Top 10 News Today:ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଘନ କୁହୁଡି଼ ନେଇ ୪ ଜିଲ୍ଲାକୁ ଆଲର୍ଟ ଜାରି ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2614493

Top 10 News Today:ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଘନ କୁହୁଡି଼ ନେଇ ୪ ଜିଲ୍ଲାକୁ ଆଲର୍ଟ ଜାରି ଓ ସକାଳର ୧୦ ବଡ଼ ଖବର

ଆଇନ ମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ । ଏବେ ବିଭିନ୍ନ ତଥ୍ୟ ଧୀରେଧୀରେ ସାମ୍ନାକୁ ଆସୁଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ପୂର୍ବରୁ ଭୟର ବାତାବରଣ ଥିଲା। ନବଙ୍କ ହତ୍ୟା କାହି

Top 10 News Today:ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଘନ କୁହୁଡି଼ ନେଇ ୪ ଜିଲ୍ଲାକୁ ଆଲର୍ଟ ଜାରି ଓ ସକାଳର ୧୦ ବଡ଼ ଖବର

ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ: ଆଇନ ମନ୍ତ୍ରୀ
କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ । ଏବେ ବିଭିନ୍ନ ତଥ୍ୟ ଧୀରେଧୀରେ ସାମ୍ନାକୁ ଆସୁଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ପୂର୍ବରୁ ଭୟର ବାତାବରଣ ଥିଲା। ନବଙ୍କ ହତ୍ୟା କାହିଁକି ହେଲା, କିଏ କଲା ଓ ଷଡ଼ଯନ୍ତ୍ରରେ କିଏ ଭାଗିଦାର ଥିଲେ ସେସବୁ କଥା ଆଗାମୀ ଦିନରେ ନିଶ୍ଚିତ ଭାବେ ଲୋକଲୋଚନକୁ ଆସିବ । ଆଜି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ମନ୍ତ୍ରୀଙ୍କ ଏହି ବୟାନ ହିଁ ପରୋକ୍ଷରେ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ପାଇଁ ସରକାର ବିଚାର କରୁଥିବା ମଧ୍ୟ ସ୍ପଷ୍ଟ ହୋଇଛି ।

ସ୍ତ୍ରୀକୁ ହତ୍ୟା କରି କୁକରରେ ସିଝାଇଲା ନୃସଂଶ ସ୍ୱାମୀ
ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ବର୍ବରତା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ଅତି ବୀଭତ୍ସଭାବେ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ପ୍ରେସର୍‌କୁକର୍‌ରେ ସିଝାଇ ହ୍ରଦରେ ଫିଙ୍ଗି ଦେଇଛି। ପୀଡ଼ିତା ୩୫ ବର୍ଷୀୟ ଭେଙ୍କଟ ମାଧବୀଙ୍କ ପିତାମାତା ଗତ ଜାନୁଆରି ୧୮ ତାରିଖରେ ମୀରପେଟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପିଶାଚ ସ୍ବାମୀ ଗୁରୁମୂର୍ତ୍ତି ନିଜର ଶାଶୂଶ୍ବଶୁରଙ୍କ ସହ ଥାନାକୁ ନିଖୋଜ ଅଭିଯୋଗ ଦାଖଲ ପାଇଁ ଯାଇଥିଲା। ତେବେ ପୁଲିସ୍ ପଚରାଉଚରା କରିବାରୁ ସେ ନିଜ ଅପରାଧର ପେଡ଼ି ଖୋଲିଛି। ପ୍ରକାଶମ୍ ଜିଲ୍ଲାର ମୂଳ ବାସିନ୍ଦା ତଥା ପୂର୍ବତନ ସେନା ଯବାନ ଗୁରୁମୂର୍ତ୍ତି କାଞ୍ଚନବାଗରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ମାଧବୀ ଓ ଗୁରୁମୂର୍ତ୍ତିଙ୍କ ବାହାଘର ୧୩ ବର୍ଷ ତଳେ ହୋଇଥିଲା।

ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ
ଆଜି ପ୍ରାକ୍ ବଜେଟ୍ ପାଇଁ ବୈଠକ। ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖ ଠାରୁ ଓଡ଼ିଶା ସରକାରଙ୍କର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ । ବିକଶିତ ଓଡ଼ିଶା ଗଠନ ପାଇଁ ସ୍ଲୋଗାନ ଦେଉଥିବା ମୋହନ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ, ସେନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ସାଢ଼େ ୧୦ଟାରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ।  ଏଥିରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଚାରବିମର୍ଶ ହେବ।

ଟ୍ରମ୍ପକୁ ଝଟକା ଦେଲେ ବିଚାରପତି
ଜଣେ ଆମେରିକୀୟ ସଂଘୀୟ ବିଚାରପତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଜନ୍ମଗତ ନାଗରିକତା ସମ୍ପର୍କିତ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଆମେରିକା ଜିଲ୍ଲା ବିଚାରପତି ଜନ୍ କଫନର୍ ଟ୍ରମ୍ପ ପ୍ରଶାସନକୁ ଆଦେଶ କାର୍ଯ୍ୟକାରୀ କରିବାରୁ ବାରଣ କରି ଏକ ଅସ୍ଥାୟୀ ଆଦେଶ ଜାରି କରିଛନ୍ତି ଏବଂ ଆଦେଶ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ସିଆଟେଲର ଜଣେ ଫେଡେରାଲ ବିଚାରପତି ଟ୍ରମ୍ପଙ୍କ ଆଦେଶକୁ ସ୍ପଷ୍ଟ ଭାବରେ ଅସାମ୍ବିଧାନିକ ଘୋଷଣା କରିଛନ୍ତି।

