Virat Kohli vs Sachin Tendulkar: ମାର୍ଚ୍ଚ ୨୨ ପୂର୍ବରୁ ସଚିନଙ୍କ ବିରାଟ ରେକର୍ଡ ଭାଙ୍ଗିବେ କୋହଲି!
Advertisement
Article Detail0/zeeodisha/odisha1529953

Virat Kohli vs Sachin Tendulkar: ମାର୍ଚ୍ଚ ୨୨ ପୂର୍ବରୁ ସଚିନଙ୍କ ବିରାଟ ରେକର୍ଡ ଭାଙ୍ଗିବେ କୋହଲି!

Virat Kohli ODI Record: ନିଜର ୪୬ ତମ ଶତକ ସହିତ ବିରାଟ କୋହଲି ଦିନିକିଆରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଶତକ କରିବାର ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିଥିଲେ । ଏଥି ସହିତ ଜୟବର୍ଦ୍ଧନ ଦିନିକିଆରେ ଥିବା ସର୍ବାଧିକ ରନ୍ ସ୍କୋର ରେକର୍ଡ ଭାଙ୍ଗିଥିଲେ । ବର୍ତ୍ତମାନ ସଚିନଙ୍କ ଆଉ ଏକ ବଡ଼ ରେକର୍ଡ ବିରାଟ ଭାଙ୍ଗିବାକୁ ଯାଉଛନ୍ତି ।

ସୌ: ସୋସିଆଲ ମିଡିଆ

Virat Kohli ODI Record: IND vs NZ 2023, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । କ୍ୟାପଟେନ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଶୁଭମନ ଗିଲ ଓ ବିରାଟ କୋହଲି ଉତ୍କୃଷ୍ଟ ଶତକ ଇନିଂସ ଖେଳିଥିଲେ । ବିଶେଷକରି ବିରାଟ କୋହଲି ଗତ ଚାରିଟି ଦିନିକିଆରେ ତୃତୀୟ ଥର ପାଇଁ ଏକ ଶତକ ହାସଲ କରିଛନ୍ତି । ଏହାପୂର୍ବରୁ ସେ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ସମାନ ସିରିଜର ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ଗିଲ ୧୧୬ ଓ କୋହଲି ୧୬୬ ରନ୍ ସ୍କୋର କରିଥିଲେ । ବର୍ତ୍ତମାନ କ୍ରିକେଟ ଭଗବା ନ ସଚିନଙ୍କ ଆଉ ଏକ ରେକର୍ଡ ବିରାଟ ଭାଙ୍ଗିବାକୁ ଯାଉଛନ୍ତି ।

କହିରଖୁଛୁ ଦିନିକିଆ କ୍ରିକେଟରେ ଏହା ବିରାଟ କୋହଲିଙ୍କ ୪୬ ତମ ଶତକ ଥିଲା । ସେ ସଚିନଙ୍କଠାରୁ ମାତ୍ର ତିନି ଶତକ ପଛରେ ଅଛନ୍ତି, ଯିଏ ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିଲେ । ସଚିନ ଦିନିକିଆରେ ୪୯ ଟି ଶତକ ହାସଲ କରିଥିବାବେଳେ କୋହଲି ୪୬ ଟି ଶତକ ହାସଲ କରିଛନ୍ତି । ଏଥି ସହିତ, ଏହି ମ୍ୟାଚରେ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଦଶମ ଶତକ ହାସଲ କରିଛନ୍ତି । ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାରେ ସେ ଶୀର୍ଷରେ ପହଞ୍ଚିଛନ୍ତି । ଏହି ମାମଲାରେ ସେ ସଚିନ ତେନ୍ଦୁଲକରଙ୍କୁ ପକାଇଛନ୍ତି । ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ନଅଟି ଶତକ ହାସଲ କରିଛନ୍ତି । ଏଥି ସହିତ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ୧୦ ଟି ଶତକ ହାସଲ କରିଛନ୍ତି । 

ଦିନିକିଆରେ ସର୍ବାଧିକ ରନ୍ ସ୍କୋର କରିବାରେ ବିରାଟ କୋହଲି ବର୍ତ୍ତମାନ ପଞ୍ଚମ ସ୍ଥାନରେ ଅଛନ୍ତି । ବିରାଟଙ୍କ ଆଗରେ ବର୍ତ୍ତମାନ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ରିକି ପଣ୍ଟିଂ ଓ ସନଥ ଜୟସୁରିଆ  ଅଛନ୍ତି । ବିରାଟ ବର୍ତ୍ତମାନ ସଚିନଙ୍କ ଆଉ ଏକ ବଡ଼ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । କହିରଖୁଛୁ ଯେ ସଚିନ ତେନ୍ଦୁଲକର ଦିନିକିଆରେ ସର୍ବମୋଟ ୪୯ ଟି ଶତକ ମାରିଛନ୍ତି । ବିରାଟ ଆଜି ନିଜର ୪୬ ତମ ଶତକ ହାସଲ କରିଛନ୍ତି । ସଚିନଙ୍କ ଏହି ବଡ଼ ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କୁ ଆଉ ମାତ୍ର ୪ଟି ଶତକ ଦରକାର । ବିରାଟ ନିଜ ଶେଷ ଚାରିଟି ଦିନିକିଆ ମ୍ୟାଚରେ ୩ଟି ଶତକ ମାରି ସାରିଛନ୍ତି । ଯଦି ବିରାଟଙ୍କ ଫର୍ମକୁ ଦେଖାଯାଏ ତେବେ ବିରାଟ ଖୁବ ଜଲ୍ଦି ସଚିନଙ୍କ ରେକର୍ଡ ଭାଙ୍ଗିବେ । 

କହିରଖୁଛୁ ଯେ ଭାରତ ନିଜର ଆଗାମୀ ଦିନିକିଆ ସିରିଜ ନ୍ୟୁଜଲ୍ୟାଣ୍ଡ ସହ ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜ ୧୮ ଜାନୁଆରୀରୁ ଆରମ୍ଭ ହେବ ଓ ଏହାପର ଭାରତ ଅଷ୍ଟ୍ରେଲିଆ ସହିତ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଯାହାର ଶେଷ ମ୍ୟାଚ ମାର୍ଚ୍ଚ ୨୨ ରେ ହେବ । ଯଦି ବିରାଟଙ୍କ ବର୍ତ୍ତମାନ ଫର୍ମ ଦେଖାଯାଏ ତେବେ ମାର୍ଚ୍ଚ ୨୨ ପୂର୍ବରୁ ସେ ସଚିନଙ୍କ ରେକର୍ଡ ଭାଙ୍ଗିଦେବା ପରେ ମନେ ହୁଏ ।