Team India Head Coach: ରାହୁଲ ଦ୍ରାବିଡଙ୍କ ବିଦାୟ ପରେ ଏହି ଭେଟେରାନ ହେବେ ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍
Advertisement

Team India Head Coach: ରାହୁଲ ଦ୍ରାବିଡଙ୍କ ବିଦାୟ ପରେ ଏହି ଭେଟେରାନ ହେବେ ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

Team India Head Coach: ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ୨୦୨୩ରେ ଭାରତୀୟ ମାଟିରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ ହେଉଛି । କିନ୍ତୁ ଏହା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍ ଚୟନ କରିସାରିଛି ।

Team India Head Coach: ରାହୁଲ ଦ୍ରାବିଡଙ୍କ ବିଦାୟ ପରେ ଏହି ଭେଟେରାନ ହେବେ ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

Team India Head Coach: ଟିମ୍ ଇଣ୍ଡିଆର ବର୍ତ୍ତମାନର କୋଚ୍ (Head Coach) ରାହୁଲ ଦ୍ରାବିଡ (Rahul Dravid) ଙ୍କ ବିଦାୟ ପରେ ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ର ନୂତନ ହେଡ୍ କୋଚ୍ କିଏ ହେବେ ସେନେଇ ଏକ ବଡ଼ ତଥା ଆଶ୍ଚର୍ଯ୍ୟଜନକ ଅପଡେଟ୍ ସାମ୍ନାକୁ ଆସିଛି । ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ୨୦୨୩ରେ ଭାରତୀୟ ମାଟିରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ (ODI World Cup 2023) ପରେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ ହେଉଛି । କିନ୍ତୁ ଏହା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍ ଚୟନ କରିସାରିଛି ।

ରାହୁଲ ଦ୍ରାବିଡ (Rahul Dravid) ଙ୍କ ଚୁକ୍ତି ଶେଷ ହେବା ପରେ ଭିଭିଏସ୍ ଲକ୍ଷ୍ମଣ (VVS Laxman) ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବେ । ଏକ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଏହା ବିଶ୍ୱାସଯୋଗ୍ୟ ଭାବରେ ଜାଣିବାକୁ ମିଳିଛି ଯେ ଯଦି ବିସିସିଆଇ ଦ୍ରାବିଡଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବରେ ରଖିବ ନାହିଁ ତେବେ ଭିଭିଏସ୍ ଲକ୍ଷ୍ମଣଙ୍କୁ ପରବର୍ତ୍ତୀ ମୁଖ୍ୟ କୋଚ୍ କରାଯାଇପାରେ । ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ୪୮ ବର୍ଷୀୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯିବ । 

ଭିଭିଏସ୍ ଲକ୍ଷ୍ମଣ (VVS Laxman) ଜୁନ ୨୦୨୨ରେ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ତଥା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-20 ଓ  ଜିମ୍ବାୱେ ଗସ୍ତ ପାଇଁ ଦଳ ସହିତ ଥିଲେ । ସଂଯୁକ୍ତ ଆରବ ଏମିରେଟ୍ସରେ ଟି-20 ଏସିଆ କପ ୨୦୨୨ (Asia Cup 2022) ସିଜନ୍ ପାଇଁ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଦଳ ସହିତ ମଧ୍ୟ ଥିଲେ, ସେତେବେଳେ ରାହୁଲ ଦ୍ରାବିଡ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହାର କିଛି ସମୟ ପରେ ସେ ହ୍ୱାଇଟ-ବଲ ଯାତ୍ରା ପାଇଁ ଦଳର ମୁଖ୍ୟ କୋଚ୍ ଭାବରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ । 

ଭିଭିଏସ୍ ଲକ୍ଷ୍ମଣ (VVS Laxman) ଏନସିଏରେ ପରବର୍ତ୍ତୀ ପିଢ଼ିର ଖେଳାଳିଙ୍କୁ ପ୍ରସ୍ତୁତ କରିବା ବ୍ୟତୀତ ନିଜର ସଫଳ ୨୦୨୨ ବିଶ୍ୱକପ ପାଇଁ ଇଣ୍ଡିଆ ଅଣ୍ଡର-19 ଦଳ ସହିତ ଗସ୍ତ କରିଥିଲେ । ସେ ୱେଷ୍ଟଇଣ୍ଡିଜରେ ଗସ୍ତ ସମୟରେ ଯୁବ ଦଳ ସହିତ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଅଲଗା ଅଲଗା ଦଳରେ ଅଲଗା ଅଲଗା କୋଚିଂର ସମ୍ଭାବନା ବିଷୟରେ ପଚରାଯିବାରୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଲଗା ଅଲଗା କୋଚିଂ ହେବ ନାହିଁ । ଏହା ପୂର୍ବରୁ ଭାରତୀୟ କ୍ରିକେଟରେ ଏପରି ଘଟିଛି କି?

ଅଧିକ ପଢ଼ନ୍ତୁ:-ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜକୀୟ ଅତିଥି ହେବେ ଓଡ଼ିଶାର ମାଝୀ ଦମ୍ପତି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପରଷିବେ ଆଦିବାସୀ ଖାଦ୍ୟ

ଅଧିକ ପଢ଼ନ୍ତୁ:-ପ୍ରଥମ ଟି-20 ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର!

ଅଧିକ ପଢ଼ନ୍ତୁ:-ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଆଲର୍ଟରେ ଗୁଇନ୍ଦା ବିଭାଗ; ରାଜ୍ୟର ଯେକୌଣସି ହୋଟେଲରେ ହୋଇପାରେ ଚଢ଼ାଉ, ଜାରି ହେଲା ନିର୍ଦ୍ଦେଶ

 

ନଭେମ୍ବର ୨୦୨୧ରେ ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ (Rahul Dravid) ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ସମ୍ଭାଳିବା ଦିନଠାରୁ ଭାରତୀୟ ଦଳ ସହ କାମ କରିଆସୁଛନ୍ତି । ରାହୁଲ ଦ୍ରାବିଡ (Rahul Dravid) କୋଚ୍ ଥିବା ସମୟରେ ଟି-20 ବିଶ୍ୱକପ୍‌ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଠାରୁ ଭାରତ ହାରିଥିଲା । ଏହାସହ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଓ ODI ସିରିଜ୍ ହାରିବା ଏବଂ ବର୍ମିଂହାମ୍‌ରେ ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ଠାରୁ ହାରିବା ବ୍ୟତୀତ ଟି-20 ଏସିଆ କପ୍‌ ୨୦୨୨ର ଫାଇନାଲରେ ଭାରତୀୟ ଦଳ ପ୍ରବେଶ କରି ପାରିନଥିଲା ।