Heat Wave: କାଲି ଜଳିବ ଅଧା ଓଡ଼ିଶା ! ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha2226053

Heat Wave: କାଲି ଜଳିବ ଅଧା ଓଡ଼ିଶା ! ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Heat Wave: ବଢୁଥିବା ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ଆବଶ୍ୟକୀୟ ପାଣି ପିଇବା ସହ ଓଆରଏସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଦିନ ୧୨ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା ପାଇଁ କୁହାଯାଇଛି । ଛାଇ ସ୍ଥାନରେ ଆଶ୍ରୟ ନେବା ଉଚିତ ବୋଲି ପାଣିପାଗ ଅଫିସ କହିଛି । ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଲେ ଛତା ବ୍ୟବହାର କରିବାକୁ ସତର୍କ କରିଛି ପାଣିପାଗ ବିଭାଗ ।

Heat Wave: କାଲି ଜଳିବ ଅଧା ଓଡ଼ିଶା ! ୧୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Weather Updates: ତାତିରୁ ନିସ୍ତାର ମିଳୁନଥିବା ସମୟରେ ବାଟୋଇମାନେ ତ୍ରାହୀ ତ୍ରାହୀ ଡାକିବା ଆରମ୍ଭ କଲେଣି । ଗରମ ଗୁଳୁଗୁଳିରେ ସାରା ଓଡ଼ିଶାର ଲୋକେ ଏବେ ହନ୍ତସନ୍ତ ହେଉଛନ୍ତି । ଆଜି  ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱରରେ ୪୩.୨°C ରେକର୍ଡ ହୋଇଥିବା ସମୟରେ ଏହା ପଛକୁ କେନ୍ଦୁଝର ୪୨.୭°C, ଚାନ୍ଦବାଲି ୪୨.୨ °C, ବାଲେଶ୍ୱର ୪୧.୪°C, ରାଉରକେଲା ୪୦.୬°C, ଝାରସୁଗୁଡା ୩୯.୯°C, ସମ୍ବଲପୁର ୩୯.୪°C, ହୀରାକୁଦ ୩୭.୮°C, ପୁରୀ ୩୪.୯ °C, ଗୋପାଳପୁର ୩୪.୨°C ଏବଂ ପାରାଦୀପରେ ୩୩.୪°C ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅନ୍ୟପଟେ ୨୯ ଏପ୍ରିଲ ପାଇଁ ୧୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଏବଂ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ୱଲପୁର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର ରହିଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ରାୟଗଡା, ମାଲକାନଗିରି, କୋରାପୁଟ, ଦେୱଗଡ, ବରଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୩୦ ଏପ୍ରିଲ ୨୦୨୪ ପାଇଁ ମଧ୍ୟ ୧୬ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ୱଲପୁର, ଦେଓଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା ଏବଂ ଯାଜପୁର । ସେହିପରି ସମାନ ଦିନ ପାଇଁ ୧୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ରହିଛି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ।

ବଢୁଥିବା ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ଆବଶ୍ୟକୀୟ ପାଣି ପିଇବା ସହ ଓଆରଏସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଦିନ ୧୨ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା ପାଇଁ କୁହାଯାଇଛି । ଛାଇ ସ୍ଥାନରେ ଆଶ୍ରୟ ନେବା ଉଚିତ ବୋଲି ପାଣିପାଗ ଅଫିସ କହିଛି । ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିଲେ ଛତା ବ୍ୟବହାର କରିବାକୁ ସତର୍କ କରିଛି ପାଣିପାଗ ବିଭାଗ ।

 

Also Read- Ram Mandir News: ଏଥର ଆରାମରେ କରିବେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ, ଟ୍ରଷ୍ଟ ନେଲା ବଡ଼ ପଦକ୍ଷପ

Also Read- Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