Srikhetra: ଶ୍ରୀକ୍ଷେତ୍ରରେ ଠାବ ହେଲା ଠାବ ନୂଆ ଏକ ସୁଡ଼ଙ୍ଗ
Advertisement
Article Detail0/zeeodisha/odisha2029698

Srikhetra: ଶ୍ରୀକ୍ଷେତ୍ରରେ ଠାବ ହେଲା ଠାବ ନୂଆ ଏକ ସୁଡ଼ଙ୍ଗ

Srikhetra: ଶ୍ରୀକ୍ଷେତ୍ରର ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଠାବ ନୂଆ ସୁଡ଼ଙ୍ଗ! ବୁଦ୍ଧିଜୀବୀଙ୍କ ମତରେ ଜଳ ନିଷ୍କାସନ ପାଇଁ ଏହା ସେତେବଳର ଶିଳ୍ପୀ ମାନଙ୍କ ଦ୍ଵାରା ଆପଣା ଯାଇଥିବା ପଦ୍ଧତି ଯାହା କାଳକ୍ରମେ ଜନବସତି ଯୋଗୁଁ ପୋତି ହେଇଯାଇଛି ।

Srikhetra: ଶ୍ରୀକ୍ଷେତ୍ରରେ ଠାବ ହେଲା ଠାବ ନୂଆ ଏକ ସୁଡ଼ଙ୍ଗ

Srikhetra: ଶ୍ରୀକ୍ଷେତ୍ରର ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଠାବ ନୂଆ ସୁଡ଼ଙ୍ଗ! ବୁଦ୍ଧିଜୀବୀଙ୍କ ମତରେ ଜଳ ନିଷ୍କାସନ ପାଇଁ ଏହା ସେତେବଳର ଶିଳ୍ପୀ ମାନଙ୍କ ଦ୍ଵାରା ଆପଣା ଯାଇଥିବା ପଦ୍ଧତି ଯାହା କାଳକ୍ରମେ ଜନବସତି ଯୋଗୁଁ ପୋତି ହେଇଯାଇଛି ।ତେବେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ସମ୍ପୂର୍ଣ୍ଣ ମାଟି କଢ଼ା ଗଲେ କୌଣସି ଜୀବାଶ୍ମ ବା ଐତିହାସିକ ରହସ୍ୟ ମିଳିବାର ସମ୍ଭାବନା ଏଡ଼ାଇ ଦିଆଯାଇ ନପାରେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ରହସ୍ୟ ଓ ଗାରିମାର ସହର ଶ୍ରୀକ୍ଷେତ୍ରରେ ନୂଆ ସୁଡ଼ଙ୍ଗର ଠାବ! ଯାହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ଆଲୋଚନା । ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ପ୍ରାଚୀନତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ରେ ଦେଖାଦେଇଛି ଏହି ସୁଡ଼ଙ୍ଗ ।ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କୁ ନେଇ ପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ବିଭିନ୍ନ ସମୟରେ ଅନେକ ଐତିହାସିକ ରହସ୍ୟ ଉନ୍ମୋଚନ ହେଉଥିବା ବେଳେ ଏହି ସୁଡ଼ଙ୍ଗ ଟିକୁ ନେଇ ଏବେ ବେଶ୍ ଚର୍ଚ୍ଚା ।ସ୍ଥାନୀୟ ଲୋକ ଏହାକୁ ସୁଡ଼ଙ୍ଗ ମାନି ନେଇଥିବା ବେଳେ ଏହାକୁ କିନ୍ତୁ ସେତେବେଳେ ଜଳ ନିଷ୍କାସନ ପାଇଁ କରାଯାଇଥିବାର ଅନୁମାନ କରିଛନ୍ତି ବୁଦ୍ଧିଜୀବୀ ।ତେବେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ବର୍ଷ ତମାମ ଗଭୀର ଜଳରାଶି ରହୁଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଜାରି ରହିଛି ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ।ପାଣିର ସ୍ତରକୁ ସୁଖାଇଦିଆଯିବା ପରେ ଏବେ ଏହି ୨୦ ରୁ ୩୦ ମିଟର ଲମ୍ବ ଅନୁମାନ କରାଯାଉଥିବା ସୁଡ଼ଙ୍ଗଟି ଦେଖାଦେଇଛି ।ପୁଷ୍କରିଣୀର ଉତ୍ତର ପାର୍ଶ୍ୱରେ ରହିଛି ଏହି ସୁଡ଼ଙ୍ଗ ।ଶେଷଥର ପାଇଁ ଏହି ପୁଷ୍କରିଣୀ କୁ ୧୯୭୧ ମସିହାରେ ସୁଖାଯାଇ ପୁନରୁଦ୍ଧାର କରାଯାଇଥିଲା ବେଳେ ଏବେ ଏହି ସୁଡ଼ଙ୍ଗ ସଦୃଶ ଦୃଶ୍ୟମାନ ସ୍ଥାନଟି ପ୍ରକୃତରେ କଣ ତାହା ଗବେଷଣା ସାପେକ୍ଷ ।ସୁଡ଼ଙ୍ଗ ଟି ଖୁବ୍ ସଂକୀର୍ଣ୍ଣ ରହିଥିବା ବେଳେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏହାକୁ ସ୍ଥାନୀୟ କିଛି ପିଲା ମାଟି କାଢି ଦେଖିବାକୁ ମଧ୍ୟ ଚେଷ୍ଟା କରିଛନ୍ତି ।ତେବେ ବହୁ ପୁରାତନ କାଳରୁ ଶ୍ରୀକ୍ଷେତ୍ରରେ ଥିବା ପୁଷ୍କରିଣୀ ସବୁକୁ ଅଠରନଳା ଠାରେ ଥିବା ଐତିହାସିକ ମୂଷା ନଈ ସହ ସଂଯୋଗ କରାଯାଇଥିବାର ଅନୁମାନ କରାଯାଏ । ଯାହାଫଳରେ ସେତେବେଳେ ଜଳର ସଂମତୁଲତା ରଖାଯାଇପାରୁଥିବା। ଖୁବ୍ ବୁଦ୍ଧିମତା ର ସହ ପୁରାତନ କାଳର ଶିଳ୍ପୀ ମାନେ ଏହାକୁ ଏଭଳି ନିର୍ମାଣ କରିଥିଲେ ଯେ ପୁଷ୍କରିଣୀର ଜଳ ସ୍ତର ବଢ଼ିଲେ ତାହା ମୂଷା ନଈ କୁ ଯାଇଥାଏ ଏବଂ ମୁଷାନଇର ଜଳସ୍ତର ବଢ଼ିଲେ ତାହା ଏହି ପୁଷ୍କରିଣୀ ସବୁକୁ ନିଷ୍କାସିତ ହୋଇଥାଏ ।ତେଣୁ ସେତେବଳର ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଯୋଜନା କରାଯାଇଥିବା ଏହା ଜଳ ନିଷ୍କାସିତ ବ୍ୟବସ୍ଥା ବୋଲି ଅନୁମାନ କରୁଛନ୍ତି ବୁଦ୍ଧିଜୀବୀ ।

ସେପଟେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ନେଇ ରହିଛି ଅନେକ ପ୍ରବାଦ। କୁହାଯାଏ ହଜାର ଗାଈ ଦାନ କରି ଇନ୍ଦ୍ରଦ୍ୟୁମ୍ନ ଏହି ପୋଖରୀକୁ ପାଇଥିଲେ ।ଗାଇଙ୍କ ଖୁରାର ପ୍ରହରରେ ଏହି ପୁଷ୍କରିଣୀର ସୃଷ୍ଟି ବୋଲି ମଧ୍ୟ କେହି କେହି କହିଥାନ୍ତି ।ଏମିତି ବି ଶୁଣିବାକୁ ମିଳେ ଯେ ଯେଉଁଠାରେ ସୁ ବାହାରିଛି ସେଇଠାରେ ଏକଦା ସାଧୁ ଜଣେ ପଦ୍ମାସନ୍ ରେ ବସିଥିବା ବେଳେ ତାଙ୍କୁ କୁମ୍ଭୀର ଟିଏ ଆସି ଟାଣି ନେଇଥିଲା ।ଲୋକେ କୁହନ୍ତି ଯେ କାଳେ ଶ୍ରୀମନ୍ଦିର ନିର୍ମାଣ ପାଇଁ ପଥର ବୋହି ବୋହି ଶ୍ରମିକମାନେ କୂର୍ମ ହୋଇ ଏହି ପୁଷ୍କରିଣୀ ରେ ରହିଯାଇଥିଲେ। ତେବେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ଦ୍ଵାରା ନିର୍ମିତ ଏହି ପୁଷ୍କରିଣୀ ଯେ ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଏକଥା କାହାକୁ ଅଜଣା। ତେବେ ସର୍ବ ପୁରାତନ ଏହି ପୁଷ୍କରିଣୀ ରେ ରହିଥିବା ଏହି ସୁଡ଼ଙ୍ଗ ପ୍ରକୃତରେ କଣ !ତାହା ଗବେଷଣା କରିବାର ରହିଛି ଆବଶ୍ୟକତା ।ଏହାକୁ ପୁନରୁଦ୍ଧାର କରୁଥିବା ସଂସ୍ଥା ଏହା ଉପରେ ଅଧିକ ତର୍ଜମା କରିବା ପାଇଁ ଏହି ସୁଡ଼ଙ୍ଗ ର ଶେଷ ପର୍ଯ୍ୟନ୍ତ ମାଟି କାଢ଼ିଲେ ଅନେକ ଐତିହାସିକ ତଥ୍ୟ ମଧ୍ୟ ମିଳିବାର ସମ୍ବାବନା ଥାଇପାରେ ।

ଐତିହ୍ୟର ସହର ଶ୍ରୀକ୍ଷେତ୍ରରେ ଅନେକ ଐତିହାସିକ ରହସ୍ୟ ଧୀରେ ଧୀରେ ଉନ୍ମୋଚିତ ହେଉଥିବା ବେଳେ ଏହି ସୁଡ଼ଙ୍ଗଟି ପ୍ରକୃତରେ କଣ ତାହା ଗବେଷଣା କରିବାର ରହିଛି ଆବଶ୍ୟକତା ଏବଂ ଯଦି ଏହା ଜଳ ନିଷ୍କାସନ ପାଇଁ ପୁରାତନ କାଳର ବ୍ୟବସ୍ଥା ତେବେ ସେତେବେଳର ବୁଦ୍ଧିଜୀବୀ ମାନେ କେତେ ପ୍ରଖର ଜ୍ଞାନୀ ଥିଲେ ତାହା ଏଥିରୁ ସ୍ପଷ୍ଟ ଭାବରେ ଜଣାପଡିଛି।

Also read: ପୁରୀ ଶ୍ରୀମନ୍ଦିର ପାଇଁ ହେବ ନୂଆ ବାଟାଲିୟନ, ୧୧୯୦ ନିଯୁକ୍ତି ସୁଯୋଗ