Advertisement
Photo Details/zeeodisha/odisha2290653
photoDetails0hindi

Lucky Zodiac Sign: ୧୩ ଜୁନରେ ଅମଲା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 13 June 2024: ୧୩ ଜୁନ ଗୁରୁବାର ଦିନ ଚନ୍ଦ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ସଞ୍ଚାର କରୁଛନ୍ତି । ଚନ୍ଦ୍ରଙ୍କ ଦଶମ ସ୍ଥାନରେ ସୂର୍ଯ୍ୟ ଏବଂ ବୁଧ ଅବସ୍ଥିତ ଅଛନ୍ତି । ଏହି କାରଣରୁ ଅମଲା ଯୋଗ ଗଠନ ହେଉଛି । ଏଥିସହ ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ସପ୍ତମୀ ତିଥିରେ ଅମଲା ଯୋଗ ସହିତ ସିଦ୍ଧି ଯୋଗ, ଗଜକେସରୀ ଯୋଗ ଏବଂ ପୂର୍ବାଫାଲଗୁନୀ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବଢିଛି ।

1/5

ମେଷ ରାଶି- ଜୁନ୍ ୧୩ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ଆସୁଥିବା ବାଧା ବା ସମସ୍ୟା ଧୀରେ ଧୀରେ ହ୍ରାସ ପାଇବ । ଧନ ବୃଦ୍ଧି ହେବ । ଯୋଗାଯୋଗ ଦକ୍ଷତା ବହୁତ ମଜବୁତ ହେବ । ଚାକିରି କ୍ଷେତ୍ରରେ ଦକ୍ଷତା ଆଧାରରେ ଭଲ ପ୍ରଦର୍ଶନ କରିବେ । କ୍ୟାରିୟର ଅଗ୍ରଗତି ହାସଲ କରିବାରେ ସକ୍ଷମ ହେବେ । ପୁଞ୍ଜି ବିନିଯୋଗ ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେବ । ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ମାନ ସମ୍ମାନ ବୃଦ୍ଧି ପାଇବ । ସରକାରୀ ଯୋଜନାରୁ ଲାଭ ପାଇବାର ସମ୍ଭାବନା ରହିଛି । ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ ।

2/5

ତୁଳା ରାଶି- ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ଆପଣଙ୍କର ସାହସ ବୃଦ୍ଧି ପାଇବ । ପ୍ରଶାସନିକ ଅଧିକାରୀଙ୍କ ସାହାଯ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ । ଟଙ୍କା ରୋଜଗାରର ନୂଆ ଉପାୟ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଜମି କିମ୍ବା ଯାନବାହନ କିଣିବାରେ ସଫଳ ହେବେ । ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ବୃତ୍ତିଗତ ତଥା ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭବାନ ହେବେ । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ପାରିବାରିକ ଜୀବନ ଖୁସିରେ କଟିବ ।

3/5

ଧନୁ ରାଶି- ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ପ୍ରେମ ଜୀବନରେ ସାଥୀଙ୍କ ସହିତ ଖୁସିର ସମୟ ବିତାଇବେ । କାର୍ଯ୍ୟରତ ବ୍ୟକ୍ତି କ୍ୟାରିୟରରେ ଅଗ୍ରଗତି କରିବେ । ଆପଣଙ୍କୁ ଭଲ ସୁଯୋଗ ମିଳିପାରେ । କଠିନ ପରିଶ୍ରମ ଆପଣଙ୍କୁ ଉପଯୁକ୍ତ ଫଳାଫଳ ଦେବ । ବ୍ୟବସାୟରେ ବିଶ୍ୱସନୀୟତା ବୃଦ୍ଧି ପାଇବ । ପାରିବାରିକ ଜୀବନରେ କୌଣସି ମତଭେଦ ଥିଲେ ତାହା ଶେଷ ହେବ । ଘରେ କିଛି ଶୁଭ କାମ ହୋଇପାରେ ।

4/5

ମକର ରାଶି- ୧୩ ଜୁନ ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି ।  ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହେବେ । ବହୁ ପରିମାଣର ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ । ବ୍ୟବସାୟୀମାନେ ନୂଆ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟରୁ ବହୁତ ଭଲ ଲାଭ ପାଇବେ । ପ୍ରେମ ଜୀବନରେ ସାଥୀଙ୍କୁ ସମୟ ଦେବା ପାଇଁ ଚିନ୍ତା କରିବେ । ଚାକିରି କ୍ଷେତ୍ରରେ ଅନ୍ୟ କମ୍ପାନୀରୁ ଭଲ ଅଫର ମିଳିପାରେ । ବନ୍ଧୁଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଦୂରଯାତ୍ରା କରିପାରନ୍ତି ।

5/5

ମୀନ ରାଶି-  ଗୁରବାର ଦିନ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଆପଣଙ୍କ ମନରେ ଉତ୍ସାହ ରହିବ । ନୂଆ କୌଶଳ ଶିଖିବାର ସୁଯୋଗ ମିଳିବ । ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ଆପଣଙ୍କ ପାଇଁ ଦିନଟି ଶୁଭ ହେବ । ବିରୋଧୀଙ୍କ ସମାଲୋଚନା ପ୍ରତି ଧ୍ୟାନ ନ ଦେଇ ନିଜ କାର୍ଯ୍ୟ କରନ୍ତୁ । ଭବିଷ୍ୟତରେ ସଫଳତା ଆପଣଙ୍କ ସପକ୍ଷରେ ରହିବ । କ୍ୟାରିୟରରେ ସଫଳତା ପାଇବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି । ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)