Yuvraj Singh Baby: ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ହଜେଲ, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1841490

Yuvraj Singh Baby: ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ହଜେଲ, ଦେଖନ୍ତୁ ଫଟୋ

Yuvraj Singh: ଟିମ୍ ଇଣ୍ଡିଆର ଭେଟେରାନ୍ କ୍ରିକେଟର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ହଜେଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

 

ସୌ: ସୋସିଆଲ ମିଡିଆ

Yuvraj Singh Baby: ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କୁ (Yuvraj Singh) ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ହଜେଲ କିଚ୍ (Hazel Keech) ଏକ ସୁନ୍ଦର କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି । ବିବାହର ୭ ବର୍ଷ ପରେ ଯୁବରାଜ ସିଂ ଏକ ଝିଅର ପିତା ହେବାର ସୌଭାଗ୍ୟ ପାଇଥିଲେ । ଷ୍ଟାର କ୍ରିକେଟର ନିଜେ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ପୋଷ୍ଟ ସେୟାର କରି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି ।

ଯୁବରାଜ କଲେ ଏକ ହୃଦୟସ୍ପର୍ଶୀ ପୋଷ୍ଟ
ଯୁବରାଜ ସିଂ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ଯୁବରାଜ ସିଂ ଓ ହଜେଲ କିଚଙ୍କ ବ୍ୟତୀତ ତାଙ୍କ କୁନି ଝିଅ ଔରାଙ୍କୁ ଦେଖିବାକୁ ମିଳିଛି । ଯୁବରାଜ ସିଂ କ୍ୟାପସନରେ ଲେଖିଛନ୍ତି ଯେ ନିଦ୍ରାହୀନ ରାତି ଏବେ ଭଲ ହୋଇଯାଇଛି । ଆମେ ଆମର କୁନି ପରି ଔରାକୁ ସ୍ୱାଗତ କରୁଛୁ ।

ଦ୍ୱିତୀୟ ଥର ପିତାମାତା ହୋଇଛନ୍ତି ଉଭୟ ଦମ୍ପତି
ଉଲ୍ଲେଖନୀୟ କଥା ହେଉଛି, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ୨୦୧୬ ମସିହାରେ ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ହାଜେଲ କିଚଙ୍କୁ ବିବାହ କରିଥିଲେ । ଯଦିଓ ଏହା ପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ଏହା ପରେ ଉଭୟ ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଯୁବରାଜ ସିଂ ଓ ହଜେଲ କିଚ ୩୦ ନଭେମ୍ବର ୨୦୧୬ ରେ ବିବାହ କରିଥିଲେ । ଯେତେବେଳେ ଉଭୟ ଦମ୍ପତି ୨୫ ଜାନୁଆରୀ ୨୦୨୨ ରେ ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ । ଓରିଅନ୍ କେଚ୍ ସିଂ ହେଉଛନ୍ତି ଯୁବରାଜ ସିଂ ଓ ହାଜେଲ କିଚଙ୍କ ପୁଅ । ଏହି ସମୟରେ ଦୁହେଁ ନିଜ ଝିଅର ନାମ ଔରା ରଖିଛନ୍ତି ।

ଟିମ୍ ଇଣ୍ଡିଆକୁ ଜିତାଇଛନ୍ତି ୨ଟି ବିଶ୍ୱକପ୍ 
ଯୁବରାଜ ସିଂ ଟିମ୍ ଇଣ୍ଡିଆର ଚାମ୍ପିଅନ୍ ଖେଳାଳି ଥିଲେ । ୨୦୦୭ ଓ ୨୦୧୧ ବିଶ୍ୱକପ ଜିତିବାରେ ସେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ । ପ୍ରାୟ ୨୦ ବର୍ଷ ଧରି ସେ ଭାରତ ପାଇଁ କ୍ରିକେଟ୍ ଖେଳି ଅବସର ନେଇଥିଲେ ଓ ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ ରହିଥାନ୍ତି । ବିବାହ ପୂର୍ବରୁ ଯୁବରାଜ ସିଂଙ୍କ ନାମ କିମ ଶର୍ମା, ଦୀପିକା ପାଦୁକୋନଙ୍କ ପରି ଅନେକ ଗ୍ଲାମରସ ବଲିଉଡ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା, କିନ୍ତୁ ଶେଷରେ ସେ ହାଜେଲ କିଚଙ୍କୁ ବିବାହ କରିଥିଲେ ।

ଏହା ବି ପଢ଼ନ୍ତୁ: World Athletics Championships: ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ଯୋଗ୍ୟତା ହାସଲ କିଶୋର ଜେନା

ଏହା ବି ପଢ଼ନ୍ତୁ: Chess World Cup 2023: ପରାଜୟ ସତ୍ତ୍ୱେ ପ୍ରଜ୍ଞାନ୍ନନ୍ଦାଙ୍କ ଉପରେ ହେଲା ଧନ ବର୍ଷା, ରନର୍ସ ଅପ୍ ଭାବରେ ପାଇଲେ ଏତିକି ଟଙ୍କା