Bus strike postponed: ପୁଣି ଗଡ଼ିବ ଘରୋଇ ବସ୍, ଅକ୍ଟୋବର ୩୧ ପର୍ଯ୍ୟନ୍ତ ବସ ଧର୍ମଘଟ ସ୍ଥଗିତ
Advertisement
Article Detail0/zeeodisha/odisha1924288

Bus strike postponed: ପୁଣି ଗଡ଼ିବ ଘରୋଇ ବସ୍, ଅକ୍ଟୋବର ୩୧ ପର୍ଯ୍ୟନ୍ତ ବସ ଧର୍ମଘଟ ସ୍ଥଗିତ

Bus strike postponed: ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏ ସମ୍ପର୍କରେ ପ୍ରେସମିଟ୍ କରି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ପୁଣି ଗଡ଼ିବ ଘରୋଇ ବସ୍ । 

Bus strike postponed: ପୁଣି ଗଡ଼ିବ ଘରୋଇ ବସ୍, ଅକ୍ଟୋବର ୩୧ ପର୍ଯ୍ୟନ୍ତ ବସ ଧର୍ମଘଟ ସ୍ଥଗିତ

Bus strike postponed: ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ରାଜ୍ୟରେ ପୁଣି  ଘରୋଇ ବସ୍ ଗଡିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛି ଘରୋଇ ମାଲିକ ବସ ସଂଘ । ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ ପରେ ବସ ମାଲିକ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବ ବୋଲି କହିଛି । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଦେବା ପରେ ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଧର୍ମଘଟ ସ୍ଥଗିତ ହେବାରୁ ଆଜି ରାତିରୁ ପୁଣିଥରେ ଘରୋଇ ବସ୍ ଚଳାଚଳ ସ୍ୱଭାବିକ ଭାବରେ ଚାଲିବ ।

ସୂଚନାଯୋଗ୍ୟ, ଆଜିଠୁ ରାଜ୍ୟରେ ବସ୍ ଧର୍ମଘଟ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିବା କାରଣରୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ନିଜ ଜିଦରେ ଅଟଳ ରହିଥିଲା ଘରୋଇ ବସ୍ ମାଲିକ ସଂଘ (private bus owners association) । ବସ ଧର୍ମଘଟ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ। ସରକାର ଲିଖିତ ପ୍ରତିଶ୍ରୃତି ନ ଦେବାରୁ ଏହି ଧର୍ମଘଟ ହୋଇଛି ବୋଲି ସେ କହିଛନ୍ତି।  ସେ ଆହୁରୀ ମଧ୍ୟ କହିଥିଲେ ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଏନେଇ ଆମେ ଯାତ୍ରୀଙ୍କ ଠାରୁ କ୍ଷମା ଚାହୁଁଛୁ। ଦଶହରା ପୂଜା ଥିବାରୁ ଅଧିକ ଯାତ୍ରୀ ହଇରାଣ ହେବେ ବୋଲି ଆଶା କରାଯାଉଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।

ତେବେ, ଦଶହରା ପୂଜା ଥିବାରୁ କିଏ ଘରକୁ ଫେରୁଛି ତ ଆଉ କିଏ କେଉଁ ସ୍ଥାନକୁ ପୂଜା ବୁଲିବାକୁ ବାହାରିଛି । କିନ୍ତୁ ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଇଛନ୍ତି ଆଜି । ବରମୁଣ୍ତା ଓ କଟକର ନୂଆ କରି ଉଦଘାଟିତ ହୋଇଥିବା ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ସରକାରଙ୍କ ପକ୍ଷରୁ ଗଡୁଥିବା ମୋ ବସ୍ ଚାଲୁଥିଲେ ମଧ୍ୟ ଘରୋଇ ବସ୍ ବନ୍ଦ ଥିବାରୁ ସେହି ବସ୍ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସୂଚନା ଅନୁସାରେ, ନିକଟରେ ମାଲକାନଗିରିରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସକୁ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇଛି। ଗତକାଲି, ସିଏମଓଙ୍କ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲା ବସ ମାଲିକ ସଂଘ। କିନ୍ତୁ ଏହି ଆଲୋଚନା ବିଫଳ ହୋଇଥିଲା। 

ସେପଟେ ଧର୍ମଘଟକୁ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ  ପ୍ରତିକ୍ରିୟା ରଖିଛନ୍ତି ।  ବସ ଧର୍ମଘଟ ନ କରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାର୍ବଣ ସମୟରେ ବସ ଧର୍ମଘଟ ନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ବସ ମାଲିକ ସଂଘର ଏଭଳି ଏକତରଫା ନିଷ୍ପତ୍ତି ଦ୍ବାରା ଯାତ୍ରୀ ଅସୁବିଧାରେ ପଡ଼ିବେ ବୋଲି ସେ କହିଛନ୍ତି। ଆସନ୍ତା ୨୬ ତାରିଖରେ ପୁଣିଥରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ରହିଛି ବୋଲି ସୂଚନା ରହିଛି। 

Also Read- Ollywood News: ୫୧ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର "ରାମ୍"

Also Read- Expensive Alcohol: ୧୧ କୋଟି ଟଙ୍କାରେ ଗୋଟିଏ ବୋତଲ ମଦ, ଆସନ୍ତା ମାସରେ ନିଲାମ