ଘନ କୁହୁଡି଼ ନେଇ ୪ ଜିଲ୍ଲାକୁ ଆଲର୍ଟ ଜାରି
ରାଜ୍ୟରେ କମୁଛି ଶୀତ। ଆଗକୁ ଆହୁରି କମିବ ଜାଡ଼।  ଆସନ୍ତା ତିନି ଦିନ ମଧ୍ୟରେ ରାତି ତାପମାତ୍ରା ଆଉ ୨ ରୁ ୪ ଡିଗ୍ରୀ ବଢିବ।  ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢିବା ସହିତ ଦିନ ବେଳାର ତାତି ବି ଉପର ମୁହାଁ ହେଉଛି। ଟାଣ ଖରା ଯୋଗୁଁ, ଦିନ ବେଳା ଗରମ ଅନୁଭୂତ ହେଉଛି। ଗୁରୁବାର ଦିନ ଝାରସୁଗୁଡା ଓ ପାରଳାଖେମୁଣ୍ତିରେ ଦିନ ତାପମାତ୍ରା ସର୍ବାଧିକ  ୩୩.୮ ଡିଗ୍ରୀ ରେକର୍ଡ଼ ହୋଇଛି। ସମ୍ବଲପୁରରେ ୩୩.୪, ସୁନ୍ଦରଗଡରେ ୩୩.୨, ଟିଟିଲାଗଡରେ ୩୩, ମାଲକାନଗିରିରେ ୩୨.୬, ଭବାନୀପାଟଣା, ସୋନପୁର, ବରଗଡରେ ୩୨.୫, ଭୁବନେଶ୍ବରରେ ୩୨. ୪ ଓ ଅନୁଗୁଳରେ ତାପମାତ୍ରା ୩୨.୩ ଡିଗ୍ରୀ ରେକର୍ଡ଼ ହୋଇଛି।  

ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ
ଜାନୁଆରୀ ୨୭ ତାରିଖ ଅର୍ଥାତ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ୨୭ ତାରିଖରେ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି ବନ୍ଦ ରହିବ। ତେବେ ଆଗାମୀ ଅଭିଯୋଗ ଶୁଣାଣିର ତାରିଖ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ ଜଗନ୍ନାଥ ମନ୍ଦିରରେ ଲାଗିବ ୱାଚ ଟାୱାର
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନର ଗତିବିଧି ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ସରକାର ମନ୍ଦିର ବାହାରେ ଏକ ୱାଚ ଟାୱାର ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଯାହା ଫଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ​​କରାଯାଇପାରିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି ଯେ ଏହା ଦ୍ବାରା ମନ୍ଦିର ପରିସର ମଧ୍ୟରେ ଡ୍ରୋନର ଗତିବିଧି ଉପରେ ନଜର ରଖାଯାଇପାରିବ।

ଆଜିଠୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ
ଆଜିଠୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ । ସକାଳ ୧୦ଟାରେ ପୁରୀ ଜିଲ୍ଲା ଯସୁଆପୁର ଗ୍ରାମ ପଞ୍ଚାୟତର ସାତଶଙ୍ଖ ନିକଟ ଅର୍ଜୁନସିଂପୁର ଗ୍ରାମରୁ ଏହା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା  ପାଇଁ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟର ରାଜ୍ୟ ସ୍ତରୀୟ ଶୁଭାରମ୍ଭ କରାଯିବ । ଏହି ଉପଲକ୍ଷେ ଡେଲାଙ୍ଗ ପିପିଲିର ବିଧାୟକ ଶ୍ରୀମାନ ଆଶ୍ରିତ ପଟ୍ଟନାୟକଙ୍କ ପୌରହିତ୍ୟରେ ଗୋଟିଏ ସାଧାରଣ ଜନସଭା ଆୟୋଜିତ ହେବ ।

କେଜରିୱାଲଙ୍କ ଉପରେ ଆକ୍ରମଣ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଯିବା ସମୟରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ କାର ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ହରି ନଗରରେ ଅରବିନ୍ଦ କେଜରିୱାଲଙ୍କ କାର ଉପରେ ଆକ୍ରମଣ ହୋଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। 

ଓସ୍କାର ପାଇଁ ଅନୁଜା ମନୋନୀତ
ଓସ୍କାର ୨୦୨୫ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଖବର ଆଣିଛି। ଏଥିରେ 'ଅନୁଜା' ଚଳଚ୍ଚିତ୍ର ଭାରତକୁ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ। ଗୁନୀତ ମୋଙ୍ଗା ଏବଂ ପ୍ରିୟଙ୍କା ଚୋପ୍ରା ଅଭିନୀତ ଏହି ଫିଲ୍ମଟି ଓସ୍କାର ୨୦୨୫ ରେ ସର୍ବୋତ୍ତମ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଛି।