T20 World Cup 2022: ଇଂଲଣ୍ଡ ବିଜୟ ପରେ ରୋଚକ ହେଲା ପଏଣ୍ଟ ଟେବୁଲ, ସେମି-ଫାଇନାଲରୁ ବାଦ ପଡିବ ଅଷ୍ଟ୍ରେଲିଆ!
Advertisement

T20 World Cup 2022: ଇଂଲଣ୍ଡ ବିଜୟ ପରେ ରୋଚକ ହେଲା ପଏଣ୍ଟ ଟେବୁଲ, ସେମି-ଫାଇନାଲରୁ ବାଦ ପଡିବ ଅଷ୍ଟ୍ରେଲିଆ!

T20 World Cup Points Table: ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାର ଆଶା ଇଂଲଣ୍ଡ ବଜାୟ ରଖିଛି । ଦଳ ନିଜର ଚତୁର୍ଥ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୨୦ ରନରେ ପରାସ୍ତ କରିଛି । ଏହା ସହ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜଲ୍ୟାଣ୍ଡକୁ ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି ।

ସୌ: ସୋସିଆଲ ମିଡିଆ

T20 World Cup 2022 Points Table: ଗ୍ଲେନ୍ ଫିଲିପ୍ସ ଟି-୨୦ ବିଶ୍ୱକପରେ (T20 World Cup 2022) ଆଉ ଏକ ମହାନ ଇନିଂସ ଖେଳିଛନ୍ତି । କିନ୍ତୁ ଟି-୨୦ ବିଶ୍ୱକପରେ ସେ ନ୍ୟୁଜିଲାଣ୍ଡକୁ (New Zealand) ତୃତୀୟ ବିଜୟ ଦେବାରେ ସଫଳ ହୋଇପାରି ନାହାଁନ୍ତି । ଦ୍ୱିତୀୟ ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିବାର ଆଶା ଇଂଲଣ୍ଡ (England) ବଜାୟ ରଖିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ପାଇଁ ୧୭୯ ରନ୍ ସ୍କୋର କରିଥିଲା । କ୍ୟାପଟେନ ଜୋସ୍ ବଟଲର ସର୍ବାଧିକ ୭୩ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡର ଦଳ ନିଜର ୬ ୱିକେଟ୍ ହରାଇ ମାତ୍ର ୧୫୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଇଂଲଣ୍ଡ ଏହି ମ୍ୟାଚକୁ ୨୦ ରନରେ ଜିତିନେଇଛି । ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସମସ୍ତେ ୪ଟି ଲେଖାଏଁ ମ୍ୟାଚ ଖେଳି ୫ ପଏଣ୍ଟ ଲେଖାଏଁ ପାଇଛନ୍ତି । କିନ୍ତୁ ନେଟ୍ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲ୍ୟାଣ୍ଡର ଦଳ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।

୪ ଟି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡରେ ୫ ପଏଣ୍ଟ ରହିଛି । ୪ ଟି ମ୍ୟାଚରେ ଅଷ୍ଟ୍ରେଲିଆ ମଧ୍ୟ ୫ ପଏଣ୍ଟ ପାଇଛି । ନଭେମ୍ବର ୪ ରେ ଶେଷ ମ୍ୟାଚରେ କଙ୍ଗାରୁ ଦଳକୁ ଆଫଗାନିସ୍ତାନକୁ ସାମ୍ନା କରିବାକୁ ପଡିବ । ଯଦି ଦଳ ଏହି ମ୍ୟାଚ୍ ଜିତେ ତେବେ ସେମିଫାଇନାଲ ରେସରେ ରହିବ । କଙ୍ଗାରୁ ଦଳ ଏହି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ୍ । କିନ୍ତୁ ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟରେ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ୮୯ ରନରେ ପରାସ୍ତ ହୋଇଥିଲା । ୪ ଟି ମ୍ୟାଚ ସହ ଶ୍ରୀଲଙ୍କା ୪ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।

fallback୫ ନଭେମ୍ବରରେ ହେବାକୁ ଥିବା ଅନ୍ତିମ ମ୍ୟାଚ୍‌ରେ ଇଂଲଣ୍ଡକୁ ଶ୍ରୀଲଙ୍କାକୁ ଭେଟିବାକୁ ପଡ଼ିବ । ଯଦି ଅଷ୍ଟ୍ରେଲିଆ ଜିତେ ତେବେ ସେମିଫାଇନାଲ ରେସରେ ରହିବ । ନେଚତ ଦଳ  ଟି-୨୦ ବିଶ୍ୱକପରୁ ବାଦ ପଡିବ । ବିଜୟୀ ହେଲେ ନେଟ୍ ରନ୍ ରେଟ୍ ସେମିଫାଇନାଲ ଯିବାରେ ମୁଖ୍ୟ ଭୂମିକା ନିଭାଇବ । ନ୍ୟୁଜିଲ୍ୟାଣ୍ଡର ଅନ୍ତିମ ମ୍ୟାଚ୍ ୪ ନଭେମ୍ବରରେ ଆୟର୍ଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ହେବ । ୪ ଟି ମ୍ୟାଚରୁ ଆୟର୍ଲାଣ୍ଡ ୫ ପଏଣ୍ଟ ପାଇଛି । ଯଦି ନ୍ୟୁଜିଲ୍ୟାଣ୍ଡ ଦଳ ଏହି ମ୍ୟାଚ୍ ଜିତେ, ତେବେ ଦଳର ୭ ପଏଣ୍ଟ ହୋଇଯିବ । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ୫ ଟି ଲେଖାଏଁ ମ୍ୟାଚରେ ୭ ପଏଣ୍ଟରେ ରହିବେ । ଏପରି ପରିସ୍ଥିତିରେ, ନେଟ୍ ରନ୍ ରେଟରେ ଟପ୍-୨ ସ୍ଥାନରେ ଥିବା ଦଳ ସେମିଫାଇନାଲକୁ ଯିବେ । ବର୍ତ୍ତମାନ ଅଷ୍ଟ୍ରେଲିଆ ଏହି ନେଟ୍ ରନ୍ ରେଟରେ ତୃତୀୟ ସ୍ଥାନରେ ରହିଛି ।

ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ଟାଇଟଲ ଜିତି ନାହିଁ । ଗତ ବର୍ଷ ଓମାନ ଓ ୟୁଏଇରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା । ୨୦୧୬ ରେ ଦଳ ସେମିଫାଇନାଲରୁ ବାଦ ପଡିଥିଲା । ଅର୍ଥାତ୍ ଦଳ କ୍ରମାଗତ ତୃତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବାକୁ ନିକଟତର ହୋଇଛି । ୨୦୦୭ ରେ ମଧ୍ୟ କିୱି ଦଳ ଶେଷ ଚାରାଟି ଦଳରେ ପହଞ୍ଚିବା ସଫଳ ହୋଇଥିଲା ।

ଏହାବି ପଢ଼ନ୍ତୁ: IND vs NZ 2022: ବାପା ସେଲୁନ୍ ଚଲାନ୍ତି, ପୁଅ ଚମତ୍କାର କ୍ରିକେଟ୍ ଖେଳି ଟିମ୍ ଇଣ୍ଡିଆକୁ ମାରିଲେ ଧାଁସୁ ଏଣ୍ଟ୍ରି