ଜଗତପୁର ନାବାଳକ ହତ୍ୟାକାଣ୍ଡ ପର୍ଦ୍ଦାଫାସ, ଅପ୍ରାକୃତିକ ଯୌନସମ୍ପର୍କ ପରେ ହତ୍ୟା
Advertisement
Article Detail0/zeeodisha/odisha2028556

ଜଗତପୁର ନାବାଳକ ହତ୍ୟାକାଣ୍ଡ ପର୍ଦ୍ଦାଫାସ, ଅପ୍ରାକୃତିକ ଯୌନସମ୍ପର୍କ ପରେ ହତ୍ୟା

Crime News: ଜଗତପୁର ନାବାଳକ ହତ୍ୟା ଘଟଣା ୯ ଦିନ ବିତିବା ପରେ ପୁରା ଘଟଣାର ସିନ୍ ରିକ୍ରିଏସନ ହୋଇଥିଲା । ସିନ୍ ରିକ୍ରିଏସନରେ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡା ସାମିଲ୍ ହୋଇ ପୁରା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲା ।

ଜଗତପୁର ନାବାଳକ ହତ୍ୟାକାଣ୍ଡ ପର୍ଦ୍ଦାଫାସ, ଅପ୍ରାକୃତିକ ଯୌନସମ୍ପର୍କ ପରେ ହତ୍ୟା

Crime News: କଟକ ଜଗତପୁର ନାବାଳକ ହତ୍ୟା ଘଟଣା ୯ ଦିନ ବିତିବା ପରେ ପୁରା ଘଟଣାର ସିନ୍ ରିକ୍ରିଏସନ ହୋଇଥିଲା । ସିନ୍ ରିକ୍ରିଏସନରେ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡା ସାମିଲ୍ ହୋଇ ପୁରା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲା । ଏହି ହତ୍ୟାକାଣ୍ଡ ସମ୍ପର୍କରେ କଟକ ଡିଜିପି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । 

ସୂଚନା ମୁତାବକ, ଅଭିଯୁକ୍ତ ଯୋଗେନ୍ଦ୍ର ଖୁବ ନିଶାସକ୍ତ ରହୁଥିଲା । ନାବାଳକ ସହିତ ତାର ଭେଟ ହେବା ପରେ ସମ୍ପର୍କ ବଢାଇଥିଲା । ପରେ ନାବାଳକକୁ ଉଭୟ ଶାରିରୀକ ଓ ମାନସିକ ଭାବେ ଶୋଷଣ କରିଥିଲା । ଡିସେମ୍ୱର ୧୬ ତାରିଖରେ ନାବାଳକକୁ ଯୋଗେନ୍ଦ୍ର ଏକ ପରିତ୍ୟକ୍ତ ସ୍ଥାନକୁ ନେଇଥିଲା । ନାବାଳକ ସହ ଖରାପ କାର୍ଯ୍ୟକଳାପ କରିବା ପରେ ନାବାଳକ ନିଜ ଘରେ ସବୁକଥା କହିବ ବୋଲି ଯୋଗେନ୍ଦ୍ରକୁ ଜଣାଇଥିଲା । ଏହା ଶୁଣି ଯୋଗେନ୍ଦ୍ର ବଦନାମ ଭୟରେ ନାବାଳକକୁ ଅତି ନିର୍ମମ ଭାବରେ ଧାନକଟା ଦା ସାହାଯ୍ୟରେ ହତ୍ୟା କରିଥିଲା । ପରେ ମୃତଦେହକୁ ନେଇ ବିଲ ମଝିରେ ଫିଙ୍ଗି କିଛି ନଜାଣିବା ପରି ଅଭିନୟ କରୁଥିଲା । ପୋଲିସ ତଦନ୍ତରେ ସବୁ କଥା ପଦାକୁ ଆସିବା ପରେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଭିଜା ଦା ସମେତ ଏକ ଏକ ଗାମୁଛା ମଧ୍ୟ ଜବତ କରିଛି ।

Also Read- ନୂଆ ବର୍ଷ ପୂର୍ବରୁ ପେଟିଏମ କର୍ମଚାରୀଙ୍କୁ ଝଟକା... ୧୦୦୦ ରୁ ଅଧିକ କର୍ମଚାରୀ ଛଟେଇ, ଜାଣନ୍ତୁ କାରଣ

Also Read- “ଉଡ୍ର”ର ନିଆରା କାର୍ଯ୍ୟକ୍ରମ “ବଡ଼ଦିନ ବଡ଼ସ୍ୱପ୍ନ”