ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
Advertisement
Article Detail0/zeeodisha/odisha2061786

ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

୧୫ ଜାନୁଆରୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ତଥା ଜାନୁଆରୀ ୧୭ରେ ସମସ୍ତ ଓଡ଼ିଶାବାସୀ ଘରେ ଘରେ ଦୀପ ଜାଳିବା ସହିତ ଘଣ୍ଟ ବଜାଇ ଶଙ୍ଖନାଦ କରନ୍ତୁ ।

ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ପୁରୀ: ଜାନୁଆରୀ ୧୭ ତାରିଖ ତଥା ବୁଧବାର ଦିନ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉର୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହିତ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik) ଏହି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଅନେକ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ସାଧୁସନ୍ଥମାନେ ମଧ୍ୟ ଉପସ୍ଥିତ ରହିବେ । ୧୫ ଜାନୁଆରୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ତଥା ଜାନୁଆରୀ ୧୭ରେ ସମସ୍ତ ଓଡ଼ିଶାବାସୀ ଘରେ ଘରେ ଦୀପ ଜାଳିବା ସହିତ ଘଣ୍ଟ ବଜାଇ ଶଙ୍ଖନାଦ କରନ୍ତୁ ।

ଭିଡିଓରେ ମୁଖ୍ୟମନ୍ତ୍ରୀ ଭକ୍ତିର ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଏକଥା ମଧ୍ୟ କହିଛନ୍ତି ଯେ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା ନହେଲେ ଗଛରେ ପତ୍ର ହଲିବା ଅସମ୍ଭବ । ପୁରୀ ପରିକ୍ରମା ପ୍ରକଳ୍ପ ମଧ୍ୟ ଭଗବାନଙ୍କର ଇଚ୍ଛା ଥିଲା । ଆମର ଏହା ପରମ ସୌଭାଗ୍ୟ ଯେ, ପୁରୀ ପରିକ୍ରମା ପ୍ରକଳ୍ପର ଆମେ ସାକ୍ଷୀ ହୋଇ ରହିପାରିବା । ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନେ କିପରି ସଠିକ ଭାବରେ ଶ୍ରୀମନ୍ଦିର ପରିକ୍ରମା କରିପାରିବେ ତାହା ଏହି ପରିକ୍ରମା ପ୍ରକଳ୍ପର ଉଦ୍ଦେଶ୍ୟ ।

Video-

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଗୋରବମୟ ମୁହୂର୍ତ୍ତ । ଯେଉଁମାନେ ଏହି ପରିକ୍ରମା ପ୍ରକଳ୍ପନେ ସହଯୋଗ କରିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ପ୍ରଦାନ କରିଛନ୍ତି ।

Also Read- Makar Sankranti 2024: ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ

Also Read- Makar Sankranti 2024: ଗୁଡି ଉଡାଇବା ସମୟରେ ଅଘଟଣ, ବେକରେ ସୁତା ଲାଗି ୨ଗୁରୁତର