ଟ୍ରକ-ସ୍କୁଟି ଧକ୍କାରେ ଚାଲିଗଲା ଦୁଇ ଜୀବନ
Advertisement
Article Detail0/zeeodisha/odisha2421973

ଟ୍ରକ-ସ୍କୁଟି ଧକ୍କାରେ ଚାଲିଗଲା ଦୁଇ ଜୀବନ

Accident: ତିନି ଜଣ ଯୁବକ ଗୋଟିଏ ସ୍କୁଟିରେ ବସି ଚରମ୍ପାରୁ ଭଦ୍ରକ ଆସୁଥିବା ସମୟରେ ଟ୍ରକ ପଛରୁ ପିଟି ଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି।

ଟ୍ରକ-ସ୍କୁଟି ଧକ୍କାରେ ଚାଲିଗଲା ଦୁଇ ଜୀବନ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ଟାଉନ ଥାନା ଅଧୀନ ପଥରଆଡ଼ି ଗ୍ରାମର ସୌରଭ ମିଶ୍ର (୨୪) ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳମଳା ଗ୍ରାମର ଶିବସୁନ୍ଦର ମହାପାତ୍ର (୨୧) ବୋଲି ଟାଉନ ପୁଲିସ ସୂଚନା ଦେଇଛି।

ତେବେ ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ଗୋଟିଏ ସ୍କୁଟିରେ ବସି ଚରମ୍ପାରୁ ଭଦ୍ରକ ଆସୁଥିବା ସମୟରେ ଟ୍ରକ ପଛରୁ ପିଟି ଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।