BCCI: ଟିମ୍ ଇଣ୍ଡିଆରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ, ଏହି ଭେଟେରାନ୍ ଖେଳାଳିଙ୍କ କ୍ୟାରିୟରରେ ପଡିବ ପୂର୍ଣ୍ଣଚ୍ଛେଦ!
Advertisement

BCCI: ଟିମ୍ ଇଣ୍ଡିଆରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ, ଏହି ଭେଟେରାନ୍ ଖେଳାଳିଙ୍କ କ୍ୟାରିୟରରେ ପଡିବ ପୂର୍ଣ୍ଣଚ୍ଛେଦ!

T20 World Cup 2022: ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ସୌ: ସୋସିଆଲ ମିଡିଆ

T20 World Cup 2022 India vs England: ଆସନ୍ତା ୨୪ ମାସ ମଧ୍ୟରେ ଭାରତର ଟି-୨୦ ଦଳରେ ଏକ ବଡ଼ ପରିବର୍ତ୍ତନ ହେବ, କାରଣ ରୋହିତ ଶର୍ମା (Rohit Sharma), ବିରାଟ କୋହଲି (Virat Kohli) ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ (Ravichandran Ashwin) ପରି ସିନିୟର ଖେଳାଳିମାନଙ୍କୁ ଧୀରେ ଧୀରେ ବାହାର କରି ଦିଆଯିବ । ଭାରତୀୟ କ୍ରିକେଟ୍ ବୋର୍ଡର (BCCI) ସୂତ୍ର ଗୁରୁବାର ଦିନ ଏହି ସୂଚନା ଦେଇଛି । ଏଥିରୁ ଜଣାପଡୁଛି ଯେ ଅଶ୍ୱିନ୍ ଓ ଦୀନେଶ କାର୍ତ୍ତିକ ସବୁଠୁ ଛୋଟ ଫର୍ମାଟ ଅର୍ଥାତ ଟି-୨୦ ରେ ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ଖେଳି ସାରିଛନ୍ତି କିନ୍ତୁ ବିସିସିଆଇ କୋହଲି ଓ ରୋହିତଙ୍କ ଉପରେ ସେମାନଙ୍କ ଟି-୨୦ ଆନ୍ତର୍ଜାତୀୟ ଭବିଷ୍ୟତର ନିଷ୍ପତ୍ତି ଛାଡି ଦେବ ।

ଟି-୨୦ ବିଶ୍ୱକପ ସେମିଫାଇନାଲରେ ଦଳର ଲଜ୍ଜାଜନକ ପରାଜୟ ପରେ ରୋହିତଙ୍କୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ସାନ୍ତ୍ୱନା ଦେଇଥିଲେ ଓ ପରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ । ପରବର୍ତ୍ତୀ ଟି-୨୦ ବିଶ୍ୱକପକୁ ଆଉ ଦୁଇ ବର୍ଷ ବାକି ଅଛି ଓ ଯଦି କ୍ରିକେଟ ଏକ୍ସପର୍ଟଙ୍କ କଥାକୁ ବିଶ୍ୱାସ କରାଯାଏ ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏକ ନୂତନ ଦଳ ଗଠନ ହେବ, କାରଣ ସେ ଅଧିନାୟକତ୍ୱ ପାଇଁ ଦୀର୍ଘ ଦିନର ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ।

ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇ ସୂତ୍ର ପିଟିଆଇକୁ କହିଛି, “ବିସିସିଆଇ କେବେବି କାହାକୁ ଅବସର ନେବାକୁ କହିନାହିଁ । ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ହଁ, ୨୦୨୩ ମସିହାରେ, ସୀମିତ ଟି-୨୦ ମ୍ୟାଚ୍ ଦିଆଯାଇ ଅଧିକାଂଶ ସିନିୟରମାନେ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଉପରେ ଧ୍ୟାନ ଦେବେ ।"

ସୂତ୍ର କହିଛି, ଯଦି ଆପଣ ଚାହୁଁନାହଁ, ଆପଣଙ୍କ ଅବସର ଘୋଷଣା କରିବାର ଆବଶ୍ୟକତା ନାହିଁ । ଆପଣ ଆସନ୍ତା ବର୍ଷ ଟି-୨୦ ଖେଳୁଥିବା ଅଧିକାଂଶ ସିନିୟର ଖେଳାଳିଙ୍କୁ ଦେଖିବେ ନାହିଁ ।" ଯଦିଓ ଯେତେବେଳେ କୋଚ୍ ଓ ରୋହିତଙ୍କ ପରି ସିନିୟର ଖେଳାଳିଙ୍କ ଭବିଷ୍ୟତ ବିଷୟରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ପଚରାଯାଇଥିଲା, ସେ କହିଥିଲେ ଯେ ପରିବର୍ତ୍ତନ ବିଷୟରେ ବର୍ତ୍ତମାନ କହିବା ଅତି ଶୀଘ୍ର ହୋଇଯିବ ।'

ଏହା ବୁଝାପଡୁଛି ଯେ ଆସନ୍ତା ବର୍ଷ ପାଇଁ ଟି-୨୦ ଆନ୍ତର୍ଜାତୀୟ ଫର୍ମାଟକୁ ବିସିସିଆଇ ଅଧିକ ଧ୍ୟାନ ଦେବ ନାହିଁ, କାରଣ ଭାରତ ଆସନ୍ତା ବର୍ଷ ୫୦ ଓଭର ବିଶ୍ୱକପ ପୂର୍ବରୁ ଅତି କମରେ ୨୫ ଟି ODI ଖେଳିବ । ଭାରତର ଭବିଷ୍ୟତର ଖେଳ କାର୍ଯ୍ୟସୂଚୀକୁ ଦେଖିଲେ ଏହା ଜଣା ଯେ ୫୦ ଓଭର ବିଶ୍ୱକପ ପର୍ଯ୍ୟନ୍ତ ଦଳ ଆସନ୍ତା ସପ୍ତାହରେ ନ୍ୟୁଜିଲ୍ୟାଣ୍ଡରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଠାରୁ ଦ୍ୱିପାକ୍ଷିକ ଇଭେଣ୍ଟ ଆକାରରେ କେବଳ ୧୨ଟି  ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ ।

ଏହା ବି ପଢ଼ନ୍ତୁ: T20 World Cup: ଟିମ୍ ଇଣ୍ଡିଆର ପରାଜୟକୁ ନେଇ BCCI ର ମଜାକ ଉଡ଼ାଇଲେ PCB ଚେୟାରମ୍ୟାନ ରମିଜ ରାଜା