CBSE Exams 2024: ଆଜିଠୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ୩୦ ମିନିଟ୍ ପୂର୍ବରୁ ହଲରେ ଏଣ୍ଟ୍ରି
Advertisement

CBSE Exams 2024: ଆଜିଠୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ୩୦ ମିନିଟ୍ ପୂର୍ବରୁ ହଲରେ ଏଣ୍ଟ୍ରି

CBSE Exams 2024: ଆଜିଠୁ ସିବିଏସଇ ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପରିଚାଳିତ ଦଶମ ଓ ଦ୍ବାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ । ଏନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଖବର ଅନୁଯାୟୀ, ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଡମିଟ୍ କାର୍ଡ଼ ଆଣିନଥିଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ନେଇ ଅନୁମତି ମିଳିବ ନାହିଁ । ପରୀକ୍ଷା ହଲ ଭିତରେ ଛାତ୍ରଛାତ୍ରୀ ପରସ୍ପର ମଧ୍ଯରେ କୌଣସି ଜିନିଷ ଦେବା ନେବା କରିପାରିବେନାହିଁ । ହଲ ଭିତରକୁ କୌଣସି ବୈଦ୍ୟୁତିକ ସାମଗ୍ରୀ ନ ଆଣିବା ନେଇ ବାରଣ କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେଳ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ ଯାଏଁ ଚାଲିବ।

ଚଳିତ ବର୍ଷ ଭାରତ ସମେତ ବିଦେଶର ୨୬ଟି ଦେଶର ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବାକୁ ବୋର୍ଡ ପରୀକ୍ଷା। ସେଥିମଧ୍ୟରୁ ଓଡ଼ିଶାରୁ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି ।

Also Read- Khandagiri Mela 2024: ଦିନକ ପରେ ଖଣ୍ତଗିରି ମେଳା, ଅଶ୍ଲୀଳତା ପ୍ରଦର୍ଶନ କଲେ ବନ୍ଦ ହେବ ଯାତ୍ରା!