Accident: ଦ୍ୱାରଶୁଣି ଘାଟିରେ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଜୀଅନ୍ତା ଜଳିଗଲେ ଡ୍ରାଇଭର
Advertisement

Accident: ଦ୍ୱାରଶୁଣି ଘାଟିରେ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଜୀଅନ୍ତା ଜଳିଗଲେ ଡ୍ରାଇଭର

Duarsuni Ghati Accident: ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ଡ୍ରାଇଭର । ଏଭଳି ଏକ ଅଭବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜୀଅନ୍ତା ଜଳିଯାଇଛନ୍ତି ଡ୍ରାଇଭର । 

ସୌ(ସୋସିଆଲ ମିଡିଆ)

Duarsuni Ghati Accident: ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ଡ୍ରାଇଭର । ଏଭଳି ଏକ ଅଭବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜୀଅନ୍ତା ଜଳିଯାଇଛନ୍ତି ଡ୍ରାଇଭର । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବାଙ୍ଗିରିପୋଷି ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଗୁରୁବାର ସକାଳ ପ୍ରାୟ ୮ ସମୟରେ ଏକ ତେଲ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ। ଫଳରେ ଉଭୟ ଗାଡି଼ ଭାରସାମ୍ୟ ହରାଇ ଘାଟି ରାସ୍ତା କଡକୁ ଓଲଟି ପଡିଥିଲେ। ଗାଡ଼ି ଓଲଟିବା ପରେ ଏଥିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ହିଁ ଡ୍ରାଇଭର ଜଣଙ୍କ ଜୀଅନ୍ତା ଜଳି ଯାଇଥିଲେ। ତେବେ ମୃତ ଡ୍ରାଇଭରଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପରିଚୟ ମିଳିପାରିନାହିଁ।

ସେପଟେ, କାମାକ୍ଷାନଗରରେ ଆଜି ଘଟିଛି ସିରିଜ ଦୁର୍ଘଟଣା । ଏକ ପିକନିକ୍ ବସ ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । କାମାକ୍ଷାନଗର-ମହାବୀରରୋଡ଼ ଭେଜିଆ ଛକରେ ଘଟିଛି ଏହି ଭୟଙ୍କର ସିରିଜ ଦୁର୍ଘଟଣା । ପ୍ରଥମେ ହାଇୱାକୁ ଏକ ବସ ଧକ୍କା ଦେବାପରେ ସେହି ବସକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା ।

Also Read-ଆହୁରି ମଜଭୁତ ହେବ ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍, ୬୭ ପଦବୀକୁ ମିଳିଲା ଅନୁମୋଦନ

ଦୁର୍ଘଟଣାରେ ଉଭୟ ଗାଡ଼ିର ଡ୍ରାଇଭର ସହ ବସରେ ଥିବା ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଥିରେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତ ମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ । ସମ୍ବଲପୁରରୁ ପିକନିକ ସାରି ବଡ଼ଚଣା ଫେରିବା ବେଳେ ଦୁର୍ଘଟଣା ଘଟିଥିବା ପୋଲିସ କହିଛି