T20 World Cup 2022: ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଭଉଣୀ ଲେଖିଲେ ଭାବପ୍ରବଣ ପୋଷ୍ଟ୍, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1435752

T20 World Cup 2022: ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଭଉଣୀ ଲେଖିଲେ ଭାବପ୍ରବଣ ପୋଷ୍ଟ୍, ଜାଣନ୍ତୁ କ'ଣ କହିଲେ

Virat Kohli Sister Emotional Post: ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ବହୁତ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଏହି ସମୟରେ ଟି-20 ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଭଉଣୀ ଭାବନା କୋହଲି ଢିଙ୍ଗ୍ରା କୋହଲିଙ୍କ ପାଇଁ ଏକ ପୋଷ୍ଟ ଲେଖିଛନ୍ତି ।

T20 World Cup 2022: ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଭଉଣୀ ଲେଖିଲେ ଭାବପ୍ରବଣ ପୋଷ୍ଟ୍, ଜାଣନ୍ତୁ କ'ଣ କହିଲେ

Virat Kohli Sister Emotional Post On Team India: ଚଳିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଦ୍ୱିତୀୟ ସେମିଫାଇନାଲ (India vs England Semi Final)ରେ ଇଂଲଣ୍ଡ ଟିମ ଇଣ୍ଡିଆ (Team India) କୁ ୧୦ ୱିକେଟରେ ପରାସ୍ତ କରିଛି । ଏହାସହ ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି । ଟିମ୍ ଇଣ୍ଡିଆର ଟି-20 ବିଶ୍ୱକପ ଟାଇଟାଲ ଜିତିବାର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି । ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ବହୁତ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଏହି ସମୟରେ ଟି-20 ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି (Virat Kohli) ଙ୍କ ଭଉଣୀ ଭାବନା କୋହଲି ଢିଙ୍ଗ୍ରା (Bhawna Kohli Dhingra) କୋହଲିଙ୍କ ପାଇଁ ଏକ ପୋଷ୍ଟ ଲେଖିଛନ୍ତି ।

କିଙ୍ଗ୍ କୋହଲିଙ୍କ ଭଉଣୀ ଭାବନା କୋହଲି ଢିଙ୍ଗ୍ରା (Bhawna Kohli Dhingra) ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିରାଟ କୋହଲି (Virat Kohli) ଙ୍କ ପାଇଁ ଏକ ବାର୍ତ୍ତା ଲେଖି ଟି-20 ବିଶ୍ୱକପରେ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଓ ଟିମ୍ ଇଣ୍ଡିଆ (Team India) କୁ ଉତ୍ସାହିତ କରିଛନ୍ତି । ଭାବନା କୋହଲି ଢିଙ୍ଗ୍ରା (Bhawna Kohli Dhingra) ଲେଖିଛନ୍ତି ଯେ, "ତୁମେ ସେଠାରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛ । ତୁମେ ଫିନିକ୍ସ ପରି  ସାମ୍ନାକୁ ଆସିଛ । ତୁମ ଉପରେ ବହୁତ ବହୁତ ଗର୍ବିତ ।" ଭାବନା ଟିମ୍ ଇଣ୍ଡିଆ ପାଇଁ ଲେଖିଛନ୍ତି ଯେ, "ଆମେ ଏଭଳି ସମୟରେ ଦଳକୁ ଆହୁରି ଅଧିକ ସମର୍ଥନ କରୁ କାରଣ କଠିନ ସମୟରେ ଆମ ପରିବାରକୁ ସମର୍ଥନ କରିବା ଉଚିତ୍ ।"

ଏଠାରେ କହି ରଖୁଛୁ ଯେ, ଗୁରୁବାର ଖେଳା ଯାଇଥିବା ଟି-20 ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଭାରତୀୟ ଦଳକୁ ୧୦ ୱିକେଟରେ ପରାସ୍ତ କରିଛି । ଏଥିପାଇଁ ଭାରତୀୟ ଦଳକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଏହି ମ୍ୟାଚ୍ ସହିତ ଭାରତର ଟି-20 ବିଶ୍ୱକପରେ ଅଭିଯାନ ମଧ୍ୟ ଶେଷ ହୋଇଛି । କିନ୍ତୁ, ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି । ଖରାପ ଫର୍ମରୁ ଫେରିଥିବା କୋହଲିଙ୍କ ଉତ୍କୃଷ୍ଟ ବ୍ୟାଟିଂ ଭାରତକୁ ପାକିସ୍ତାନ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲା । ବିରାଟ କୋହଲି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ୪ ହଜାର ରନ୍ ସ୍କୋର କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର ସବୁଠାରୁ ବଡ଼ କାରଣ, ହୋଇଗଲା ଖୁଲାସା

ଅଧିକ ପଢ଼ନ୍ତୁ:-ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଥିଲେ ଏହି ଖେଳାଳି! ଲୋକମାନେ ରିଟାୟରମେଣ୍ଟର କଲେ ଦାବି

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ସହଜରେ ୧୬ ଓଭରରେ ବିନା ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ଇଂଲଣ୍ଡ ପାଇଁ ଓପନର୍ ଆଲେକ୍ସ ହେଲ୍ସ ଓ ଜୋସ୍ ବଟଲର୍ ନିଜ ଦମରେ ଏହି ମ୍ୟାଚ୍ ଜିତିଛନ୍ତି । ହେଲ୍ସ ୮୬ ରନ୍ ସଂଗ୍ରହ କରିଥିବାବେଳେ ବଟଲରଙ୍କ ବ୍ୟାଟରୁ ୮୦ ରନ୍ ଆସିଥିଲା । ଏହା ସହ ଭାରତର ଆଉ ଏକ ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।