SA vs SL Match Report: ବିଜୟ ସହ ବିଶ୍ୱକପ ଅଭିଜାନ ଆରମ୍ଭ କଲା ଦକ୍ଷିଣ ଆଫ୍ରିକା, ମାଟି କାମୁଡିଲା ଶ୍ରୀଲଙ୍କା
Advertisement

SA vs SL Match Report: ବିଜୟ ସହ ବିଶ୍ୱକପ ଅଭିଜାନ ଆରମ୍ଭ କଲା ଦକ୍ଷିଣ ଆଫ୍ରିକା, ମାଟି କାମୁଡିଲା ଶ୍ରୀଲଙ୍କା

SA vs SL Match Report: ଦକ୍ଷିଣ ଆଫ୍ରିକା ଦନିକିଆ ବିଶ୍ୱକପ୍ ୨୦୨୩ ର ପ୍ରଥମ ମ୍ୟାଚକୁ ୧୦୨ ରନରେ ଜିତିନେଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ତିନି ଜଣ ଖେଳାଳି ଶତକ ମାରିଥିଲେ ।

 

ICC World Cup Match Report, South Africa vs Sri Lanka (ଫଟୋ: ସୌ-ସୋସିଆଲ ମିଡିଆ)

South Africa Vs Sri Lanka: ଦକ୍ଷିଣ ଆଫ୍ରିକା ଏକ ବିଜୟ ସହିତ ୨୦୨୩ ବିଶ୍ୱକପ୍ ଆରମ୍ଭ କରିଛି ​। ନିଜର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ୧୦୨ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ତିନି ଜଣ ଖେଳାଳି ଶତକୀୟ ଇନିଂସ ଖେଳିଥିଲେ, ଯେଉଁଥିରେ ଆଡେନ ମାର୍କ୍ରାମ ଏକ ରେକର୍ଡ ସୃଷ୍ଟି କରିଥିଲେ । ଆକ୍ରମ ୪୯ ଟି ବଲରେ ODI ବିଶ୍ୱକପର ଦ୍ରୁତତମ ଶତକ ହାସଲ କରିଥିଲେ । ଏହା ବ୍ୟତୀତ କ୍ୱିଣ୍ଟନ୍ ଡି କକ୍ ଓ ରାସି ଭାନ୍ ଡେର୍ ଡୁସେନ୍ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ବୋର୍ଡରେ ମୋଟ ୪୨୮/୫ ରନ୍ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ୩୨୬ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।

ଶ୍ରୀଲଙ୍କାର ଆରମ୍ଭ ଭଲ ନଥିଲା, ମେଣ୍ଡିସ୍ ଦେଇଥିଲେ ଆଶା 
ବିରାଟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦ୍ୱିତୀୟ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା । ଦଳର ଓପନର୍ ପୃଥମ୍ ନିସଙ୍କା ଖାତା ଖୋଲି ନପାରି ପ୍ୟାଭିଲିୟନକୁ ଫେରିଥିଲେ । ତା’ପରେ କିଛି ସମୟ ପାଇଁ ଦଳର ସ୍କୋର ବୃଦ୍ଧି ପାଇଥିଲା ଓ ଅଷ୍ଟମ ଓଭରର ଶେଷ ବଲରେ ଲଙ୍କା ଦ୍ୱିତୀୟ ୱିକେଟ୍ ହରାଇଲା । ଏଥର ୭ (୧୫) ରନ୍ ସ୍କୋର କରିବା ପରେ କୁସାଲ ପେରେରା ଆଉଟ ହୋଇଯାଇଥିଲେ । ଏହି ସମୟ ମଧ୍ୟରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କୁସାଲ ମେଣ୍ଡିସ୍ ଓ ନିଜର ବିସ୍ଫୋରକ ଇନିଂସ ସହ ଦଳକୁ କିଛି ଆଶା ଦେଇଥିଲେ ।

