Janasamparka PadaJatra: ଲୋକଙ୍କ ନିକଟକୁ ଯିବ ବିଜେଡ଼ି, ଆଜିଠାରୁ ଜନସମ୍ପର୍କ ପଦଯାତ୍ରା
Advertisement

Janasamparka PadaJatra: ଲୋକଙ୍କ ନିକଟକୁ ଯିବ ବିଜେଡ଼ି, ଆଜିଠାରୁ ଜନସମ୍ପର୍କ ପଦଯାତ୍ରା

ଲୋକଙ୍କ ପାଖକୁ ଯିବ ବିଜେଡ଼ି। ଗାଁ ଗାଁରେ ପହଞ୍ଚିବ ସରକାରଙ୍କ ବିକାଶର ବାର୍ତ୍ତା। ଲୋକଙ୍କ ପାଖରେ ପହଞ୍ଚିବେ ନେତା, ମନ୍ତ୍ରୀ ସାଂସଦ। ଏଥିପାଇଁ ଆଜି ଠାରୁ ବିଜେଡ଼ିର ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା। ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳର ମୁଖିଆ ତଥା ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜେଡି ରାଜ୍ୟବ୍ୟା

Janasamparka PadaJatra: ଲୋକଙ୍କ ନିକଟକୁ ଯିବ ବିଜେଡ଼ି, ଆଜିଠାରୁ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଲୋକଙ୍କ ପାଖକୁ ଯିବ ବିଜେଡ଼ି। ଗାଁ ଗାଁରେ ପହଞ୍ଚିବ ସରକାରଙ୍କ ବିକାଶର ବାର୍ତ୍ତା। ଲୋକଙ୍କ ପାଖରେ ପହଞ୍ଚିବେ ନେତା, ମନ୍ତ୍ରୀ ସାଂସଦ। ଏଥିପାଇଁ ଆଜି ଠାରୁ ବିଜେଡ଼ିର ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା। ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳର ମୁଖିଆ ତଥା ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା କରିବ। ରାଜ୍ୟବ୍ୟାପୀ ଦଳର ନେତା, ମନ୍ତ୍ରୀ, ସାଂସଦ ପ୍ରମୁଖ ପଦଯାତ୍ରାରେ ସାମିଲ ହେବେ। 

ଆଜି ଏକ ସାଧାରଣ ସଭାକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଥିଲେ କି ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହି ଆସିଛନ୍ତି । ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ଆଗକୁ ବାଟ ଦେଖାଇ ଆସୁଛି । ସାଧାରଣ ଲୋକଙ୍କ ଖୁସି ଆମର ସବୁଠୁ ବଡ ଖୁସି । ସେଥିପାଇଁ ବିଜେଡି ଗରିବ, ମହିଳା, ଯୁବବର୍ଗ, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ କାମ କରି ଆସୁଛି । ସେମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ କାମ କରୁଛି । ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ କରିବାକୁ ବହୁଦିନର ଉଦ୍ୟମ ଥିଲା । ଖୁସିର କଥା ମହିଳା ସଂରକ୍ଷଣ ଏବେ ଆଇନରେ ପରିଣତ ହୋଇଛି । ଓଡ଼ିଶା ଏବେ ରୂପାନ୍ତରଣ କ୍ଷେତ୍ରରେ ଆଗେଇ ଚାଲିଛି ବୋଲି ସେ କହିଥିଲେ।  

ଜନସମ୍ପର୍କ ପଦଯାତ୍ରା ବେଳେ ବିଜୁ ଜନତା ଦଳର ସାଂସଦ, ବିଧାୟକ, କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ବିକାଶ ଏକ ନିରନ୍ତର ପ୍ରକ୍ରିୟା, ବିଜେଡ଼ି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରୀକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଛି ।

ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡ଼ି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ।

Also Read: ଆଇରନରେ ଭରପୁର ଏହି ୫ ଖାଦ୍ଯ, ଦୂର କରିବ ରକ୍ତହୀନତା

Also Read: Lady ASI Death Case: ମହିଳା ASI ଆଲିଶାଙ୍କୁ ମାରିଲା କିଏ ?

Also Read: OMM Word: ଡିକ୍ସନାରୀରୁ କାହିଁକି ‘ଓମ୍’ ଶବ୍ଦକୁ ହଟାଇବାକୁ ଚାହୁଁଛନ୍ତି ଏହି ଦେଶର ସରକାର?