Accident News: ଯାତ୍ରୀବାହୀ ଅଟୋକୁ ପିଟିଦେଲା ଟ୍ରକ୍, ୩ ମୃତ ୪ ଗୁରୁତର
Advertisement
Article Detail0/zeeodisha/odisha2215275

Accident News: ଯାତ୍ରୀବାହୀ ଅଟୋକୁ ପିଟିଦେଲା ଟ୍ରକ୍, ୩ ମୃତ ୪ ଗୁରୁତର

Accident News: ବୋରେଇ ଗାଁରୁ ଏକ ଅଟୋରେ କିଛି ଯାତ୍ରୀ ରାଇଘର ଧୋଡ୍ରା ପାରାକୁ ଯାଉଥିଲେ । ସେଠାରେ ପହଞ୍ଚି ଏକ ଦଶାହ କର୍ମ ତଥା ସୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାରେ ଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଯୋଡ଼ିଙ୍ଗା ନିକଟ ସାମ୍ନାପଟରୁ ଏକ ଟ୍ରକ ଦୃତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା । 

Accident News: ଯାତ୍ରୀବାହୀ ଅଟୋକୁ ପିଟିଦେଲା ଟ୍ରକ୍, ୩ ମୃତ ୪ ଗୁରୁତର

Accident News: ଦଶାହ କର୍ମରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଅଟୋକୁ ପିଟିଲା ଟ୍ରକ୍ । ମୁହାଁ ମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ହିଁ ୩ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ୪ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତଚ ଜୋଡ଼େଙ୍ଗା ନିକଟରେ ଘଟିଛି ।

ସୂଚନା ମୁତାବକ, ବୋରେଇ ଗାଁରୁ ଏକ ଅଟୋରେ କିଛି ଯାତ୍ରୀ ରାଇଘର ଧୋଡ୍ରା ପାରାକୁ ଯାଉଥିଲେ । ସେଠାରେ ପହଞ୍ଚି ଏକ ଦଶାହ କର୍ମ ତଥା ସୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାରେ ଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଯୋଡ଼ିଙ୍ଗା ନିକଟ ସାମ୍ନାପଟରୁ ଏକ ଟ୍ରକ ଦୃତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୩ଜଣ ଯାତ୍ରୀଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ୪ଜଣ ଅଧିକ ଗୁରୁତର ହୋଇପଡିବାରୁ ସେମାନଙ୍କୁ ତୁରନ୍ତ ଯୋଡିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରାଇଘର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉମରକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସହଯୋଗ କରିଛନ୍ତି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ ପଚରାଉଚରା କରୁଛି ।

Also Read- Ollywood News; "ଯୋଗିନୀ" ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି

Also Read- Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