T20 World Cup 2022: ପାକିସ୍ତାନ ନୁହଁ, ଏହି ଟିମ୍ ବିପକ୍ଷରେ ଭାରତ ଖେଳିବ ପ୍ରଥମ ମ୍ୟାଚ
Advertisement

T20 World Cup 2022: ପାକିସ୍ତାନ ନୁହଁ, ଏହି ଟିମ୍ ବିପକ୍ଷରେ ଭାରତ ଖେଳିବ ପ୍ରଥମ ମ୍ୟାଚ

T20 World Cup 2022: ଆଜି ଠାରୁ ଅର୍ଥାତ ଅକ୍ଟୋବର ୧୬ରୁ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଓ ନାମବିଆ ମଧ୍ୟରେ ହେବ । ଚଳିତ ବର୍ଷ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଅଷ୍ଟ୍ରେଲିଆରେ ଆୟୋଜନ କରାଯାଇଛି ।

T20 World Cup 2022: ପାକିସ୍ତାନ ନୁହଁ, ଏହି ଟିମ୍ ବିପକ୍ଷରେ ଭାରତ ଖେଳିବ ପ୍ରଥମ ମ୍ୟାଚ

T20 World Cup 2022, ନୂଆଦିଲ୍ଲୀ: ରବିବାର ଠାରୁ ବହୁ ପ୍ରତିକ୍ଷୀତ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି। ଏଥର ଅଷ୍ଟ୍ରେଲିଆରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି। ଉଦ୍ଘାଟନୀ ଦିନ ଗୋଟିଏ କ୍ୱାଲିଫାୟର ସହ ମୋଟ ତିନୋଟି ମ୍ୟାଚ ଖେଳାଯିବ। ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଭାରତ, ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆରେ ୨ଟି ୱାର୍ମଅପ ମ୍ୟାଚ ଖେଳିବ। ସୋମବାର ଆୟୋଜକ ଅଷ୍ଟ୍ରେଲିଆ ସହ ଭାରତ ପ୍ରଥମ ୱାର୍ମଅପ ମ୍ୟାଚ ଖେଳିବ।

ଟି-୨୦ ବିଶ୍ୱକପର ପ୍ରଥମ ଦିନରେ ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଓ ନାମିବିଆ ମଧ୍ୟରେ ଖେଳାଯାଇଛି। ଏଥିରେ ଟସ ଜିତି ସିଂହଳ ଦଳ ପ୍ରଥମେ ବୋଲଂ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି  EAST ASIA PACIFIC QUALIFIER B 2022 ମ୍ୟାଚ ଜାପାନ ଓ ଇଣ୍ଡୋନେସିଆ ମଧ୍ୟରେ ଚାଲିଛି। ତୃତୀୟ ମ୍ୟାଚ ୟୁଏଇ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ସୋମବାର ୱେଷ୍ଟ ଇଣ୍ଡିଜ ବନାମ ସ୍କଟଲାଣ୍ଡ ଓ ଜିମ୍ୱାୱେ ବନାମ ଆୟରଲାଣ୍ଡ ମଧ୍ୟରେ କ୍ରମଶ ତୃତୀୟ ଓ ଚତୁର୍ଥ ମ୍ୟାଚ ଖେଳାଯିବ। ତେବେ ଜାପାନ ଓ ଇଣ୍ଡୋନେସିଆ ମ୍ୟାଚକୁ ରେଗୁଲାର ମ୍ୟାଚ ଭାବେ ଗଣାଯିବନାହିଁ।

Also Read: T20 World Cup 2022: ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! କ୍ରିକେଟ୍ ପ୍ରଶଂସକଙ୍କ ଭାଙ୍ଗିବ ହୃଦୟ

ସେହିପରି ସୋମବାର ଠାରୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ ହେଉଛି। ବିଶ୍ୱକପ ମ୍ୟାଚ ଖେଳିବା ପୂର୍ବରୁ ଭାରତ ଅଷ୍ଟ୍ରେଲିଆରେ ଦୁଇଟି ୱାର୍ମଅପ ମ୍ୟାଚ ଖେଳିବ। ସୋମବାର ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳିବ। ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆ, Western Australia XI ବିପକ୍ଷରେ ଦୁଇଟି ୱାର୍ମଅପ ମ୍ୟାଚ ଖେଳିଛି, ଯେଉଁଥିରୁ ଗୋଟିଏ ଘରୋଇ ଦଳ ଜିତିଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଥିଲା। ସୋମବାର ସକାଳ ସାଢେ ନଅଟାରେ ଭାରତ ବନାମ ଅଷ୍ଟ୍ରେଲିଆ ୱାର୍ମଅପ ମ୍ୟାଚ ଆରମ୍ଭ ହେବ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦ୍ୱିତୀୟ ୱାର୍ମଅପ ମ୍ୟଚ ଖେଳିବ।

ପ୍ରଥମ ୱାର୍ମଅପ ମ୍ୟାଚରେ ଭାରତର ସମ୍ଭାବ୍ୟ ଏକାଦଶ- 

Rohit Sharma, KL Rahul, Virat Kohli, Suryakumar Yadav, Hardik Pandya, Dinesh Karthik, Axar Patel, Yuzvendra Chahal, Arshdeep Singh, Bhuvneshwar Kumar, Mohammed Shami

Also Read: ଟି-20 ବିଶ୍ୱକପ ଅପେକ୍ଷା ଏହି ଖେଳାଳିଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋହିତ ଶର୍ମା ଦେଲେ..

ସେପଟେ କୁହାଯାଉଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ହାବାକୁ ଥିବା ମ୍ୟାଚ ବାତିଲ ହୋଇପାରେ। ଆସନ୍ତା ୨୩ ତାରିଖରେ ମେଲବର୍ଣ୍ଣରେ ଏହି ମ୍ୟାଚ ହେବାର ଅଛି। କିନ୍ତୁ ଅଷ୍ଟ୍ରେଲିଆ ପାଣିପାଗ ସଂସ୍ଥା ଅନୁସାରେ, ୨୩ ତାରିଖରେ ମେଲବର୍ଣ୍ଣରେ ବର୍ଷା ସମ୍ଭାବନା ଅଛି। ଯଦି ପାଣିପାଗ ସଂସ୍ଥାର ଆକଳନ ସଠିକ୍ ହୁଏ ତେବେ ଭାରତ, ପାକିସ୍ତାନ ବିପକ୍ଷରେ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବାରୁ ବଞ୍ଚିତ ହେବ।  ତାପରେ ୨୭ ତାରିଖରେ ସିଡନୀରେ ସୁପର-୧୨ ମ୍ୟାଚ ଖେଳିବ।