Team India Playing XI: ପାକିସ୍ତାନକୁ ମାତ ଦେବା ପାଇଁ ଟିମ୍ ଇଣ୍ଡିଆର ଏହା ହେବ ପ୍ଲେଇଂ ଇଲେଭେନ!
Advertisement
Article Detail0/zeeodisha/odisha1406647

Team India Playing XI: ପାକିସ୍ତାନକୁ ମାତ ଦେବା ପାଇଁ ଟିମ୍ ଇଣ୍ଡିଆର ଏହା ହେବ ପ୍ଲେଇଂ ଇଲେଭେନ!

IND Vs PAK Probable Playing XI: ଭାରତର ଟିମ୍ ମ୍ୟାନେଜମେଣ୍ଟ ଭଲଭାବେ ଜାଣିଛି ଯେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି । ତେଣୁ ଏହାକୁ ନେଇ ପ୍ରାକ ପ୍ରସ୍ତୁତି ସରିଛି ।

ସୌ: ସୋସିଆଲ ମିଡିଆ

IND Vs PAK Probable Playing XI: ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ପାଇଁ ଟିମ୍ ଇଣ୍ଡିଆ (Team India) ଘୋଷଣା ହେବା ଦିନଠାରୁ କେବଳ ଗୋଟିଏ ପ୍ରଶ୍ନ ଅଧିକ ସାମ୍ନାକୁ ଆସିଛି ଯେ କେଉଁ ୧୧ ଜଣ ଖେଳାଳି ପାକିସ୍ତାନ (Pakistan Team) ବିପକ୍ଷରେ ଭାରତ ତରଫରୁ ପଡିଆକୁ ଓହ୍ଲାଇବେ । ଟିମ୍ ମ୍ୟାନେଜମେଣ୍ଟ ଭଲଭାବେ ଜାଣିଛି ଯେ ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ, ପ୍ଲେଇଂ ଇଲେଭେନ (Playing XI) କିପରି ହେବ ତାହାକୁ ନେଇ ବହୁ ପୂର୍ବରୁ ଚର୍ଚ୍ଚା ଆରମ୍ଭ ହୋଇଥଲା । ସେହିପରି ପାକିସ୍ତାନ ମଧ୍ୟ ପୁଣିଥରେ ଟି-୨୦ ବିଶ୍ୱକପରେ ଭାରତକୁ ମାତ ଦେବାପାଇଁ ରାଣିନୀତି ପ୍ରସ୍ତୁତ କରିସାରିଛି ।

ଟି-୨୦ ବିଶ୍ୱକପ୍‌ର ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବୟାନ ଦେଇ କହିଥିଲେ ଯେ ଦଳର ପାକିସ୍ତାନ ବିପକ୍ଷ ପ୍ଲେଇଂ ଇଲେଭେନ ବହୁ ପୂର୍ବରୁ ସ୍ଥିର ହୋଇ ସାରିଛି । ତେବେ ସେ ଏ ସମ୍ପର୍କରେ ସେ ଆଉ କୌଣସି ଅପଡେଟ୍ ଦେଇ ନାହାଁନ୍ତି । ଭାରତର ବ୍ୟାଟିଂ ଅର୍ଡର ପ୍ରାୟ ସ୍ଥିର ହୋଇଛି । ପ୍ରଶ୍ନ କେବଳ ବର୍ତ୍ତମାନ ଦୀନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କୁ ନେଇ ରହିଛି । ଦୁଇ ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କାର୍ତ୍ତିକଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ, ଯିଏ ୱାର୍ମ ଅପ୍ ମ୍ୟାଚ୍ ମଧ୍ୟ ଖେଳିଥିଲେ । ବିଶ୍ୱକପ ପୂର୍ବରୁ ହୋଇଥିବା ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଯାଇଥିଲା ।

ଟିମ୍ ଇଣ୍ଡିଆ ସାମ୍ନାରେ ଦ୍ୱିତୀୟ ବଡ଼ ପ୍ରଶ୍ନ ହେଉଛି ୟୁଜବେନ୍ଦ୍ର ଚହଲ ଓ ଆର ଅଶ୍ୱିନଙ୍କ ମଧ୍ୟରୁ କେଉଁ ସ୍ପିନରଙ୍କୁ ଦଳରେ ସ୍ଥାନ ଦିଆଯିବ । ଏହା ନିଶ୍ଚିତ ଯେ ଟିମ୍ ଇଣ୍ଡିଆ ଦୁଇଟି ସ୍ପିନର ଓ ତିନି ଦ୍ରୁତ ବୋଲରଙ୍କ ସହ ନଜର ଆସିବ । ଦଳରେ ଅକ୍ଷର ପଟେଲଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ହୋଇ ସାରିଛି, ଏଭଳି ପରିସ୍ଥିତିରେ ଦଳରେ କେବଳ ଆଉ ଜଣେ ସ୍ପିନରଙ୍କୁ ସ୍ଥାନ ଦେବ, ଯେଉଁଥି ପାଇଁ ଚହଲ ଏକ ବଡ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି । ଅଶ୍ୱିନଙ୍କ କମ ଇକୋନୋମିରେ ବୋଲିଂ କରିବାକୁ ନେଇ ଜଣାଶୁଣା କିନ୍ତୁ ଟିମ୍ ଇଣ୍ଡିଆ ଚହଲ ଜଣେ ୱିକେଟ୍ ନେଉଥିବା ବୋଲର । ତେଣୁ ପ୍ଲେଇଂ ଇଲେଭେନରେ ଚହଲଙ୍କୁ ସ୍ଥାନ ମିଳିପାରେ ।

ଫାଷ୍ଟ ବୋଲିଂ ବିଷୟରେ ଆଲୋଚନା କଲେ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାରଙ୍କ ବ୍ୟତୀତ ୱାର୍ମ ଅପ୍ ମ୍ୟାଚ୍ ରେ ଆତଙ୍କ ସୃଷ୍ଟି କରିଥିବା ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିପାରେ । ନିକଟରେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଶାମିଙ୍କୁ ଦଳରେ ସାମିଲ କରାଯାଇଥିଲା । ଦଳରେ ତାଙ୍କର ସ୍ଥାନ ପ୍ରାୟ ନିଶ୍ଚିତ ମନେ ହେଉଛି । ଦଳ ପାଇଁ ଚତୁର୍ଥ ଦ୍ରୁତ ବୋଲର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ଦାୟିତ୍ୱ ନିଭାଇବେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ହର୍ଷଲ ପଟେଲଙ୍କୁ ସୁଯୋଗ ମିଳିବା ଅତ୍ୟନ୍ତ କଷ୍ଟକର ।

ପାକିସ୍ଥାନ ବିପକ୍ଷରେ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ- ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ ।

ଏହା ବି ପଢ଼ନ୍ତୁ: IND vs PAK: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ନିଜ ପ୍ଲେଇଂ ଇଲେଭେନର ଖୁଲାସା କଲେ ପାକିସ୍ତାନ ଅଧିନାୟକ, ଏଠାରେ ଜାଣନ୍ତୁ