SCB Medical: ‘SCB ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ପ୍ରତିବାଦ କରିବାରୁ ପୋଲିସର ମାଡ଼’
Advertisement
Article Detail0/zeeodisha/odisha2026552

SCB Medical: ‘SCB ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ପ୍ରତିବାଦ କରିବାରୁ ପୋଲିସର ମାଡ଼’

SCB Medical: SCB ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦ କରିବାରୁ ପୋଲିସର ମାଡ଼ ଅଭିଯୋଗ।ମୃତ ଦେହ ରଖି ଏସସିବି(SCB) ମେଡିକାଲ ଫାଣ୍ଡି ଆଗରେ ରଖି ସମ୍ପର୍କୀୟଙ୍କ ଧାରଣା। ଆଲୋଚନା ପରେ ଧାରଣାରୁ ଉଠିଲେ ରୋଗୀ ସମ୍ପକୀୟ। 

SCB Medical: ‘SCB ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ପ୍ରତିବାଦ କରିବାରୁ ପୋଲିସର ମାଡ଼’

SCB ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦ କରିବାରୁ ପୋଲିସର ମାଡ଼ ଅଭିଯୋଗ।ମୃତ ଦେହ ରଖି ଏସସିବି(SCB) ମେଡିକାଲ ଫାଣ୍ଡି ଆଗରେ ରଖି ସମ୍ପର୍କୀୟଙ୍କ ଧାରଣା। ଆଲୋଚନା ପରେ ଧାରଣାରୁ ଉଠିଲେ ରୋଗୀ ସମ୍ପକୀୟ। ଅଭିଯୋଗ ଅନୁଯାୟୀ, ପୁରୀ ଚନ୍ଦନପୁର ଅଞ୍ଚଳ ର ୨୨ ବର୍ଷର ବର୍ଷା ମାଝୀଙ୍କ ରାତ୍ର ସମୟରେ ହୃଦରୋଗ ଜନିତ ସମସ୍ୟା ଯୋଗୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ। ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଏସିସିବି ମେଡିକାଲକୁ ରେଫର କରାଯାଇଥିଲା। ପ୍ରଥମେ କାଜୁଆଲଟିରେ ଚିକିତ୍ସା ହେବା ସମୟରେ ତାଙ୍କର ମୃତ୍ୟ ହୋଇଥିଲା।

କିଭଳି ଭାବେ ଡେଥ ସାର୍ଟିଫିକେଟ ବାହାରିବ ସେନେଇ ପରିବାର ପକ୍ଷରୁ କାର୍ଯ୍ୟରତ ଥିବା ଷ୍ଟାଫଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ଷ୍ଟାଫଙ୍କ ସହ ବଚସା ହେବାରୁ ମେଡିକାଲ ସିକ୍ୟୁରୀଟି ଷ୍ଟାଫ ପକ୍ଷରୁ ଉକ୍ତ ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ମାଇଁ ସୁକାନ୍ତି ପ୍ରଧାନ। ତେବେ ସ୍ଥିତି ଏତେ ବିଗିଡି ଯାଇଥଲା ଯେ ସ୍ଥାନୀୟ ଫାଣ୍ଡିର ଜଣେ କର୍ମଚାରୀ ଆସି ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ଘଟଣାକୁ ଆଧାର କରି ପୋଲିସ ମୃତକଙ୍କ ପରିବାର ସହ ଆଲୋଚନା କରିବା ପରେ ମୃତ ଦେହକୁ ଉଠାଇଥିଲେ ପରିବାର।

Also Read: ଅଣାୟତ ହେଉଛି ଷ୍ଟିଲ୍ ସିଟି ସ୍ଥିତି, ଝାଡାବାନ୍ତିରେ ଗଲା ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