OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୫୬ ଅଫିସରଙ୍କୁ ବଦଳି
Advertisement
Article Detail0/zeeodisha/odisha2131399

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୫୬ ଅଫିସରଙ୍କୁ ବଦଳି

OAS Officers Transferred: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଏଏସ ଅଫିସରଙ୍କ ମଧ୍ୟରେ ଏକ ବଡ଼ ଧରଣର ବଦଳି ପ୍ରକ୍ରିୟା ହୋଇଛି । ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ତହସିଲଦାର, ପ୍ରକଳ୍ପ ନିର୍ଦ୍ଦେଶକ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହି ବଦଳି କରାଯାଇଛି । ସମୁଦାୟ ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳ କରାଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୫୬ ଅଫିସରଙ୍କୁ ବଦଳି

OAS Officers Transferred: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଏଏସ ଅଫିସରଙ୍କ ମଧ୍ୟରେ ଏକ ବଡ଼ ଧରଣର ବଦଳି ପ୍ରକ୍ରିୟା ହୋଇଛି । ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ତହସିଲଦାର, ପ୍ରକଳ୍ପ ନିର୍ଦ୍ଦେଶକ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହି ବଦଳି କରାଯାଇଛି । ସମୁଦାୟ ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳ କରାଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ଅଧିକାରୀ ଭାବେ ଜିଲ୍ଲାସ୍ତରରେ କାର୍ଯ୍ୟରତ ସମୁଦାୟ ୫୧ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଛି । ଏଥିସହ ପଂଚାୟତିରାଜ ବିଭାଗ ପକ୍ଷରୁ ୩୫ଜଣ ବିଡିଓଙ୍କୁ ମଧ୍ୟ ବଦଳି କରାଯାଇଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୭୦ଜଣ ତହସିଲଦାରଙ୍କ ବଦଳି ହୋଇଛି।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ୍ ଉଦୟ କୁମାର ମହାପାତ୍ରଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ଲଗ୍ନଜିତ୍ ରାଉତଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ନିରଞ୍ଜନ ବେହେରାଙ୍କୁ ବାଲେଶ୍ୱର ଏଡିଏମ୍, ଲଳିତମୋହନ ବେହେରାଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ଅଭିମନ୍ୟୁ ବେହେରାଙ୍କୁ ଜଗତସିଂହପୁର ଏଡିଏମ, ତ୍ରିନାଥ ମାଝୀଙ୍କୁ ରାୟଗଡ଼ା ଏଡିଏମ୍ , ଅନୀତା ପାତ୍ରଙ୍କୁ ଢେଙ୍କାନାଳ ଏଡିଏମ, ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଅନୁଗୁଳ ଏଡିଏମ, ନୀଳମାଧବ ଭୋଇଙ୍କୁ ପୁରୀ ଏଡିଏମ, ସୋମନାଥ ପ୍ରଧାନଙ୍କୁ ମାଲକାନଗିରି ଏଡିଏମ୍ , ସମ୍ବିତ କୁମାର ରାଉତଙ୍କୁ ଜଗତସିଂହପୁର ଏଡିଏମ, ପ୍ରସନ୍ନ କୁମାର ପାତ୍ରଙ୍କୁ କୋରାପୁଟ ଏଡିଏମ, ମଧୁଛନ୍ଦା ସାହୁଙ୍କୁ ବରଗଡ଼ ଏଡିଏମ, ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବୌଦ୍ଧ ଉପଜିଳ୍ଲାପାଳ,  ଆଲୋକ କୁମାର ପ୍ରଧାନ ବଲାଙ୍ଗୀର ଉପଜିଲ୍ଲାପାଳ, ଅନୁପ ପଣ୍ଡା ପାରଳାଖେମୁଣ୍ଡି ଉପଜିଳ୍ଲାପାଳ, ଜ୍ୟୋତି ଶଙ୍କର ରାୟ, କଟକ ଉପଜିଲ୍ଲାପାଳ, ସୁବ୍ରତ କୁମାର ଜେନା କନ୍ଧମାଳ ଉପଜିଲ୍ଲାପାଳ, ଦେବାଶୀଷ ପଟ୍ଟନାୟକ କୋରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରିୟରଞ୍ଜନ ପୃଷ୍ଟି ପୁରୀ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ, ଦୟାମୟ ପାଢ଼ୀ କଳାହାଣ୍ଡି ସିଡିଓ-ଇଓ ଜିଲ୍ଲା ପରିଷଦ, ନରେଶ ଚନ୍ଦ୍ର ଶବର ମାଲକାନଗିରି ସିଡିଓ-ଇଓ ଜିଲ୍ଲା ପରିଷଦ, ରତ୍ନାକର ସାହୁ କନ୍ଧମାଳ ସିଡିଓ-ଇଓ ଜିଲ୍ଲା ପରିଷଦ, ପ୍ରିୟଦର୍ଶନୀ ମଲ୍ଲିକ କଟକ ସିଡିଏ ସଚିବ, ଲଲାଟ କୁମାର ଲୁହ ସମ୍ବଲପୁର ଆରଡିସିଙ୍କ ଅତିରିକ୍ତ ସଚିବ, ରାଜେନ୍ଦ୍ର ମାଝୀଙ୍କୁ ଗଜପତି ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର  ଭୂଅଧିଗ୍ରହଣ ଅଧିକାରୀ, ରାମେଶ୍ୱର ପ୍ରଧାନ ବ୍ରହ୍ମପୁର ଆରଡିସିଙ୍କ ଅତିରିକ୍ତ ସଚିବ, କମଳଜିତ୍ ଦାସ ଏମଏସଏମଇ ବିଭାଗର ଯୁଗ୍ମ ସଚିବ, ନରେନ୍ଦ୍ର ନାୟକ କନ୍ଧମାଳ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ସୁଜାତା ଶୁଭଦର୍ଶିନୀ ନାୟକଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦ ଅତିରିକ୍ତ ଇଓ, ଫାଲଗୁନୀ ମାଝୀ ରାୟଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଇଓ, ନୀଳମାଧବ ମାଝୀଙ୍କୁ ପୁରୀ ଅତିରିକ୍ତ ଉପଜିଳ୍ଲାପାଳ, ପାର୍ଥସାରଥୀ ହାସଁଦାଙ୍କୁ ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ, ଗାୟତ୍ରୀ ନାୟକଙ୍କୁ ଭୁବନେଶ୍ୱର ଇଡକୋ ଲ୍ୟାଣ୍ଡ ଅଫିସର, ବରିଷ୍ଠ ଓଏଏସ୍ ଭବତରଣ ସାହୁଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ଲ୍ୟାଣ୍ଡ ଅଫିସର ଭାବେ ନୂଆ ଦାୟିତ୍ୱ ମିଳିଛି ।

