତାଙ୍କ ସହ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ମଧ୍ୟ ଆସିବା କାର୍ଯ୍ୟକ୍ରମ ରହିଛି।  ଏହାସହ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓ ସଭାପତି ମଲ୍ଲିକାର୍ଜୁନ ଖଡ୍‍ଗେ ମଧ୍ୟ ପ୍ରଚାର ଲାଗି ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି। 
 
H9. ଦଳ ଛାଡ଼ିପାରନ୍ତି ରାଧାରାଣୀ ପଣ୍ଡା
ପୂର୍ବତନ ବ୍ରଜରାଜନଗର ବିଧାୟକ ତଥା ବିଜେପିର ବରିଷ୍ଠ ନେତ୍ରୀ ରାଧାରାଣୀ ପଣ୍ଡା ଦଳ ଛାଡ଼ି ପାରନ୍ତି। ଏନେଇ ସେ ଖୋଦ୍‍ ସୂଚନା ଦେଇଛନ୍ତି। ଏପରିକି ବିଜେଡି ପକ୍ଷରୁ ତାଙ୍କୁ ଡାକରା ଆସୁଛି ବୋଲି ବି କହିଛନ୍ତି। ଦଳ ତାଙ୍କୁ ପ୍ରାର୍ଥୀ ନ କରିଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ସ୍ଥାନରେ ସୁରେଶ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଛି। ୨୦୧୪ ମସିହାରେ ରାଧାରାଣୀ ବିଜେଡି ଟିକଟରେ ଜିତିଥିଲେ। 
 
H10. କୋଭିଡ଼ ଟିକାର ପ୍ରଚଣ୍ଡ ପାର୍ଶ୍ୱ ପ୍ରତିକ୍ରିୟା
ଆଷ୍ଟ୍ରୋଜେନେକା ପକ୍ଷରୁ ପ୍ରସ୍ତୁତ କୋଭିଡ୍‍ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ଏହାଦ୍ୱାରା ମସ୍ତିଷ୍କ ଆଘାତ ହୋଇପାରେ। ଏପରି ଅଭିଯୋଗକୁ ସ୍ୱୀକାର କରିଛି ଖୋଦ୍‍ କମ୍ପାନୀ। ଲଣ୍ଡନ କୋର୍ଟରେ ଏହାକୁ ସ୍ୱୀକାର କରିଛି କମ୍ପାନୀ। ଏହି ଫାର୍ମା କମ୍ପାନୀ ଭାରତରେ କୋଭିଶିଲ୍ଡ ଟିକା ବିକ୍ରି କରୁଥିଲା।