ରଣକ୍ଷେତ୍ର ପାଲଟିଲା ବାରିପଦା ବସ୍‌ଷ୍ଟାଣ୍ଡ, ୫ ଗୁରୁତର ଆହତ
Advertisement
Article Detail0/zeeodisha/odisha2302739

ରଣକ୍ଷେତ୍ର ପାଲଟିଲା ବାରିପଦା ବସ୍‌ଷ୍ଟାଣ୍ଡ, ୫ ଗୁରୁତର ଆହତ

ଆଜି ସନ୍ଧ୍ୟାରେ ଜନଗହଳୀପୂର୍ଣ୍ଣ ବାରିବଦା ବସଷ୍ଟାଣ୍ଡରେ ଖେଳିଯାଇଥିଲା ଭୟର ବାତାବରଣ । ବସ୍ ଯିବା ଆସିବା ସମୟ ସଠିକ୍ ନଥିବା କାରଣରୁ ଏପରି ହୋଇଥିବା କୁହାଯାଇଛି ।

ରଣକ୍ଷେତ୍ର ପାଲଟିଲା ବାରିପଦା ବସ୍‌ଷ୍ଟାଣ୍ଡ, ୫ ଗୁରୁତର ଆହତ

ବାରିପଦା: କିଛି ସମୟ ପାଇଁ ବସଷ୍ଟାଣ୍ଡ୍ ପାଲଟି ଯାଇଥିଲା ରଣକ୍ଷେତ୍ର । ହଠାତ୍ କିଛି ଯୁବକ ହାତରେ ମାରଣାସ୍ତ୍ର ଧରି ଆକ୍ରମଣାତ୍ମକ ହୋଇ ଉଠିଥିଲେ । ଏପରି କି କିଛି ବସ୍ ମାଲିକ ଏବଂ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ । ଆଜି ସନ୍ଧ୍ୟାରେ ଜନଗହଳୀପୂର୍ଣ୍ଣ ବାରିବଦା ବସଷ୍ଟାଣ୍ଡରେ ଖେଳିଯାଇଥିଲା ଭୟର ବାତାବରଣ । ବସ୍ ଯିବା ଆସିବା ସମୟ ସଠିକ୍ ନଥିବା କାରଣରୁ ଏପରି ହୋଇଥିବା କୁହାଯାଇଛି ।

ସୂଚନା ମୁତାବକ, ‘ମାଆ ଦୁର୍ଗା’ ନାମକ ଏକ ବସ୍ ଭଦ୍ରକରୁ ବାରିପଦା ଅଭିମୁଖେ ପ୍ରତିଦିନ ଯାତ୍ରା କରିଥାଏ । ସନ୍ଧ୍ୟା ୮ଟା ୯ ମିନିଟ ସମୟରେ ବାରିପଦା ଷ୍ଟାଣ୍ଡ ଭିତରକୁ ପ୍ରବେଶ ଏବଂ ୮ଟା୨୫ ମିନିଟ ସମୟରେ ବାହାରିବା ପାଇଁ ବସକୁ ଅନୁମତି ମିଳିଥିଲା । କିନ୍ତୁ ଆଜି ସମୟରେ ପରିବର୍ତ୍ତନ କରି ବସଟି ସନ୍ଧ୍ୟା ୭ଟା୩୦ ସମୟ ଅର୍ଥାତ ନିର୍ଦ୍ଧାରିତ ସମୟଠାରୁ ପାଖାପାଖି ୩୯ ମିନିଟ୍ ସଅଳ ପହଞ୍ଚିଥିଲା । ଫଳରେ ଏହି ଘଟଣାକୁ ନେଇ ବସଷ୍ଟାଣ୍ଡରେ ପାଟିତୁଣ୍ଡ ହୋଇଥିଲା । ସଠିକ୍ ସମୟରେ ନଆସି ଶୀଘ୍ର ବସକୁ ଷ୍ଟାଣ୍ଡରେ ପସାଇବାକୁ ବିରୋଧ କରିଥିଲେ ଷ୍ଟାଣ୍ଡ କର୍ମଚାରୀ । ବସ୍ ଡ୍ରାଇଭର ଷ୍ଟାଣ୍ଡ କର୍ମଚାରୀଙ୍କ କଥା ନମାନି ଜବରଦସ୍ତି ଷ୍ଟାଣ୍ଡରେ ଗାଡି ରଖିଥିଲେ । ତାପରେ ହଠାତ୍ ବସଷ୍ଟାଣ୍ଡରେ ପହଞ୍ଚିଥିଲେ ଶତାଧିକ ଯୁବକ । ହାତରେ ମାରଣାସ୍ତ୍ର ଧରି ବସ୍ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦ କରିବାରୁ ଅନ୍ୟ କିଛି ବସର ଡ୍ରାଇଭର ଏବଂ କର୍ମଚାରୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ୫ରୁ ଅଧିକ ବସ୍ ମାଲିକଙ୍କ ସହ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । କାହାର ହାତରେ ଆଘାତ ଲାଗିଛି ତ ଆଉ କାହାର ପେଟ, ମୁଣ୍ଡ, ଗୋଡ ଲହୁଲୁହାଣ ହୋଇଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read- HRTC Bus Accident: ବସ୍ ଦୁର୍ଘଟଣାରେ ୪ ମୃତ, ଅନେକ ଆହତ