Srimandira: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ, କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍
Advertisement
Article Detail0/zeeodisha/odisha2599274

Srimandira: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ, କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍

Srimandira: ଜଗନ୍ନାଥ ପ୍ରେମୀ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁରୀର ଗୌରଭ କୁମାର ସାହୁ ନାମକ ଜଣେ ଯୁବକ ଏହାକୁ ଅପଲୋଡ଼ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଭିତର ବେଢ଼ା କୀର୍ତ୍ତନ ମଣ୍ଡପ ନିକଟରେ ସଂଧ୍ୟା ସମୟରେ ଫଟୋ ଉଠାଯାଇଛି। 

Srimandira: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ,  କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍
Srimandira: ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ।  ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂଗ ଜୋନରେ ଡ୍ରୋନ ଉଡ଼ିବାର ସପ୍ତାହେ ନପୂରୁଣୁ ଶ୍ରୀମନ୍ଦିର ବେଢ଼ା ଭିତର ଫଟୋ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଏନେଇ ଜଗନ୍ନାଥ ପ୍ରେମୀ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁରୀର ଗୌରଭ କୁମାର ସାହୁ ନାମକ ଜଣେ ଯୁବକ ଏହାକୁ ଅପଲୋଡ଼ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଭିତର ବେଢ଼ା କୀର୍ତ୍ତନ ମଣ୍ଡପ ନିକଟରେ ସଂଧ୍ୟା ସମୟରେ ଫଟୋ ଉଠାଯାଇଛି। 
 
ଫଟୋରେ ଗାରଦ, ଜଗମୋହନ ସମେତ କିଛି ପାର୍ଶ୍ଵ ଦେବାଦେବୀ ଦୃଶ୍ୟମାନ ହେଉଛନ୍ତି। ଶ୍ରୀମନ୍ଦିର ଚାରିଦ୍ୱାରରେ ମାଳ ମାଳ ପୁଲିସ ମୋବାଇଲ ଚେକ କରି ଛାଡ଼ୁଥିଲେ ହେଁ କିଭଳି ଆଣ୍ଡ୍ରଏଡ଼ ମୋବାଇଲ ଶ୍ରୀମନ୍ଦିର ଭିତରକୁ ଯାଉଛି ଏବଂ ପୁଲିସଙ୍କ ପଇଁତରା ସତ୍ତ୍ୱେ କେମିତି ଏ ଦୃଶ୍ୟ ଦୃଷ୍ଟିରେ ପଡ଼ୁନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଏପରି ଘଟଣା ଘଟୁଛି। ଏନେଇ ଥାନାରେ ଏତଲା ସହ ତାଗିଦ କରାଯାଉଛି। ତଥାପି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବାର ପ୍ରବଣତା କମୁନାହିଁ।