ଗାଡି ଚାଳକ ସାବଧାନ ! ଫିଟ୍‌ନେସ୍‌ ନଥିଲେ ଗାଡ଼ି ହେବ ସିଜ୍‌
Advertisement
Article Detail0/zeeodisha/odisha2350157

ଗାଡି ଚାଳକ ସାବଧାନ ! ଫିଟ୍‌ନେସ୍‌ ନଥିଲେ ଗାଡ଼ି ହେବ ସିଜ୍‌

ବିନା ଫିଟନେସ୍‌ରେ ବେଧଡକ ଭାବେ ରାସ୍ତାରେ ଚାଲୁଥିବା ଗାଡ଼ି ଗୁଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗାଡି ଚାଳକ ସାବଧାନ ! ଫିଟ୍‌ନେସ୍‌ ନଥିଲେ ଗାଡ଼ି ହେବ ସିଜ୍‌

ଭୁବନେଶ୍ୱର: ଗାଡି ଚାଳକମାନେ ସାବଧାନ । ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ । ବିନା ଫିଟନେସ୍‌ରେ ବେଧଡକ ଭାବେ ରାସ୍ତାରେ ଚାଲୁଥିବା ଗାଡ଼ି ଗୁଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଣିକି ଅମାନିଆ ଗାଡି ଚାଳକଙ୍କୁ ଜରିମାନା ଲଗାଯିବା ସହ ବେଆଇନ୍ ଗାଡ଼ିକୁ ଅଟକ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଫିଟନେସ୍ ଓ ପଞ୍ଜୀକରଣ ବୈଧତା ସରିଥିବା ଗାଡ଼ିର ଏକ ତାଲିକା ପ୍ରସ୍ତୁତ କରାଯିବ । ରାସ୍ତାରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଇ ଚାଳକଙ୍କ ଗାଡିର କାଗଜ ପତ୍ର ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।

Also Read- କେନ୍ଦ୍ର ବଜେଟ 2024-25 ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ

Also Read- ବୁଧବାର ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ଦର୍ଶନ ବନ୍ଦ