WTC Final 2023: ମ୍ୟାଚକୁ ରୋମାଞ୍ଚକର ମୋଡରେ ପହଞ୍ଚାଇଲେ କୋହଲି-ରାହାଣେ; ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ୨୮୦ ରନ୍ ଆବଶ୍ୟକ
Advertisement
Article Detail0/zeeodisha/odisha1732815

WTC Final 2023: ମ୍ୟାଚକୁ ରୋମାଞ୍ଚକର ମୋଡରେ ପହଞ୍ଚାଇଲେ କୋହଲି-ରାହାଣେ; ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ୨୮୦ ରନ୍ ଆବଶ୍ୟକ

WTC Final 2023, India vs Australia: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚର ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତୀୟ ଦଳର ୩ ୱିକେଟ ହରାଇ ୧୬୪ ରନ କରଛି । ବର୍ତ୍ତମାନ ଶେଷ ଦିନରେ ଭାରତକୁ ଜିତିବାକୁ ୨୮୦ ରନ୍ ସ୍କୋର କରିବାକୁ ପଡିବ ।

ସୌ: ସୋସିଆଲ ମିଡିଆ

India vs Australia: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (World Test Championship) ଫାଇନାଲ୍ ମ୍ୟାଚ୍ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ଚତୁର୍ଥ ଦିନର ଖେଳ ଶେଷରେ ଟିମ୍ ଇଣ୍ଡିଆର ସ୍କୋର ୩ ୱିକେଟ୍ ହରାଇ ୧୬୪ ରନ୍ କରିଛି । ଏହି ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ (Team India)  ୨୮୦ ରନ୍ ଆବଶ୍ୟକ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିରାଟ କୋହଲି (Virat Kohli) ୪୪ ଓ ଅଜିଙ୍କ୍ୟ ରାହାଣେ (Ajinkya Rahane) ୨୦ ରନ୍ ସ୍କୋରରେ ଅପରାଜିତ ରହି ପାଭିଲିୟନ ଫେରିଥିଲେ ।

ପ୍ରଥମ ସେସନରେ ୨ ଅଷ୍ଟ୍ରେଲିଆ ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ
ଚତୁର୍ଥ ଦିନର ଆରମ୍ଭ ଅଷ୍ଟ୍ରେଲିଆ ଦଳ ପାଇଁ ଭଲ ନଥିଲା । ଦଳ ଖୁବ୍ ଶୀଘ୍ର ମାରାନ୍ସ ଲାବୁଶେନ୍ ଆକାରରେ ପଞ୍ଚମ ୱିକେଟ୍ ହରାଇଥିଲା । ବ୍ୟକ୍ତିଗତ ସ୍କୋର ୪୧ ରେ ଉମେଶ ଯାଦବ ଲାବୁଶେନ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଏହା ପରେ କ୍ୟାମେରନ୍ ଗ୍ରୀନଙ୍କ ସହ ବ୍ୟାଟିଂ କରିବାକୁ ବାହାରିଥିବା ଆଲେକ୍ସ କେରି ମନ୍ଥର ଗତିରେ ସ୍କୋରକୁ ଅଗ୍ରଗତି କରିବା ଆରମ୍ଭ କରିଥିଲେ ।

ରବିନ୍ଦ୍ର ଜାଡେଜା ଯେତେବେଳେ ଗ୍ରୀନକୁ ନିଜର ଶିକାର କରି ଅଷ୍ଟ୍ରେଲିଆ ଦଳକୁ ଷଷ୍ଠ ଝଟକା ୧୬୭ ସ୍କୋରରେ ଦେଇଥିଲେ । ଗ୍ରୀନ୍ ନିଜ ଇନିଂସରେ ୯୫ ବଲରେ ୨୫ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ଅଷ୍ଟ୍ରେଲିଆ ଦଳ ୬ ୱିକେଟ୍ ହରାଇ ଦ୍ୱିତୀୟ ଇନିଂସରେ ୨୦୧ ରନ୍ ସଂଗ୍ରହ କରିଥିଲା ​।

ଦ୍ୱିତୀୟ ସେସନ ଆରମ୍ଭ ହେବା ସହିତ ଆଲେକ୍ସ କ୍ୟାରି ଓ ମିଚେଲ ଷ୍ଟାର୍କ ଦ୍ରୁତ ଗତିରେ ରନ୍ ସ୍କୋର କରିବାର ଆରମ୍ଭ କରିଥିଲେ, ଯେଉଁଠାରେ କ୍ୟାରି ନିଜର ଅର୍ଦ୍ଧଶତକ ପୂରା କରିଥିଲେ, ଓ ଉଭୟଙ୍କ ମଧ୍ୟରେ ସପ୍ତମ ୱିକେଟ୍ ପାଇଁ ୫୦ ରନ୍ ଭାଗିଦାରୀ ମଧ୍ୟ ରହିଥିଲା । ବ୍ୟାଚ୍ ସହିତ ଚମତ୍କାର ପ୍ରଦର୍ଶନ କରି ମିଚେଲ ଷ୍ଟାର୍କ ୫୭ ବଲରେ ୪୧ ରନର ଚମତ୍କାର ଇନିଂସ ଖେଳିଥିଲେ ।

ଷ୍ଟାର୍କଙ୍କ ଆଉଟ ପରେ ବ୍ୟାଟିଂ କରିବାକୁ ବାହାରିଥିବା କ୍ୟାପଟେନ ପ୍ୟାଟ୍ କମିନ୍ସ ମାତ୍ର ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଏହା ସହିତ ଅଷ୍ଟ୍ରେଲିଆ ଦଳ ୨୭୦ ରନ ସ୍କୋରରେ ଦ୍ୱିତୀୟ ଇନିଂସ ଘୋଷଣା କରି ଭାରତକୁ ୪୪୪ ରନର ଏକ ବଡ଼ ଲକ୍ଷ୍ୟ ଦେଇଥିଲା । ଭାରତ ତରଫରୁ ବୋଲିଂ କରି ରବିନ୍ଦ୍ର ଜାଡେଜା ୩ଟି, ମହମ୍ମଦ ଶାମି ଓ ଉମେଶ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜଙ୍କ ଆକାଉଣ୍ଟରେ ଏହି ଇନିଂସରେ ମାତ୍ର ଗୋଟିଏ ୱିକେଟ୍ ଯାଉଥିଲା ।

ଟି' ସମୟ ପୂର୍ବରୁ ଭାରତୀୟ ଦଳ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା ଓ ଶୁଭମନ ଗିଲଙ୍କ ସହ ଅଧିନାୟକ ରୋହିତ ଶର୍ମା ଏକ ସକରାତ୍ମକ ଆରମ୍ଭ କରିଥିଲେ । ଉଭୟ ମିଳିତ ଭାବରେ ପ୍ରଥମ ୱିକେଟରେ ୪୧ ରନ୍ ଯୋଡିଥିଲେ । କିନ୍ତୁ ଟି’ ସମୟ ପୂର୍ବରୁ ଗିଲ୍ ୧୮ ରନ୍‌ର ଇନିଂସ ଖେଳି ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ।

ଚତୁର୍ଥ ୱିକେଟ୍ ପାଇଁ ରାହାଣେ ଓ କୋହଲି ଏପର୍ଯ୍ୟନ୍ତ ୭୧ ରନ୍ ଭାଗିଦାରୀ କରିଛନ୍ତି । ପଞ୍ଚମ ଦିନରେ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ୨୮୦ ରନ୍ ଆବଶ୍ୟକ ।

ଏହା ବି ପଢନ୍ତୁ: Shubman Gill out Or Not OUT: ଶୁଭମନ ଗିଲଙ୍କ ସହ ହୋଇଛି କି ଚିଟିଙ୍ଗ୍? ରୋହିତ ଶର୍ମା ମଧ୍ୟ ଚିଲ୍ଲେଇ ଉଠିଲେ

ଏହା ବି ପଢନ୍ତୁ: Champions Trophy 2025: ପାକିସ୍ତାନକୁ ଆଉ ଏକ ବଡ଼ ଝଟକା! ହରାଇବ ଚାମ୍ପିଅନ୍ସ ଟ୍ରଫି ୨୦୨୫ ହୋଷ୍ଟିଂ କରିବାର ଅଧିକାର