Chief Minister of odisha : ଆଜିଠୁ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ : ଜାଣନ୍ତୁ କେମିତି ଓ କେତେବେଳେ କରିବେ କରିବେ ପଞ୍ଜିକରଣ
Advertisement
Article Detail0/zeeodisha/odisha2315532

Chief Minister of odisha : ଆଜିଠୁ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ : ଜାଣନ୍ତୁ କେମିତି ଓ କେତେବେଳେ କରିବେ କରିବେ ପଞ୍ଜିକରଣ

Chief Minister of odisha : ଆଜିଠାରୁ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଞ୍ଜିକରଣ ସେହିଦିନ ପୂର୍ବାହ୍ନ ୯ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ହେବ .

mohan charan majhi

odisha news : ଆଜିଠାରୁ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିଲାଗି ପ୍ରସ୍ତୁତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠର ନବୀକରଣ କରାଯାଇଛି । ଯାହାର ତଦାରଖ କରୁଛନ୍ତି ଖୋଦ ବରିଷ୍ଠ ଅଧିକାରୀ ।

ଜୁଲାଇ ୧ରୁ ଅଭିଯୋଗ ପ୍ରକୋଷ୍ଟରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ଶୁଣାଣି । ସାଧାରଣ ଜନତାଙ୍କର ଶୁଣିବେ ଅଭିଯୋଗ । ଯେଉଁଠି ଏକକାଳୀନ ୩୦ ଜଣ ବସିବାର ବ୍ୟବସ୍ଥା କରାଯାଇଛି । ୧୧ ଟାରୁ ୟୁନିଟ-୫ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ହେବ । ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ସେହିଦିନ ପୂର୍ବାହ୍ନ ୯ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ହେବ I ଗଣମାଧ୍ଯମ ପ୍ରତିନିଧିମାନେ ଉପସ୍ଥିତ ରହି ଶୃଙ୍ଖଳାର ସହ ଖବର ପ୍ରସାରଣ କରିପାରିବେ I