କରଞ୍ଜିଆ, ଫୁଲବାଣୀ, ଗୁଣୁପୁର, ରାୟଗଡ଼ା, କେନ୍ଦୁଝର, ବାରିପଦା, ଜୟପୁର, ମାଲକାନଗିରି, ପାରଳାଖେମୁଣ୍ଡି ଆଦି ଆଇଟିଡିଏ ପ୍ରକଳ୍ପ ଅଧିକାରୀ(OAS)ଙ୍କୁ ବଦଳି କରାଯାଇଛି । ପଂଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟରତ ୩୫ଟି ବ୍ଲକର ବିଡିଓ ଏବଂ ରାଜସ୍ୱ ବିଭାଗ ଅଧୀନରେ କାର୍ଯ୍ୟରତ ୭୦ଜଣ ତହସିଲଦାର ଓ ଡେପୁଟି କଲେକ୍ଟରଙ୍କୁ ମଧ୍ୟ ବଦଳ କରି ନୂଆ ସ୍ଥାନକୁ ପଠାଯାଇଛି । ସମସ୍ତ ଅଫିସରଙ୍କୁ ତୁରନ୍ତ ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୪ ତାରିଖ ଦିନ ନିର୍ବାଚନ କମିଶନ ବଦଳି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ପାଇଁ ତାଗିଦ୍ କରିଥିଲେ ।

Also Read- Mission Shakti: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା!

Also Read- ବିଜାପୁରରେ ଏନକାଉଣ୍ଟର, ୪ ନକ୍ସଲ ନିହତ