ରାଜ୍ୟରେ ଖୋଲିଲା ପ୍ରଥମ ଶସ୍ୟ ଏଟିଏମ୍
Advertisement
Article Detail0/zeeodisha/odisha2374496

ରାଜ୍ୟରେ ଖୋଲିଲା ପ୍ରଥମ ଶସ୍ୟ ଏଟିଏମ୍

Odisha News: ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ। ଲୋକମାନେ ଟିପ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଚାଉଳ ବାହାରିବ।

ରାଜ୍ୟରେ ଖୋଲିଲା ପ୍ରଥମ ଶସ୍ୟ ଏଟିଏମ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ଶସ୍ୟ ଏଟିଏମ୍ ସ୍ଥାପନ କରାଯାଇଛି। ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ ଓ ଗହମ ଉପଲବ୍ଧ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍‌କୁ ଉଦ୍‌ଘାଟନ କରିଛନ୍ତି। ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଏହା ଖୋଲାଯିବ ମନ୍ତ୍ରୀ ସୂଚନା। 

ତେବେ ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ। ଲୋକମାନେ ଟିପ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଚାଉଳ ବାହାରିବ। ଏହି ମେସିନକୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ସ୍ଥାପନ ଯାଇଛି। ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍‌ କାର୍ଡ ଦିଆଯିବ। ଯାହାଦ୍ୱାରା ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇପାରିବ।

ଏଟିଏମ୍‌ ରୁ ଜଣେ ହିତାଧିକାରୀ ପାଇଁ ତାଙ୍କ ରାସନ କାର୍ଡରେ ଧାର୍ଯ୍ୟ କରାଯାଇଥିବା କିଲୋଗ୍ରାମ୍ ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ। ଏହି ଏଟିଏମ୍ ବସିବା ଫଳରେ ରାସନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଠିଆ ହେବେ ନାହିଁ ବୋଲି ଯୋଗାଣମନ୍ତ୍ରୀ କହିଛନ୍ତି।