Asian Para Games 2023: ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ
Advertisement
Article Detail0/zeeodisha/odisha1932563

Asian Para Games 2023: ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ

Asian Para Games: ପାରା ଏସୀୟ କ୍ରୀଡ଼ାରେ (Asian Para Games 2023) ଓଡ଼ିଆ ପୁଅ ପ୍ରମୋଦ ଭଗତ (Pramod Bhagat) ସ୍ବର୍ଣ୍ଣ ପଦକ ଜିତିଛନ୍ତି । ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ (Badminton Signals) ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଏହି ପଦକ ଜିତିଛନ୍ତି ।

ସୌ(ସୋସିଆଲ ମିଡିଆ)

Asian Para Games 2023: ପାରା ଏସୀୟ କ୍ରୀଡ଼ାରେ (Asian Para Games 2023) ଓଡ଼ିଆ ପୁଅ ପ୍ରମୋଦ ଭଗତ (Pramod Bhagat) ସ୍ବର୍ଣ୍ଣ ପଦକ ଜିତିଛନ୍ତି । ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ (Badminton Signals) ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଏହି ପଦକ ଜିତିଛନ୍ତି ।

ସୂଚନା ଅନୁଯାୟୀ, ଚୀନ ହାଙ୍ଗଝୋଉରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ପାରା ଆଥଲେଟ୍ (Para Athletics) ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ (Gold Medal) ହାସଲ କରିଛନ୍ତି । ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ ନୀତିଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ପ୍ରଥମ ଥର ପାଇଁ ଏସିଆନ ଗେମ୍ସ ରେ ୩ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ତୀରନ୍ଦାଜୀରେ ଶୀତଳ ଦେବୀ (Sital devi) ସ୍ବର୍ଣ୍ଣ ପଦକ ଜିତି ରେକର୍ଡ଼ କରିଛନ୍ତି । ସେ ସିଙ୍ଗାପୁରର ଅଲିମ୍ ନୁର୍ ସ୍ୟାହିଦଙ୍କୁ ପରାସ୍ତ କରିଛନ୍ତି । ପ୍ରକାଶ ଥାଉ କି, ପାରା ଗେମ୍ସରେ ଭାରତର ପଦକ ସଂଖ୍ୟା ୮୨ରେ ପହଁଛି । ଏଥିରେ ୧୮ଟି ଗୋଲ୍ଡ ମେଡ଼ାଲ ରହିଥିବା ବେଳେ ୨୩ଟି ରୌପ୍ୟ ପଦକ ଓ ୪୧ କାଂସ୍ୟ ପଦକ ରହିଛି । କ୍ରୀଡ଼ାର ପ୍ରଥମ ସ୍ଥାନରେ ରହିଛି ଚୀନ ।

Congratulations @PramodBhagat83 , the ace Para Shuttler from Odisha, for retaining his crown and winning the Asian Para Games GOLD in Badminton Singles for the second time in a row.

Also Read-IND vs ENG: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରିପ୍ଲେସମେଣ୍ଟକୁ ନେଇ ଏପରି କହିଲେ BCCI ଅଧିକାରୀ