preparation for Kanwariyas: ଶିବଙ୍କ ଉପରେ ପାଣି ଚଢ଼ାଇବା ପୂର୍ବରୁ ଜାଣିରଖନ୍ତୁ ସମସ୍ତ ନିୟମ
Advertisement
Article Detail0/zeeodisha/odisha2346661

preparation for Kanwariyas: ଶିବଙ୍କ ଉପରେ ପାଣି ଚଢ଼ାଇବା ପୂର୍ବରୁ ଜାଣିରଖନ୍ତୁ ସମସ୍ତ ନିୟମ

guidelines issued for Kanwariyas : ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ମନ୍ଦିର ମାନଙ୍କରେ ଜଳଲାଗି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିବ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ। କାଉଡ଼ିଆଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ଅପ୍ରୀତିକର ପରିସ୍ଥିତି କୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Kanwariyas

ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। କାଉଡ଼ିଆ ଙ୍କ ଲାଗି ରାସ୍ତାରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ବକ୍ସ ର ସୁବିଧା ମଧ୍ୟ କରାଯିବ।

ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ମାନଙ୍କରେ ଓଡ୍ରାଫ୍ ଓ ଫାୟାର ଫାଇଟିଂ ୟୁନିଟ୍  ନିୟୋଜିତ ରହିବେ। ବିଭିନ୍ନ ସ୍ଥାନରେ ସିସିଟିଭି ରହିଛି। କଣ୍ଟ୍ରୋଲ ରୁମ ମଧ୍ୟରୁ ଏସବୁକୁ ମନିଟର କରାଯିବ।  ସେପଟେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ ଲକ୍ଷ କାଉଡ଼ିଆ ଆସିବାର ସମ୍ଭାବନା ରହିଛି। ୫ଟି ସୋମବାରରେ ଲିଙ୍ଗରାଜ ମନ୍ଦିରରେ ସାଢେ ୩ ଟାରେ ମଙ୍ଗଳ ଆଳତି ଅବକାଶ କରାଯିବ । ୪ ଟାରୁ ସାହାଣ ମେଲା ଦର୍ଶନ ହେବ । ମନ୍ଦିର ଭିତରେ ଏଏସଆଇ ପକ୍ଷରୁ ବ୍ୟାରିକେଡ କରାଯାଇଛି। ମନ୍ଦିର ଭିତରକୁ ବ୍ଲେଡ଼ ଓ ଛୁରୀ ପ୍ରଵେଶ ରେ କଟକଣା ଲଗାଯାଇଛି । ଭୋର ୪ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଜଳଲାଗି କରାଯିବ । ଏହାପରେ ମନ୍ଦିର ନୀତିକାନ୍ତି ଆରମ୍ଭ କରାଯିବ। ବେଢା ଭିତରେ ଥିବା ଆଡ଼ କାଠ ନିକଟରେ ଥିବା ଏକ ତମ୍ବା ପାତ୍ରରେ ପାଣି ଢାଳିବେ । କୌଣସି ଠେକି ଭିତରକୁ ଚଢ଼ାଯିବ ନାହିଁ ।