Mithali Raj on T20 World Cup 2022: ପୂର୍ବତନ ଭାରତୀୟ ଅଧିନାୟକଙ୍କ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ଖେଳିବ ଭାରତ ଓ ଏହି ଦଳ
Advertisement

Mithali Raj on T20 World Cup 2022: ପୂର୍ବତନ ଭାରତୀୟ ଅଧିନାୟକଙ୍କ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ଖେଳିବ ଭାରତ ଓ ଏହି ଦଳ

Mithali Raj on T20 World Cup 2022: ଟି-20 ବିଶ୍ୱକପ ୨୦୨୨ର ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କରାଯାଇଛି, ଯାହା ଅନୁଯାୟୀ ଟାଇଟଲ ଲଢ଼େଇରେ ଭାରତର ସାମ୍ନା ଏକ ଖତରନାକ୍ ଦଳ ସହ ହେବ । ଭାରତକୁ ଟି-20 ବିଶ୍ୱକପ ୨୦୨୨ର ଟାଇଟଲ ଜିତିବାର ଏକ ପ୍ରବଳ ଦାବିଦାର ମନେ କରାଯାଉଛି । 

Mithali Raj on T20 World Cup 2022: ପୂର୍ବତନ ଭାରତୀୟ ଅଧିନାୟକଙ୍କ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ଖେଳିବ ଭାରତ ଓ ଏହି ଦଳ

Mithali Raj on T20 World Cup 2022: ଟି-20 ବିଶ୍ୱକପ  ୨୦୨୨ର ସୁପର-12 ପର୍ଯ୍ୟାୟର ମ୍ୟାଚ୍ ଜାରି ରହିଛି । ଭାରତ ସୁପର-12 ରାଉଣ୍ଡର ୩ଟି ମ୍ୟାଚ୍ ଖେଳି ସାରିଛି । ବର୍ତ୍ତମାନ ଆଜି ଅର୍ଥାତ ନଭେମ୍ୱର ୨ରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଭାରତ ପାଇଁ ସେମିଫାଇନାଲ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ୍ ଜିତି ଭାରତ ସେମିଫାଇନାଲ ପାଇଁ ଟିକେଟ୍ କାଟିବାକୁ ଚାହିଁବ । ଏହି ସମୟରେ ଟି-20 ବିଶ୍ୱକପ ୨୦୨୨ର ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କରାଯାଇଛି, ଯାହା ଅନୁଯାୟୀ ଟାଇଟଲ ଲଢ଼େଇରେ ଭାରତର ସାମ୍ନା ଏକ ଖତରନାକ୍ ଦଳ ସହ ହେବ । ଭାରତକୁ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଟାଇଟଲ ଜିତିବାର ଏକ ପ୍ରବଳ ଦାବିଦାର ମନେ କରାଯାଉଛି ।  ବଡ଼ ବଡ଼ କ୍ରିକେଟ୍ ବିଶେଷଜ୍ଞମାନେ ମାନିଛନ୍ତି ଯେ ଭାରତ (Indian Team) ଏଥର ଟି-20 ବିଶ୍ୱକପ ଟ୍ରଫି ଜିତି ୧୫ ବର୍ଷର ମରୁଡ଼ିକୁ ଶେଷ କରିବ । 

ଏଠାରେ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ (Team India) ଶେଷ ଥର ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ରେ ଟି-20 ବିଶ୍ୱକପ୍ ଟାଇଟଲ୍ ଜିତିଥିଲା । କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଖରେ ୧୫ ବର୍ଷ ପରେ ଏହି ଐତିହାସିକ ପ୍ରଦର୍ଶନକୁ ଦୋହରାଇବାର ସୁଯୋଗ ଅଛି । ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ (Mithali Raj) ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଯେ, ଟି-20 ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରେ ହେବ । 

ସୂଚନାଯୋଗ୍ୟସ, ପୂର୍ବତନ ଭାରତୀୟ ଅଧିନାୟକ ମିତାଲି ରାଜ ଆଜିକାଲି ଟି-20 ବିଶ୍ୱକପ ୨୦୨୨ ପାଇଁ କମେଣ୍ଟ୍ରି କରୁଛନ୍ତି । ଷ୍ଟାର ସ୍ପୋର୍ଟସ ସହ ଏକ ବାର୍ତ୍ତାଳାପରେ ମିତାଲି ରାଜ କହିଛନ୍ତି ଯେ, ମୁଁ ବିଶ୍ୱାସ କରେ ଯେ ଗ୍ରୁପ୍ ୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକାର ଦଳ ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିବେ । ଅନ୍ୟପକ୍ଷରେ ଗ୍ରୁପ-୧ରୁ ନ୍ୟୁଜିଲ୍ୟାଣ୍ଡ ସହ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବେ । ଯେତେବେଳେ ମିଥାଲି ରାଜଙ୍କୁ ଟି-20 ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଭାରତ ଓ ନ୍ୟୁଜିଲ୍ୟାଣ୍ଡର ନାମ ନେଇଛନ୍ତି । 

ଅଧିକ ପଢ଼ନ୍ତୁ:-ଦିନ ୧୨.୩୦ରୁ ଖେଳାଯିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ ଓ ଜାଣନ୍ତୁ କେମିତି ରହିବ ପାଗ

ଅଧିକ ପଢ଼ନ୍ତୁ:-ବାଂଲାଦେଶ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳିଙ୍କ ବାହାର ହେବା ନିଶ୍ଚିତ! ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶରୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ:-ଘରର ଏହି ୩ଟି ସ୍ଥାନରେ ଭୁଲରେ ବି ରଖନ୍ତୁନି ଚାବି, ଅସନ୍ତୁଷ୍ଟ ହୋଇପାରନ୍ତି ମା ଲକ୍ଷ୍ମୀ; ହୋଇଥାଏ ବଡ଼ କ୍ଷତି

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ବର୍ତ୍ତମାନ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ ଅର୍ଥାତ ଆଜି ବାଂଲାଦେଶ ବିପକ୍ଷରେ ରହିଛି । ସେହିପରି ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।