BCCIର ବଡ଼ ନିଷ୍ପତ୍ତି! WTC ଫାଇନାଲ ପରେ ଟିମ୍ ଇଣ୍ଡିଆକୁ ମିଳିବ ନୂଆ 'ବସ୍'
Advertisement

BCCIର ବଡ଼ ନିଷ୍ପତ୍ତି! WTC ଫାଇନାଲ ପରେ ଟିମ୍ ଇଣ୍ଡିଆକୁ ମିଳିବ ନୂଆ 'ବସ୍'

WTC Final 2023: ଟିମ୍ ଇଣ୍ଡିଆର ପୂର୍ବତନ ଚେତନ ଶର୍ମା ବିରାଟ କୋହଲି, ରୋହିତ ଶର୍ମା, ସୌରଭ ଗାଙ୍ଗୁଲି ଏବଂ ଫିଟନେସ ପାଇଁ ଖେଳାଳି ଇଞ୍ଜେକ୍ସନ ନେବା ସମେତ ଷ୍ଟିଙ୍ଗ ଅପରେସନରେ ଅନେକ ବଡ଼ ଖୁଲାସା କରିଥିଲେ । ସେବେଠାରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦ ଖାଲି ପଡିଛି ।

BCCIର ବଡ଼ ନିଷ୍ପତ୍ତି! WTC ଫାଇନାଲ ପରେ ଟିମ୍ ଇଣ୍ଡିଆକୁ ମିଳିବ ନୂଆ 'ବସ୍'

Indian Cricket Team: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ ମ୍ୟାଚ୍ (World Test Championship Final 2023) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାର ଅଛି । ଏହି ଫାଇନାଲ ମ୍ୟାଚ୍ (WTC Final 2023) ଜୁନ୍ ୭ରୁ ଜୁନ୍ ୧୧ ମଧ୍ୟରେ ଇଂଲଣ୍ଡର କେନିଙ୍ଗଟନ୍ ଓଭାଲ୍ (ଲଣ୍ଡନ) ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ପରେ ଭାରତୀୟ କ୍ରିକେଟ୍ (Indian Cricket ) ରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପରେ ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) କୁ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାର ଅଛି । ଏହି ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଏକ ବଡ଼ ଘୋଷଣା କରିପାରେ ।

ଫେବୃଆରୀ ମାସରେ ZEE ନ୍ୟୁଜ୍ ର ଷ୍ଟିଙ୍ଗ୍ ଅପରେସନ୍ ପରେ ଚେତନ ଶର୍ମା (Chetan Sharma) ବିସିସିଆଇର ମୁଖ୍ୟ ଚୟନକର୍ତ୍ତା (Chief Selector) ପଦରୁ ଇସ୍ତଫା ଦେଇଥିଲେ । ଚେତନ ଶର୍ମା (Chetan Sharma) ବିରାଟ କୋହଲି, ରୋହିତ ଶର୍ମା, ସୌରଭ ଗାଙ୍ଗୁଲି ଏବଂ ଫିଟନେସ ପାଇଁ ଖେଳାଳି ଇଞ୍ଜେକ୍ସନ ନେବା ସମେତ ଷ୍ଟିଙ୍ଗ ଅପରେସନରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଥିଲେ । ସେବେଠାରୁ ଏହି ପଦ ଖାଲି ପଡିଛି । ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ (India vs Afghanistan ODI Series) ପୂର୍ବରୁ ବିସିସିଆଇ (BCCI) ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରିପାରେ ।

ଚେତନ ଶର୍ମା (Chetan Sharma) ଜୀ ନ୍ୟୁଜର ଷ୍ଟିଙ୍ଗ ଅପରେସନରେ ଚୟନ ସହ ଜଡ଼ିତ ପ୍ରସଙ୍ଗ, କୋହଲି-ଗାଙ୍ଗୁଲି ବିବାଦ, ଖେଳାଳିଙ୍କ ଫିଟନେସ୍ ସହିତ ଅନେକ ପ୍ରସଙ୍ଗରେ ବଡ଼ ଖୁଲାସା କରିଥିଲେ, ଯାହା ପରେ ସେ ବିବାଦରେ ଛନ୍ଦି ହୋଇଯାଇଥିଲେ । ଜୀ ମିଡିଆର ଲୁକ୍କାୟିତ କ୍ୟାମେରା ଆଗରେ ଚେତନ ଶର୍ମା ଖୁଲାସା କରିଥିଲେ ଯେ, ଟିମ୍ ଇଣ୍ଡିଆର ଖେଳାଳିମାନେ ଇଞ୍ଜେକ୍ସନ ନେଇ ଫିଟନେସ୍ ସାର୍ଟିଫିକେଟ୍ ହାସଲ କରନ୍ତି । ଏହା ସହିତ ଚେତନ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆର ଖେଳାଳି ଚୟନ ଓ ଡ୍ରପ୍ କରିବା ବିଷୟରେ ଖୁଲାସା କରିଥିଲେ ।

fallback

ଗତ ବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-20 ବିଶ୍ୱକପ ୨୦୨୨ରେ ଖରାପ ପ୍ରଦର୍ଶନ ପରେ ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଶର୍ମାଙ୍କୁ ହଟାଇ ଦିଆଯାଇଥିଲା । ତେବେ ପରେ ତାଙ୍କୁ ରଖାଯାଇଥିଲା । ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ହୋଇଥିବାବେଳେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ଥିଲା । ଚେତନ ଶର୍ମାଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ୍ ଇଣ୍ଡିଆ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରି ନାହିଁ ।

ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଗତ ଥର ଫାଇନାଲରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଭଳି ପରିସ୍ଥିତିରେ ଏଥର ଟିମ୍ ଇଣ୍ଡିଆ ଯେକୌଣସି ପରିସ୍ଥିତିରେ ଏହି ଟାଇଟଲ୍ ନିଜ ନାମକୁ କରିବାକୁ ଚାହୁଁଛି । ୨୦୧୩ ପରଠାରୁ ଟିମ୍ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତି ନାହିଁ, ତେଣୁ ଏହି ଫାଇନାଲ୍ ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ମୋଦି ସରକାର ଦେଲେ ବଡ଼ ଖୁସି ଖବର, ଖୁସିରେ ନାଚି ଉଠିବେ ଲକ୍ଷ ଲକ୍ଷ କର୍ମଚାରୀ!

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ: ଏପ୍ରିଲ ୩୦ରେ ଆକାଉଣ୍ଟକୁ ଆସିବ ୧.୨୦ ଲକ୍ଷ ଟଙ୍କା, ହୋଇସାରିଛି ଘୋଷଣା!

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଉପରେ କେନ୍ଦ୍ର ସରକାର ନେଲେ ଏପରି ନିଷ୍ପତ୍ତି, ଜାଣି ଆପଣ ହୋଇଯିବେ ଖୁସ୍! ଅର୍ଥ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି