WPL 2023: କାଙ୍ଗାଳ ପାକିସ୍ତାନ! ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଠୁ ଅଧା ସାଲେରୀରେ ଖେଳନ୍ତି ଅଧିନାୟକ ବାବର ଆଜମ
Advertisement
Article Detail0/zeeodisha/odisha1572928

WPL 2023: କାଙ୍ଗାଳ ପାକିସ୍ତାନ! ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଠୁ ଅଧା ସାଲେରୀରେ ଖେଳନ୍ତି ଅଧିନାୟକ ବାବର ଆଜମ

WPL 2023: ମହିଳା ପ୍ରିମିୟର ଲିଗ୍ ଆରମ୍ଭ ହେବାକୁ ଯାଉଛି । ଏହି ମେଗା ଇଭେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ।  ଏଥିପାଇଁ ସୋମବାର ଅର୍ଥାତ ଫେବୃଆରୀ ୧୩ରେ ଆକ୍ସନ ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଞ୍ଚଟି ଦଳ ଭାରତର ମହିଳା ଖେଳାଳିଙ୍କ ଉପରେ ନିଲାମୀ ପାଇଁ ଅଂଶ ଗ୍ରହଣ କରିଥିଲେ । ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରି ୮୭ ଖେଳାଳି କିଣିଥିଲେ । ବର୍ତ୍ତମାନ ସମୟ ହେଉଛି କ୍ରିକେଟ ଲିଗର ଯୁଗ । 

WPL 2023: କାଙ୍ଗାଳ ପାକିସ୍ତାନ! ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଠୁ ଅଧା ସାଲେରୀରେ ଖେଳନ୍ତି ଅଧିନାୟକ ବାବର ଆଜମ

Women Premier League 2023: ବର୍ତ୍ତମାନ ଭାରତରେ ଆଇପିଏଲ (IPL 2023) ଭଳି ମହିଳା ପ୍ରିମିୟର ଲିଗ୍ (Women Premier League 2023) ଆରମ୍ଭ ହେବାକୁ ଯାଉଛି । ଏହି ମେଗା ଇଭେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ।  ଏଥିପାଇଁ ସୋମବାର ଅର୍ଥାତ ଫେବୃଆରୀ ୧୩ରେ ଆକ୍ସନ ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଞ୍ଚଟି ଦଳ ଭାରତର ମହିଳା ଖେଳାଳିଙ୍କ ଉପରେ ନିଲାମୀ ପାଇଁ ଅଂଶ ଗ୍ରହଣ କରିଥିଲେ । ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରି ୮୭ ଖେଳାଳି କିଣିଥିଲେ । ବର୍ତ୍ତମାନ ସମୟ ହେଉଛି କ୍ରିକେଟ ଲିଗର ଯୁଗ । ସାରା ଦୁନିଆର ଅନେକ ଦେଶରେ କ୍ରିକେଟ୍ ଲିଗ୍ ଖେଳାଯାଉଛି ।

ମହିଳା ପ୍ରିମିୟର ଲିଗ (WPL 2023) ରେ ମଧ୍ୟ ଆଇପିଏଲ୍ (IPL)  ପରି ଖେଳାଳିମାନେ ବହୁ ଟଙ୍କା ପାଇଛନ୍ତି । ଭାରତୀୟ ଓପନର୍ ସ୍ମୃତି ମନ୍ଧାନା (Smriti Mandhana) ଙ୍କୁ ଆରସିବି (RCB) ୩.୪୦ କୋଟିରେ କିଣିଛି । ବଡ଼ ବଡ଼ ପୁରୁଷ କ୍ରିକେଟରଙ୍କ ଅପେକ୍ଷା ସ୍ମୃତି ମନ୍ଧାନା (Smriti Mandhana Salary) ଙ୍କ ଫି ଅଧିକ । ସ୍ମୃତି ମନ୍ଧାନା (Smriti Mandhana) ସବୁଠୁ ଦାମୀ ମହିଳା କ୍ରିକେଟର ହୋଇଛନ୍ତି । ପାକିସ୍ତାନ ଅଧିନାୟକ (Pakistan Captain) ବାବର ଆଜମ (Babar Azam) ପାକିସ୍ତାନ ସୁପର ଲିଗ (Pakistan Super League) ରେ ଖେଳନ୍ତି । 

