Mangal Gochar 2025: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି ଭାବେ ବିବଚନା କରାଯାଏ । ପ୍ରତି ୪୫ ଦିନରେ ଥରେ ମଙ୍ଗଳ ରାଶି ପରିବର୍ତ୍ତନ କରନ୍ତି । ସମସ୍ତ ୧୨ ଟି ରାଶି ଚକ୍ରକୁ ସଂପୂର୍ଣ୍ଣ କରିବାକୁ ମଙ୍ଗଳଙ୍କୁ ପ୍ରାୟ ୨୨ ମାସ ସମୟ ଲାଗିଥାଏ
Mangal Gochar 2025: ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ଏହା ସମସ୍ତ ରାଶିକୁ ପ୍ରଭାବିତ କରିଥାଏ । ୨୧ ଜାନୁଆରୀ ୨୦୨୫ ରେ ମକର ସଂକ୍ରାନ୍ତି ପରେ ଏହି ବର୍ଷର ପ୍ରଥମ ରାଶି ପରିବର୍ତ୍ତନ କରିବେ ମଙ୍ଗଳ । ଫଳସ୍ୱରୂପ, ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ୩ ରାଶିକୁ ଅତ୍ୟନ୍ତ ଚମତ୍କାର ଫଳାଫଳ ମିଳିବାକୁ ଯାଉଛି ।
ବିଛା ରାଶି
ମଙ୍ଗଳଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣ ହଠାତ୍ ଆର୍ଥିକ ଲାଭ ପାଇପାରନ୍ତି । ପୁରୁଣା ବିନିଯୋଗରୁ ମଧ୍ୟ ବିପୁଳ ପରିମାଣର ଟଙ୍କା ପାଇପାରିବେ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିପାରେ । ସମାଜରେ ମାନ ସମ୍ମାନ ବଢିବ । ସ୍ୱାସ୍ଥ୍ୟ ଭଲ ରହିବ ।
କନ୍ୟା ରାଶି
ମଙ୍ଗଳଙ୍କ ଚଳନ ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ । ନୂତନ ଯାନ କିମ୍ୱା ସମ୍ପତ୍ତି କିଣିପାରନ୍ତି । ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କ ଆଗ୍ରହ ବଢିବ । ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଭଲ ।
ମିଥୁନ ରାଶି
ଆପଣଙ୍କ ପାଇଁ ସମୟ ଶୁଭପ୍ରଦ । ବିଭିନ୍ନ ସୁତ୍ରରୁ ଆପଣ ଭାଗ୍ୟବାନ ହେବାକୁ ଯାଉଛନ୍ତି । ସାହସ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ଶେଷ ହୋଇପାରେ । ପିଲାମାନଙ୍କର ଶିକ୍ଷାକୁ ନେଇ ଖୁସି ଖବର ପାଇବେ । ପିତାମାତାଙ୍କଠାରୁ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟକୁ ବଢାଇବା ପାଇଁ ଚାହୁଁଥିଲେ ସମୟ ଶୁଭ । ସାମାଜିକ କାର୍ଯ୍ୟ କରି ସମ୍ମାନିତ ହୋଇପାରନ୍ତି ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़