NMMS ପରୀକ୍ଷା ହଲ ସାମ୍ନାରେ ହୋହଲ୍ଲା, ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ
Advertisement
Article Detail0/zeeodisha/odisha1992552

NMMS ପରୀକ୍ଷା ହଲ ସାମ୍ନାରେ ହୋହଲ୍ଲା, ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ

ରାଜ୍ୟର ବିଭିନ୍ନ ସେଣ୍ଟର ଗୁଡିକରେ ଆଜି ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିବା ସମୟରେ ଯାଜପୁର ପାଣିକୋଇଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପ୍ରଶ୍ନପତ୍ର ତୃଟି ଜନିତ କାରଣକୁ ନେଇ ହୋହଲ୍ଲା ହୋଇଥିଲା ।

NMMS ପରୀକ୍ଷା ହଲ ସାମ୍ନାରେ ହୋହଲ୍ଲା, ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ

ଯାଜପୁର: ଆଜି NMMS ପରୀକ୍ଷା ପାଇଁ ରାଜ୍ୟରେ ବିଭିନ୍ନ ପରୀକ୍ଷା ହଲ ଗୁଡିକ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ଯାଜପୁର ପାଣିକୋଇଲି ସରକାରୀ ହାଇସ୍କୁଲରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଶ୍ନପତ୍ର ଜନିତ ତୃଟି କାରଣରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ସାମ୍ନାରେ ହୋହଲ୍ଲା କରିଥିଲେ । ଅଭିଯୋଗ ହୋଇଥିଲା ଯେ, ପ୍ରଥମ ସିଫ୍ଟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା ଦ୍ୱିତୀୟ ସିଫ୍ଟରେ ମଧ୍ୟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ସମାନ ପ୍ରଶ୍ନ ଦିଆଯାଇଥିଲା ।

ପ୍ରଶ୍ନପତ୍ର ସମ୍ପର୍କରେ ଜଣାପଡିବା ପରେ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପରୀକ୍ଷାର୍ଥୀ ହୋହଲ୍ଲା କରିବା କାରଣରୁ ସେମାନଙ୍କୁ ହଲ୍ ଭିତରେ ଅଟକ ରଖାଯାଇଥିଲା । ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ କର୍ତ୍ତୁପକ୍ଷ ।

ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବଡ଼ ଅଘଟଣ ଆଶଙ୍କା ଥିବାରୁ ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚିଥିଲା । କୋରେଇ ବିଡିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷାର୍ଥୀଙ୍କ ସମେତ ସେମାନଙ୍କ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ ।

Also Read- ଅଧିକାରୀ ହୋଇ ପ୍ରତିଶୋଧ ନେଲେ ଝିଅ ! ୩୧ ବର୍ଷ ପରେ ପାଇଲେ ନ୍ୟାୟ, ପିତାଙ୍କୁ କରାଯାଇଥିଲା ହତ୍ୟା

Also Read- Bollywood News: କୋରିଓଗ୍ରାଫର ମୁଦାସର ଖାନଙ୍କ ବିବାହ ଉତ୍ସବରେ ବଲିଉଡ୍ ଭାଇଜାନ୍, ଭିଡିଓ ଭାଇରାଲ

Also Read- ନୂଆ ଜୀବନ ପାଇଲା ଦନ୍ତାହାତୀ, ଉଦ୍ଧାରକଲା ବନ ବିଭାଗ