ଭିଜିଲାନ୍ସ ଜାଲରେ ଡାକ୍ତର;ଗର୍ଭବତୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିଲେ
Advertisement
Article Detail0/zeeodisha/odisha2519629

ଭିଜିଲାନ୍ସ ଜାଲରେ ଡାକ୍ତର;ଗର୍ଭବତୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିଲେ

Doctor caught in vigilance net: ମହିଳାଙ୍କ ସ୍ଵାମୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। କଳାହାଣ୍ଡି ଭିଜିଲାନ୍ସ ବିଭାଗ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି। ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍ ଚାଲିଛି।

ଭିଜିଲାନ୍ସ ଜାଲରେ ଡାକ୍ତର;ଗର୍ଭବତୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିଲେ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ (ଗାଇନିକ)ଡାକ୍ତର ଅଶୋକ ଦାସ। ପ୍ରସବ ପାଇଁ ଆସିଥିବା ଜଣେ ମହିଳାଙ୍କ ସ୍ଵାମୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। କଳାହାଣ୍ଡି ଭିଜିଲାନ୍ସ ବିଭାଗ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି। ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍ ଚାଲିଛି।

ଅନ୍ୟପଟେ ଭିଜିଲାନସ ଜାଲରେ ଓଡିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡିଜିଏମ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ଏକକାଳୀନ ୪ଟି ସ୍ଥାନରେ ଚଢଉ କରାଯାଇଛି। ବ୍ରହ୍ମପୁର ଡିଭିଜନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନସ। ଭୁବନେଶ୍ୱର ଓ ବ୍ରହ୍ମପୁରର ଚାରୋଟି ସ୍ଥାନରେ ଚାଲିଛି ଚଢ଼ଉ। 

ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି।