Boudh Patient Death: କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ; ଚାଲିଗଲା ରୋଗୀଙ୍କ ଜୀବନ
Advertisement
Article Detail0/zeeodisha/odisha1792516

Boudh Patient Death: କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ; ଚାଲିଗଲା ରୋଗୀଙ୍କ ଜୀବନ

Boudh Tribal Women Death: କାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ। ଆଉ ଯାହା ଫଳରେ ଚାଲିୟାଇଛି ଜଣେ ରୋଗୀଙ୍କ ଜୀବନ।

Boudh Patient Death: କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ; ଚାଲିଗଲା ରୋଗୀଙ୍କ ଜୀବନ

Boudh Patient Death News Today: ବିପର୍ଯ୍ୟସ୍ତ ରାସ୍ତା ପାଇଁ ବହୁତ ଡେରିରେ ଡାକ୍ତରଖାନାରେ ପହଞ୍ଚିଥିଲା ଆମ୍ବୁଲାନ୍ସ। ଯାହା ଫଳରେ ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେବା ପରେ ଜଣେ ନିରୀହ ଆଦିବାସୀ ମହିଳାଙ୍କ ଅକାଳରେ ମୃତ୍ୟୁ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧିଷିତ ଗୁନ୍ଦୁଲିଆ ପଞ୍ଚାୟତର ଦୁର୍ଗମ ଇଲାକା ଭାବେ ଜଣାଶୁଣା କିରମାଖୋଲ ଗ୍ରାମରୁ ଆସିଛି ଏଭଳି ଏକ ସ୍ପର୍ଶକତାର ଘଟଣା।

ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଶନିବାର ବୌଦ୍ଧ ଜିଲ୍ଲାର (Boudh District) ଆଦିବାସୀ ଅଧିଷିତ ଗୁନ୍ଦୁଲିଆ ପଞ୍ଚାୟତର (Gundulia Gram Panchayat) ଦୁର୍ଗମ ଇଲାକା ଭାବେ ଜଣାଶୁଣା କିରମାଖୋଲ ଗ୍ରାମର ( Kirmakhol Village) ବନବାସୀ କହଁର ନାମ୍ମି ଜଣେ ୪୭ ବର୍ଷୀୟ ମହିଳାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲ ଆଣିବା ପାଇଁ ସକାଳ ସାଢେ ଦଶଟା ସମୟରେ ଫୋନ କରି ଆମ୍ବୁଲାନ୍ସ ଡାକିଥିଲେ। ଫୋନ କଲ ପାଇବା ପରେ କହଁର ନାମ୍ମିଙ୍କୁ ଡାକ୍ତରଖାନା ନେବା ପାଇଁ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ। 

ମାତ୍ର ବର୍ଷା କାରଣରୁ କାଦୁଅ ପଙ୍କରେ ଭର୍ତ୍ତି ହୋଇଥିବା ଗୁନ୍ଦୁଲିଆ ପଞ୍ଚାୟତର ଗନସରଗୁଡି ଠାରୁ କିରମାଖୋଲ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୬ କିଲୋମିଟର ମାଟି ରାସ୍ତା ଅତିକ୍ରମ କରି ଯାତାୟତ କରିବାକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଯାହ ପରେ ଦିନ ସାଢେ ତିନିଟା ବେଳକୁ ତାଙ୍କୁ ବହୁତ ଡେରିରେ ବୌଦ୍ଧ ମେଡିକାଲ (Boudh District Headquarters Hospital) ଅଣାଯାଇ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ମହିଳାଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁ ପାଇଁ ବିପର୍ଯ୍ୟସ୍ତ ରାସ୍ତାକୁ ଦାୟୀ କରିଛନ୍ତି। ରାସ୍ତାର ଏପରି ଅବସ୍ଥା କାରଣରୁ ତାଙ୍କୁ ଡାକ୍ତରଖାନା ଆଣିବାରେ ବହୁ ବିଳମ୍ବ ହେବାରୁ ଅକାଳରେ ତାଙ୍କର ଜୀବନ ଚାଲିଗଲା ବୋଲି କହିଛନ୍ତି।

ଏକଥା ଜଣାପଡିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାର ସମସ୍ତ ଗ୍ରାମକୁ ସଂଯୋଗୀକରଣ ପାଇଁ ପକ୍କାରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ଶୋଚନୀୟ ରାସ୍ତା ପାଇଁ ବିଳମ୍ୱିତ ଆମ୍ବୁଲାନ୍ସ ସେବା କାରଣରୁ ଜଣେ ନିରୀହ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିବା ସରକାରୀ ଯୋଜନା ଉପରେ ପ୍ରଶ୍ନ ଉଠାଇଛି।