World Cup 2023 Final: ଆଜି ମୁହାଁମୁହିଁ ହେବେ 'ମେନ୍ ଇନ୍ ବ୍ଲୁ' - 'କଙ୍ଗାରୁ ଟିମ୍', ମ୍ୟାଚ ଉପରେ ସାରା ବିଶ୍ବର ନଜର
Advertisement
Article Detail0/zeeodisha/odisha1966900

World Cup 2023 Final: ଆଜି ମୁହାଁମୁହିଁ ହେବେ 'ମେନ୍ ଇନ୍ ବ୍ଲୁ' - 'କଙ୍ଗାରୁ ଟିମ୍', ମ୍ୟାଚ ଉପରେ ସାରା ବିଶ୍ବର ନଜର

World Cup 2023 Final: ସୁପର ସନ୍ ଡେରେ ବିଗ୍ ଫାଇଟ୍ । ସାମ୍ନାସାମ୍ନି ହେବେ 'ମେନ୍ ଇନ୍ ବ୍ଲୁ' ଓ 'କଙ୍ଗାରୁ ଟିମ୍' ।  ଆଜି ବିଶ୍ବକପ୍ ଫାଇନାଲ୍ (World Cup 2023 Final) ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ (India vs Australia)। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ (Narendra Modi Stadium in Ahmedabad) ରେ ଏହି ଐତିହାସିକ ବିଶ୍ବକପ୍ ମ୍ୟାଚ୍ ଖେଳାଯିବ। 

World Cup 2023 Final: ଆଜି ମୁହାଁମୁହିଁ ହେବେ 'ମେନ୍ ଇନ୍ ବ୍ଲୁ' - 'କଙ୍ଗାରୁ ଟିମ୍', ମ୍ୟାଚ ଉପରେ ସାରା ବିଶ୍ବର ନଜର

World Cup 2023 Final: ସୁପର ସନ୍ ଡେରେ ବିଗ୍ ଫାଇଟ୍ । ସାମ୍ନାସାମ୍ନି ହେବେ 'ମେନ୍ ଇନ୍ ବ୍ଲୁ' ଓ 'କଙ୍ଗାରୁ ଟିମ୍' ।  ଆଜି ବିଶ୍ବକପ୍ ଫାଇନାଲ୍ (World Cup 2023 Final) ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ (India vs Australia)। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ (Narendra Modi Stadium in Ahmedabad) ରେ ଏହି ଐତିହାସିକ ବିଶ୍ବକପ୍ ମ୍ୟାଚ୍ ଖେଳାଯିବ। ଦିନ ୨ଟାରେ ଏହି ମ୍ୟାଚ୍ ଖେଳାଯିବ। ଯାହାକୁ ଉତ୍ସଣ୍ଠାର ସହ ଅପେକ୍ଷା କରିଛି ସାରା ବିଶ୍ବ।  ରୋହିତ୍ ଶର୍ମା ଟିମ୍ ଇଣ୍ତିଆର କ୍ୟାପଟେନ୍ ଥିବା ବେଳେ ପ୍ୟାଟ୍ କମିନ୍ସ (Australia captain Pat Cummins)ଅଷ୍ଟ୍ରେଲିଆର କ୍ୟାପଟେନ୍ ରହିଛନ୍ତି। ତେବେ, ଆପଣ ଜାଣିଛନ୍ତି କି  ଦିର୍ଘ ୨୦ ବର୍ଷ ପରେ ଭାରତ ଓ  ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲରେ ପରପ୍ପରକୁ ଭେଟିବାକୁ ଯାଉଛନ୍ତି । ତେବେ, ଏହି ମ୍ୟାଚଟି ବେଶ୍ ରୋମାଞ୍ଚକର ହେବ । ତେବେ, ଭାରତ ୨୦ ବର୍ଷର ପ୍ରତିଶୋଧ ନେବାରେ ସକ୍ଷମ ହେବ କି?  ଏନେଇ କ୍ରିକ୍ରେଟପ୍ରେମୀଙ୍କ ମନରେ ଉକଣ୍ଠା ଭରି ରହିଛି। 

Also Read: IND vs AUS Final: ଫାଇନାଲରେ ଏପରି ହୋଇପାରେ ଭାରତ ଓ ଅଷ୍ଟ୍ରେଲିଆର ପ୍ଲେଇଂ 11, ଜାଣନ୍ତୁ ପିଚ୍ ରିପୋର୍ଟ ଓ ମ୍ୟାଚ୍ ପ୍ରେଡିକ୍ସନ୍

ସୂଚନା ଅନୁସାରେ, ୨୦୦୩ରେ  ଦିନିକିଆ ବିଶ୍ବକପ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିସ୍ପତି ନେଇଥିଲା।  କଙ୍ଗାରୁ ଟିମ୍ ୫୦ ଓଭର ଖେଳି ମାତ୍ର ୨ଟି ଓ୍ବିକେଟ୍ ପତନରେ ୩୫୯ ବିଶାଳ ଟାର୍ଗେଟ୍ ଦେଇଥିଲା। ଏହି ବିଶାଳ ରନ୍ କୁ ଲକ୍ଷ୍ୟ କରି ଟିମ୍ ଇଣ୍ତିଆ ମଇଦାନକୁ ଓହ୍ଲାଇଥିଲା। ଆଉ ମାତ୍ର ୨୩୪ ରନ୍ କରି ଅଲ ଆଉଟ୍ ହୋଇଥିଲା । ସାଉଥ୍ ଆଫ୍ରିକାର ଜୋହାନବର୍ଗରେ (Johannesburg, South Africa) ଏହି ମ୍ୟାଚଟି ଖେଳାଯାଇଥିଲା।  ଫଳରେ କଙ୍ଗାରୁ ଟିମ୍ ଟିମ୍ ଇଣ୍ତିଆ ଠାରୁ ୧୨୫ ରନ୍ ବ୍ୟବଧାନରେ ମ୍ୟାଚ୍ ହାତେଇ ନେଇଥିଲା।