ଇତିହାସ ରଚିଲେ ବିରାଟ କୋହଲି; 'ଦ୍ୱି-ଶତକ' ଲଗାଇବା ପରେ ସେୟାର କଲେ ଭିଡ଼ିଓ
Advertisement
Article Detail0/zeeodisha/odisha1211897

ଇତିହାସ ରଚିଲେ ବିରାଟ କୋହଲି; 'ଦ୍ୱି-ଶତକ' ଲଗାଇବା ପରେ ସେୟାର କଲେ ଭିଡ଼ିଓ

Virat Kohli followers: ବିରାଟ କୋହଲି ଏକ 'ଦ୍ୱି-ଶତକ' ମାରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ 200 ମିଲିୟନ ଫଲୋର୍ସ ଥିବା ବିରାଟ ବିଶ୍ୱର ପ୍ରଥମ କ୍ରିକେଟର ହୋଇପାରିଛନ୍ତି । ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ସାଙ୍କେତିକ ଫଟୋ

Virat Kohli News: ଭାରତୀୟ ରନ୍ ମେସିନ୍ ବିରାଟ କୋହଲି (Virat Kohli) କିଛି ସମୟ ଧରି ପଡ଼ିଆରେ ନିଜର ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଅବଶ୍ୟ, ଏହା ସତ୍ତ୍ୱେ ମଧ୍ୟ ସୋସିଆଲ ମିଡ଼ିଆରେ ତାଙ୍କ ଫଲୋର୍ସ କ୍ରମାଗତ ଭାବରେ ବୃଦ୍ଧି ପାଉଛନ୍ତି । ବିରାଟ ଏହି ସମୟରେ ଫିଲ୍ଡ ଭିତରେ ବିଫଳ ହୋଇପାରନ୍ତି, କିନ୍ତୁ ପଡ଼ିଆ ବାହାରୁ ସେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ପୂର୍ବତନ ଅଧିନାୟକ ବିରାଟ ହେଉଛନ୍ତି ଭାରତର ଇନଷ୍ଟାଗ୍ରାମରେ ସର୍ବାଧିକ ଅନୁଗାମୀ ଥିବା ବ୍ୟକ୍ତି ଏବଂ ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ 'ଦ୍ୱି-ଶତକ ହାସଲ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ୨୦୦ ମିଲିୟନ ଫଲୋର୍ସ ଥିବା ବିରାଟ ବିଶ୍ୱର ପ୍ରଥମ କ୍ରିକେଟର ହୋଇପାରିଛନ୍ତି । ବିଗତ ଦୁଇ ବର୍ଷରେ କୋହଲି ପଡିଆରେ କୌଣସି ଗୋଟିଏ ବି ଶତକ ହାସଲ କରିନାହାଁନ୍ତି, ତଥାପି ସେ ଇନଷ୍ଟାଗ୍ରାମରେ ଏକ 'ଦ୍ୱି-ଶତକ' ହାସଲ କରିଛନ୍ତି ।

ଇନଷ୍ଟାଗ୍ରାମରେ ୨୦୦ ମିଲିଅନ ଫଲୋର୍ସ ଥିବା କୋହଲି ଭାରତର ପ୍ରଥମ ବ୍ୟକ୍ତି ହୋଇଛନ୍ତି । ଯଦି ଆପଣ ବିଶ୍ୱର ସମସ୍ତ କ୍ରୀଡା ଭେଟେରାନଙ୍କ ଫଲୋର୍ସଙ୍କ ତାଲିକାକୁ ଦେଖିବେ, ତେବେ କୋହଲି ଏଥିରେ ତୃତୀୟ ସ୍ଥାନରେ ଅଛନ୍ତି । ବିଶ୍ୱାବ୍ୟାପୀ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋର୍ସ ପର୍ତ୍ତୁଗାଲର ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ୪୫୧ ମିଲିଅନ ସହ ପ୍ରଥମ ସ୍ଥାନରେ ଥିବାବେଳେ ଏବଂ ଦ୍ୱୀତିୟରେ ଆର୍ଜେଣ୍ଟିନା ଫୁଟବଲର୍ ଲିଓନେଲ ମେସିଙ୍କ  ୩୩୪ ମିଲିଅନ ଫଲୋର୍ସ ରହିଛନ୍ତି ।

 
 
 
 

 
 
 
 
 
 
 
 
 
 
 

A post shared by Virat Kohli (@virat.kohli)

ଇନଷ୍ଟାଗ୍ରାମରେ ୨୦୦ ମିଲିଅନ ଫଲୋର୍ସ ହେବା ପରେ ବିରାଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି । ଏକ ବିଶେଷ ସଫଳତା ହାସଲ କରିବା ପରେ ସେ ତାଙ୍କ ଫଲୋର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିପାଇଁ କୋହଲି ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ନିସ୍ଵାର୍ଥ ମୂଳକ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । କୋହଲି କହିଛନ୍ତି, '୨୦୦ ମିଲିଅନ ଶକ୍ତିଶାଳୀ । ସମସ୍ତ ଇନଷ୍ଟା ସମର୍ଥନ ପାଇଁ ଧନ୍ୟବାଦ। ' ଫେସବୁକରେ ବିରାଟଙ୍କର ୪୯ ନିୟୁତ ଫଲୋର୍ସ ମଧ୍ୟ ଅଛନ୍ତି ।

ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟରୁ କେତେ ଟଙ୍କା ରୋଜଗାର କରନ୍ତି କୋହଲି?

ଖବର ଅନୁଯାୟୀ, ଯେତେବେଳେ କୋହଲିଙ୍କ ରୋଜଗାର କଥା ଆସେ, ସେତେବେଳେ ପୂର୍ବତନ ଭାରତୀୟ ଅଧିନାୟକ କୋହଲି ଇନଷ୍ଟାଗ୍ରାମ ପୋଷ୍ଟରୁ ରୋଜଗାର କ୍ଷେତ୍ରରେ ୧୯ ତମ ସ୍ଥାନରେ ରହିଛନ୍ତି । ସେ ଭାରତର ଇନଷ୍ଟାଗ୍ରାମ ପୋଷ୍ଟରୁ ସର୍ବାଧିକ ରୋଜଗାର କରୁଥିବା ଖେଳାଳି । ଏକ ଦେୟଯୁକ୍ତ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ ପ୍ରାୟ ୬୮୦୦୦୦ ଡଲାର ଚାର୍ଜ କରନ୍ତି । ତାଙ୍କର ନିଟ୍ ମୂଲ୍ୟ ପ୍ରାୟ ୧୨୭ ମିଲିୟନ୍ ଡଲାର୍ (ପ୍ରାୟ ୯୫୦ କୋଟି) ।

ଏହା ବି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଜୋର ଲଗାଇବେ ନୀତୀଶ