ପେଶୱାର ଜାଲ୍ମି (Peshawar Zalmi) ପାଇଁ ଖେଳିବା ପାଇଁ ବାବର ଆଜମ (Babar Azam) ଙ୍କୁ ମାତ୍ର ୧.୫୦ ଲକ୍ଷ ଡଲାର ମିଳିଥାଏ । ଅର୍ଥାତ ବାବର ଆଜମ (Babar Azam Salary) ଙ୍କୁ ୧,୨୪,୨୨,୭୭୫ ଟଙ୍କା ମିଳିଥାଏ । ପାକିସ୍ତାନୀ ଟଙ୍କା ଅନୁଯାୟୀ ଏହି ପରିମାଣ ୩.୬୦ କୋଟି ଅତିକ୍ରମ କରିଛି । କିନ୍ତୁ ଯଦି ଏହାକୁ ଭାରତୀୟ ଟଙ୍କା ହିସାବ କରାଯାଏ ତେବେ ଏହା ୧.୫୦ କୋଟିରୁ କମ୍ ଅଟେ । ସ୍ମୃତି ମନ୍ଧାନା (Smriti Mandhana) ବ୍ୟତୀତ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ୨ କୋଟିରୁ ଅଧିକ ପାଇଛନ୍ତି ।

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! ମୋଦି ସରକାର ନେବେ ଏହି ପଦକ୍ଷେପ, ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ ହେବ ନିୟମ

ଅଧିକ ପଢ଼ନ୍ତୁ:-ଶେଷ ହୋଇଯାଇଛି ରୋହିତ ଶର୍ମାଙ୍କ ଟି-20 କ୍ୟାରିୟର! ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-ଚେତନ ଶର୍ମା କରିଦେଲେ ବହୁତ ବଡ଼ ଭୁଲ; ବର୍ତ୍ତମାନ କୋଟି କୋଟି ଟଙ୍କାର ହେବ କ୍ଷତି, ଜାଣନ୍ତୁ ତାଙ୍କୁ କେତେ ମିଳିଥାଏ ଦରମା

ମହିଳା ପ୍ରିମିୟର ଲିଗରେ ସବୁଠାରୁ ମହଙ୍ଗା ବିକ୍ରି ହୋଇଥିବା ଖେଳାଳି

ସ୍ମୃତି ମନ୍ଧାନା- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ୩.୪୦ କୋଟି (ଭାରତ)
ଆଶ୍ଲି ଗାର୍ଡନର୍- ଗୁଜୁରାଟ ଜଏଣ୍ଟସ୍, ୩.୨୦ କୋଟି (ଅଷ୍ଟ୍ରେଲିଆ)
ନାଟାଲ୍ ସ୍କିଭର୍- ମୁମ୍ବାଇ ଇଣ୍ଡିଆନ୍ସ, ୩.୨୦ କୋଟି (ଇଂଲଣ୍ଡ)
ଦୀପ୍ତି ଶର୍ମା- ୟୁପି ୱାରିୟର୍ସ, ୨.୬୦ କୋଟି (ଭାରତ)
ଜେମିମା ରୋଡ୍ରିଗୁସ-ଦିଲ୍ଲୀ କ୍ୟାପିଟାଲ୍ସ, ୨.୨୦ କୋଟି (ଭାରତ)
ବେଥ୍ ମୁନି- ଗୁଜୁରାଟ ଜଏଣ୍ଟସ୍, ୨ କୋଟି (ଅଷ୍ଟ୍ରେଲିଆ)

WPL ୨୦୨୩ରେ ଏହି ଦଳଗୁଡିକ ଅଂଶଗ୍ରହଣ କରୁଛନ୍ତି 

୧. ୟୁପି ୱାରିୟର୍ସ 
୨. ଗୁଜରାଟ ଜଏଣ୍ଟସ୍ 
୩. ମୁମ୍ବାଇ ଇଣ୍ଡିଆନ୍ସ 
୪. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 
୫. ଦିଲ୍ଲୀ କ୍ୟାପିଟାଲ୍ସ