ଭିଜିଲାନ୍ସ ହାତରେ ଧରାପଡିଲେ ଦେଓଗାଁ ବିଆରସି, ୫ ହଜାର ନେଉଥିଲେ ଲାଞ୍ଚ
Advertisement
Article Detail0/zeeodisha/odisha2145390

ଭିଜିଲାନ୍ସ ହାତରେ ଧରାପଡିଲେ ଦେଓଗାଁ ବିଆରସି, ୫ ହଜାର ନେଉଥିଲେ ଲାଞ୍ଚ

Crime News: ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଦେଓଗାଁ ବିଆରସି ମଧୁସୂଦନ ପଟେଲ୍ । ସେ ସ୍ଥାନୀୟ ଏକ ଏସ୍‌ଏଚ୍‌ଜି ଏଜେଣ୍ଟଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ହିଁ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଭିଜିଲାନ୍ସ ଟିମ୍ ଉକ୍ତ ଟଙ୍କାକୁ ଜବତ କରିଛି ।

ସୂଚନା ମୁତାବକ, ବ୍ଲକର କିଛି ସ୍ଥାନରେ ଏସଏଚଜି ପକ୍ଷରୁ କିଛି ପାଇଖାନା ତିଆରି କରାଯାଇଥିଲା । ସେହି ପାଇଖାନାର ବିଲ୍ କରାଇଦେବା ପାଇଁ ବିଆରସି ପ୍ରତିନିଧିଙ୍କୁ ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା । ଲାଞ୍ଚ ନେଉଥିବା ଧରା ପଡିବା ପରେ ବର୍ତ୍ତମାନ ମଧୁସୂଦନଙ୍କ ଅଫିସ୍ ଏବଂ ଘର ସମେତ ଲିଙ୍କ ଥିବା ସ୍ଥାନ ଗୁଡିକ ଉପରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ବିଆରସିଙ୍କ ଆୟ ବହିର୍ଭୂତ ସମ୍ପତ୍ତି କେତେ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

Also Read- Crime News: ବିବାହ ଉତ୍ସବରୁ ଫେରି ଘରେ ଝିଅର ମୃତଦେହ ଦେଖିଲେ ମାଆ, ଆଉ ତାପରେ...

Also Read- Jaya Bachchan: ସୋସିଆଲ୍ ମିଡିଆରୁ କାହିଁକି ଦୂରରେ ଜୟା ବଚ୍ଚନ? ଜାଣନ୍ତୁ କାରଣ