Shivraj Singh Chouhan: ଓଡ଼ିଶାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶାରେ ବିଜେପିର ବିଜୟ ନେଇ କହିଲେ..
Advertisement

Shivraj Singh Chouhan: ଓଡ଼ିଶାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶାରେ ବିଜେପିର ବିଜୟ ନେଇ କହିଲେ..

Shivraj Singh Chouhan: ଦିନିକିଆ ଓଡିଶା ଗସ୍ତରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବରାମ ସିଂ ଚୈାହାନ।  ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କଟକ ଓ ଜଗତସିଂହପୁରର ବିଜେପି କର୍ମୀ ଓ ନେତାମାନଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । 

Shivraj Singh Chouhan: ଓଡ଼ିଶାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହାନ, ଓଡ଼ିଶାରେ ବିଜେପିର ବିଜୟ ନେଇ କହିଲେ..

Shivraj Singh Chouhan: ଦିନିକିଆ ଓଡିଶା ଗସ୍ତରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବରାମ ସିଂ ଚୈାହାନ।  ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କଟକ ଓ ଜଗତସିଂହପୁରର ବିଜେପି କର୍ମୀ ଓ ନେତାମାନଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶିବରାମ ସିଂ ଚୌହାନ ଜଗତସିଂହପୁର ଜିଲ୍ଲାରେ ପହଁଚିବା ପରେ ବିଜେପିର କର୍ମକର୍ତ୍ତାମାନେ ଗାନ୍ଧୀ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଜଗତସିଂହପୁର ସ୍ଥିତ ବଙ୍ଗଳା ଛକ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।ସେଠାରେ ଆୟୋଜିତ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଚୌହାନ ମୋଦି ସରକାରଙ୍କର ସଫଳତା ବାବଦରେ ଆଲୋକପାତ କରିବା ସହିତ ଦଳୀୟ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହ ଶପଥ ପାଠ କରାଇଥିଲେ।

 ଓଡ଼ିଶାରେ ବିଜେପି ଆସିଲେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ ହେବ । ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ସାରା ବିଶ୍ଵରେ ଭାରତର ସମ୍ମାନଙ୍କୁ ବୃଦ୍ଧି କରିଛି । ତେଣୁ ଦେଶକୁ ଆଗକୁ ବଢାଇବାର ହେଲେ ମୋଦି ସରକାର ଦରକାର ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ବୁଥରେ କାମ କରୁଥିବା କର୍ମକର୍ତାମାନେ ମୋଦି ସରକାରଙ୍କ ସଫଳତା ବାବଦରେ ଲୋକଙ୍କ ପାଖକୁ ଯିବାକୁ ପଡିବ। ଏଥର  ଓଡ଼ିଶାରେ ୨୧ ଟି ଲୋକସଭା ଓ ବିଧାନସଭା ସହ ଦେଶରେ ମଧ୍ୟ ବିଜେପି ସରକାର ଆସିବ ବୋଲି ଶ୍ରୀ ଚୌହାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ସମସ୍ତ କର୍ମକର୍ତା ଓ କର୍ମୀମାନଙ୍କୁ ସଂକଳ୍ପ କରାଇଥିଲେ ।

 ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ ଶ୍ରୀ ଚୌହାନ ଯୋଗ ଦେଇ କହିଥିଲେ ଯେ ଓଡ଼ିଶାରେ ଆଗାମୀ ନିର୍ବାଚନରେ ପଦ୍ମ ଫୁଟିବ।ଓଡ଼ିଶାର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ପ୍ରିୟ ଲୋକ ବୋଲି  ଭାବି ସାରିଛନ୍ତି ।ମୋଦି ଜୀଙ୍କ ଗରିବ କଲ୍ୟାଣ ଯୋଜନା ଲୋକମାନଙ୍କୁ ବିଜେପି ପ୍ରତି ଆସ୍ଥା ପ୍ରଦାନ କରିଛି । ଓଡ଼ିଶାରେ ନବୀନ ସରକାରରେ ଯେଉଁ ଭଳି ଭାବରେ ଅରାଜକତା ଚାଲିଛି ତାକୁ ପ୍ରତିହତ କରିବାକୁ ହେବ । ଶିକ୍ଷା, ସ୍ୱାସ୍ଥ୍ୟ ସହିତ ସାଧାରଣ ଲୋକଙ୍କ ମୌଳିକ ସୁବିଧା ସମସ୍ୟାର ସମାଧାନ ହେବାକୁ ହେଲେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପିକୁ ଆଶ୍ରିବାଦ କରିବାକୁ ହେବ ।ସେଥିପାଇଁ ବୁଥ ସ୍ତରରେ କିପରି ଦଳ ମଜବୁତ ହୋଇପାରିବ ସେ ବାବଦରେ କର୍ମୀମାନେ ସଜାଗ ହେବା ସହିତ ବୁଥକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ  । ଏହି କାର୍ଯ୍ୟକ୍ରମ ରେ ଦଳର ବହୁ ବରିଷ୍ଟ ନେତା ଓ କର୍ମକର୍ତା ମାନେ ଯୋଗଦେଇ ଆଗାମୀ ନିର୍ବାଚନରେ ସଫଳତା ହାସଲ ପାଇଁ ଏକତ୍ରିତ ହେବାକୁ ଆହ୍ଵାନ ଦେଇଥିଲେ ।