କିନ୍ତୁ ମେଣ୍ଡିସ୍ ମଧ୍ୟ ଦ୍ୱାଦଶ ଓଭରର ଚତୁର୍ଥ ବଲରେ ଆଉଟ ହୋଇଯାଇଥିଲେ । ମେଣ୍ଡିସ୍ ୧୮୦.୯୫ ର ଷ୍ଟ୍ରାଇକ୍ ହାରରେ ୪୨ ବଲରେ ୭୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୪ଟି ଚୌକା ଓ ୮ଟି ଛକା ମାରିଥିଲେ । ଏହିପରି ଭାବରେ ଶ୍ରୀଲଙ୍କା ୧୦୯ ରନ୍ ସ୍କୋରରେ ତୃତୀୟ ୱିକେଟ୍ ହରାଇଥିଲା । ତା’ପରେ କିଛି ସମୟ ପରେ ଅର୍ଥାତ୍ ୧୪ ତମ ଓଭରରେ ଶ୍ରୀଲଙ୍କା ଚତୁର୍ଥ ଝଟକା ପାଇଥଲା । ଏଥର ସାଦିରା ସମରୱିକ୍ରାମା ୨୩ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।

ବ୍ୟର୍ଥ ଯାଇଥିଲା ଚାରିଥ ଆସାଲଙ୍କା ଏବଂ ଦାସୁନଙ୍କ ଇନିଂସ 
ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚାରିଥ ଆସାଲଙ୍କା ପୁଣି ଥରେ ଶ୍ରୀଲଙ୍କା ପ୍ରଶଂସକଙ୍କ ଆଶାକୁ ପୁନର୍ଜୀବିତ କରିଥିଲେ । ସେ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୬୫ ବଲରେ ୭୯ ରନ କରିଥିଲେ । ତେବେ ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ୧୫୦ ରନ୍ ସ୍କୋରରେ ଧନଞ୍ଜୟ ଡି ସିଲଭା (୧୧) ରୂପରେ ପଞ୍ଚମ ୱିକେଟ୍ ହରାଇଥିଲା । ତା’ପରେ ଆସାଲଙ୍କା ୩୨ ଓଭରର ଶେଷ ବଲରେ ଲୁଙ୍ଗି ଏନଗିଡିର ଶିକାର ହୋଇଥିଲେ ।

ତା’ପରେ ୩୩ ତମ ଓଭରରେ ଡୁନିଥ ଭେଲାଲାଗେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ ଏବଂ ୪୦ ତମ ଓଭରରେ ଅଧିନାୟକ ଦାସୁନ୍ ଶାନାକା ୬୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଏହା ପରେ କୁସନ ରାଜିତା ୪୪ ଓଭରରେ ୱିକେଟ୍ ହରାଇଥିଲେ । ରଜିତା ୩୩ ରନ୍ ସ୍କୋର କରିବା ପରେ ଆଫ୍ରିକୀୟ ପେସର ଜେରାଲ୍ଡ କୋଏଟଜୀଙ୍କ ଶିକାର ହୋଇଥିଲେ । ତା’ପରେ ଶେଷରେ କାଗିସୋ ରାବାଡା ମାଥିଶା ପାଥିରାନାଙ୍କୁ ବୋଲିଂ କରି ମ୍ୟାଚ୍ ଶେଷ କରିଥିଲେ ।

ଏହିପରି ଥିଲା ଦକ୍ଷିଣ ଆଫ୍ରିକାର ବୋଲିଂ 
ଦକ୍ଷିଣ ଆଫ୍ରିକା ଦଳ ପାଇଁ ଜେରାଲ୍ଡ କୋଟଜି ସର୍ବାଧିକ ୩ ୱିକେଟ୍ ନେଇଥିଲେ । ମାର୍କୋ ଜାନସ୍ ୧୦ ଓଭରରେ ୯୨ ରନ୍ ଖର୍ଚ୍ଚ କରି ୨ଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ରାବାଡା ୨ଟି ଓ କେଶବ ମହାରାଜ ଗୋଟିଏ ୱିକେଟ୍ ନେଇଥିଲେ । ଯେତେବେଳେ କି ଇନଙ୍ଗିଡି ଗୋଟିଏ ସଫଳତା ପାଇଥିଲେ ।